ଆମ ବସ୍‌ ଚାବି ଛଡ଼ାଇ ନେଇ ଛୁ ମାରିଲେ ସ୍କୁଟି ଚାଳକ

କଟକ,୨୨ା୧୧: ହାଇକୋର୍ଟ ଛକରେ ହାଇଡ୍ରାମା। ଆମ ବସ୍‌ ଡ୍ରାଇଭରଙ୍କଠାରୁ ଚାବି ଛଡ଼ାଇ ନେଇ ଜଣେ ସ୍କୁଟି ଚାଳକ ଛୁ’ ମାରିଛନ୍ତି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ସାଇଡ୍‌ ମାରିଥିବା ଅଭିଯୋଗ କରି ଡ୍ରାଇଭରଙ୍କ ସହ ସ୍କୁଟି ଚାଳକ ପାଟିତୁଣ୍ଡ କରିଥିଲେ। ଏଥିସହିତ ଡ୍ରାଇଭରଙ୍କଠାରୁ ଚାବି ଛଡ଼ାଇ ନେଇ ସ୍କୁଟି ଚାଳକ ଚମ୍ପଟ ମାରିଥିଲେ। ପୋଲିସକୁ ଖବର ଦିଆଯିବା ପରେ ସ୍କୁଟି ଚାଳକଙ୍କୁ ଖୋଜା ଚାଲିଛି।

Dharitri – Odisha’s No.1 Odia Daily

Share