ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ସେ ନାଇଡୁ ପଲ୍ଲୀ ଗ୍ରାମର ବାବୁ ସାସମଲ (୪୫)ବୋଲି ଜଣାପଡ଼ିଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥତି ଲାଗିରହିଛି।

ଖବର ପାଇ ପୁରୁଷୋତ୍ତମପୁର ଦମକଳବାହିନୀ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଗାଡ଼ି ଚକାତଳୁ ବାହାର କରିଥିବାବେଳେ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ପୋଲିସ ଫୋର୍ସ ଘଟଣାସ୍ଥଳକୁ ଯାଇ ଗାଡ଼ି ସହ ମୃତଦେହ ଜବତ କରିବା ସହ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବାରେ ଲାଗିଛନ୍ତି।

ଘଟଣାରୁ ଜାଣିବାକୁ ମିଳିଛି ଯେ, ବାବୁ ତାଙ୍କର ଇଭି ସ୍କୁଟି ନଂ ଓଡି ୦୭ ଏଭି ୯୭୧୦ ଯୋଗେ ଆସୁଥିବା ବେଳେ ତାଙ୍କ ପଛପଟୁ ଏକ ମୋରମ ବେଝେଇ ହାଇଓ୍ବା ଟ୍ରକ୍‌ ନଂ ଓଡି୦୪ ଏଲ ୦୪୪୮ର ଡ୍ରାଇଭର ଦ୍ରୁତଗତିରେ ଆସି ପିଟିଦେଇଥିଲା।

Dharitri – Odisha’s No.1 Odia Daily

Share