Posted inଫୁରସତ

ଘର ଛାତ ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିଲେ ଲାଖିଯିବ ଆଖି

ବିହାରର ଜଣେ ବ୍ୟକ୍ତି ମହିନ୍ଦ୍ରା ସ୍କର୍ପିଓର ଡିଜାଇନ୍‌ରେ ଘର ଛାତ ଉପରେ ଏକ ପାଣିଟାଙ୍କି ତିଆରି କରିଛନ୍ତି। ଯାହାକୁ ଦେଖିଲେ ଆଖି ଲାଖିଯିବ। ଭାଗଲପୁରର ଇଣ୍ଟସାର ଆଲାମ ଏହି ପାଣି ଟାଙ୍କି ନିର୍ମାଣରେ ଆଗ୍ରାର ଶ୍ରମିକମାନଙ୍କୁ ସ୍ବତନ୍ତ୍ର ଭାବେ ନିଯୁକ୍ତି ଦେଇଥିଲେ। ଫଟୋରେ ଦେଖିବାକୁ ମିଳିଛି ସ୍କର୍ପିଓ ଡିଜାଇନର ପାଣିଟାଙ୍କି ଛାତ ଉପରେ ଶୋଭାବର୍ଦ୍ଧନ କରୁଛି। ଯେମିତି ଲାଗୁଛି ଅସଲ ସ୍କର୍ପିଓ ଗାଡ଼ି ଛାତ ଉପରେ ରଖାଯାଇଛି। ଏହି ପାଣି ଟାଙ୍କିରେ ଇଣ୍ଟସାରଙ୍କ ଗାଡ଼ି ନମ୍ବର ବି.ଆର. ୧୦୭୮୬ ଲେଖାଯାଇଛି। ଇଣ୍ଟସାର କୁହନ୍ତି, ଏହି ଟାଙ୍କିରୁ ଘରର ୪ ବଖରାକୁ ପାଣିର କନେକ୍ସନ ରହିଛି।

ଏହା ଦେଖି ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏହି ପାଣିଟାଙ୍କିର ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ଏହାକୁ ମୁଁ ରାଇଜ୍‌ ଷ୍ଟୋରୀ ବୋଲି କହୁଛି। ସ୍କର୍ପିଓ ଛାତ ଉପରକୁ ଉଠିଲାଣି। ମାଲିକଙ୍କୁ ନମସ୍କାର ଏବଂ ଢେରସାରା ପ୍ରଶଂସା। ତାଙ୍କର ପ୍ରଥମ କାର୍‌କୁ ଏତେ ସ୍ନେହ ଦେଇ ଆଲାମ ତିଆରି କରିଥିବାରୁ ତାଙ୍କୁ ସଲାମ କରୁଛି।

ସେହିପରି ଆଲାମ କୁହନ୍ତି, ସେ ମହିନ୍ଦ୍ରାର ଏହି ସ୍କର୍ପିଓ ପାଣି ଟାଙ୍କି ତିଆରି କରିବାରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏପରିକି ଟାଙ୍କି କାମ କରୁଥିବା ରାଜମିସ୍ତ୍ରୀଙ୍କୁ ଦୈନିକ ୧୨୦୦ ଟଙ୍କା ମଜୁରୀ ସେ ଦେଉଥିଲେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଥିବା ବେଳେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri