ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଇଛନ୍ତି ଘଟଗାଁ ଥାନା କୁସୁନୁପୁର ଗାଁର ସେକ୍‌ ମଇମୁଦ୍ଦିନ (୨୫)। ରାଇରଙ୍ଗପୁରର ଏକ ଭୋଜିରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତାକଡ଼ ଘରକୁ ଧକ୍କା ଦେଇ ସ୍କର୍ପିଓ ଓଲଟି ପଡ଼ିଲା। ୬ରୁ ଉଦ୍ଧର୍‌ବ ଗୁରୁତର ହୋଇଛନ୍ତି। ଘର ଭିତରେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ। ଗାଡ଼ି ଭିତରେ ଥିବା ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କଲେ ସ୍ଥାନୀୟ ଲୋକେ। ଦୁର୍ଘଟଣା ପରେ ହମ୍ପସ୍‌ ନିର୍ମାଣ ଓ ଗୃହ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ କିରଣ ପ୍ରାସାଦ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଜାରି ରଖିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମୋଟର ଅଟକି ରହିଛି।

Dharitri – Odisha’s No.1 Odia Daily

Share