ବିଧି-ବିଧାନରେ ବିଜ୍ଞାନ

ନୋବେଲ ପୁରସ୍କାର ପ୍ରାପ୍ତ ବ୍ରିଟିଶ ଗଣିତଜ୍ଞ ଓ ଦାର୍ଶନିକ ବାର୍ଟାଣ୍ଡ ରସେଲଙ୍କ ଅନୁଯାୟୀ, ”ହିନ୍ଦୁତ୍ୱ ସମ୍ବନ୍ଧେ ମୁଁ ଅଧ୍ୟୟନ କରିଛି ଏବଂ ହୃଦ୍‌ବୋଧ କରିଛି ଯେ ଏହା ସମଗ୍ର ମାନବ ଜାତି ପାଇଁ ଅତ୍ୟନ୍ତ କଲ୍ୟାଣକାରୀ।“ ବିଶ୍ବ ପ୍ରସିଦ୍ଧ ଲେଖକ ଓ ଚିନ୍ତାନାୟକ ହେଉଛନ୍ତି ହଷ୍ଟନ ସ୍ମିଥ। ତାଙ୍କର ୧୯୫୮ରେ ପ୍ରକାଶିତ The World’s Religions ପୁସ୍ତକଟି ୩୦ ଲକ୍ଷରୁ ଊଦ୍ଧର୍‌ବ କପି ବିକ୍ରୟ ହୋଇ ବିଶ୍ୱ ରେକର୍ଡ କରିଛି। ତାଙ୍କ କଥାନୁଯାୟୀ, ”ଆମେ ଯେଉଁ ବିଶ୍ୱାସରେ ବନ୍ଧା ତା’ଠାରୁ କାହିଁ କେତେ ଗୁଣ ଉଚ୍ଚରେ ଅଛି ହିନ୍ଦୁତ୍ୱର ଭାବଧାରା। ଆମେ ଯଦି ଖୋଲା ହୃଦୟର ସହିତ ତାକୁ ଆପଣାଇନେବୁ, ତେବେ ଆମର ଲାଭ ହିଁ ଲାଭ।“ ରବର୍ଟ ମିଲିକାନ (୧୮୬୮ – ୧୯୫୩) ହେଉଛନ୍ତି ନୋବେଲ ପୁରସ୍କାର ପ୍ରାପ୍ତ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ। ଧାର୍ମିକ ବିଶ୍ୱାସ ବା ଆସ୍ଥାକୁ ନେଇ ତାଙ୍କର ଏକ ସୁଚିନ୍ତିତ ମତ ଏମିତି ଥିଲା- ”ଦୃଢ଼ତାର ସହିତ ମୁଁ କହିପାରେ ଯେ ବିଶ୍ୱାସ ସବୁକୁ ଅସ୍ବୀକାର ବା ଅଣଦେଖା କରିବା ଅର୍ଥ କୌଣସି ବୈଜ୍ଞାନିକ ଆଧାରକୁ ସ୍ଥାଣୁ କରିଦେବା। ମୋ ମତରେ ବିଶ୍ୱାସ ଓ ବିଜ୍ଞାନକୁ ନେଇ କୌଣସି ପ୍ରତିବାଦ ଉଠିବା ଉଚିତ ନୁହେଁ। କାରଣ ଯେଉଁଠି ବିଶ୍ୱାସ ବା ବିଧି ବିଧାନ ରହିଛି, ସେଇଠି ଛପିକି ରହିଛି ବିଜ୍ଞାନ। ଏଣୁ ସେଇ ବିଧି, ବିଧାନ, ବିଶ୍ୱାସ ଭିତରେ ଥିବା ରହସ୍ୟକୁ ଖୋଜି ବାହାର କରିବା ବିଜ୍ଞାନର ଲକ୍ଷ୍ୟ ହେବା ଉଚିତ। ଯାହା ଫଳରେ ବିଜ୍ଞାନର ଆଦର ବଢିବା ସହିତ ମାନବ ସମାଜର ବହୁବିଧ କଲ୍ୟାଣ ହୋଇପାରିବ।“
ସମୁତ୍କର୍ଷ ଭାରତବର୍ଷ ଯାହାକି ଧାର୍ମିକ ବିଶ୍ୱାସର ଶକ୍ତ ଭିତ୍ତିଭୂମି ଉପରେ ଦଣ୍ଡାୟମାନ, ତାହାର ଚାଲି-ଚଳଣି, ରୀତି-ନୀତି, ପ୍ରଥା-ପରମ୍ପରା ଆଦିରେ ନିହିତ ଥାଏ ବିଜ୍ଞାନର ଗୂଢ଼ ରହସ୍ୟ। ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ପାଳିତ ପିତୃପକ୍ଷ ପରି ସାମାନ୍ୟ ପ୍ରଥା ଭିତରେ ଭରିରହିଛି ବିଜ୍ଞାନର ବାର୍ତ୍ତା। ଲୋକବିଶ୍ୱାସରେ କାଉ ପକ୍ଷୀକୁ ସାଧାରଣତଃ ଯମଲୋକର ପ୍ରତିନିଧି ଭାବେ ଗଣା ଯାଇଥାଏ। ପନ୍ଦର ଦିନର ଏହି ପିତୃପକ୍ଷ ପାଳନ ଅବସରରେ କାଉଙ୍କୁ ସନ୍ତୁଷ୍ଟ କଲେ ପିତୃଲୋକର ଆମ ପିତୃପୁରୁଷମାନେ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ଧାରଣା ରହିଛି। ଏହି ଅବସରରେ ପିତୃପୁରୁଷଙ୍କୁ ସ୍ମରଣ ପୂର୍ବକ କାଉଙ୍କୁ ଭରପୂର ପୁଷ୍ଟିକର ଖାଦ୍ୟାନ୍ନ ପରିବେଷଣ କରାଯାଇଥାଏ। ବଡ଼ କଥା ହେଉଛି ଏହି ସମୟ ବିଶେଷକରି ଭାଦ୍ରବ-ଆଶ୍ୱିନ (ଅଗଷ୍ଟ – ସେପ୍ଟେମ୍ବର) ମାସ ହେଉଛି କାଉଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ହେଉଛି ତାଙ୍କର ଅଣ୍ଡା ଦେବା ଓ ଅଣ୍ଡାରୁ ଛୁଆ ଫୁଟିବାର ପ୍ରକୃଷ୍ଟ ସମୟ। ମା’ କାଉଟି ଏହି ସମୟରେ ଆବଶ୍ୟକ କରିଥାଏ ଅଧିକ ପରିମାଣରେ ପୁଷ୍ଟିକର ଆହାର। ତତ୍‌ସହିତ ନବ ଜାତକଟି ବି ଲୋଡ଼ିଥାଏ ଆହାର। ଏସବୁକୁ ଦୃଷ୍ଟିରେ ରଖି ଏହି ସମୟରେ କାଉମାନଙ୍କୁ ଯେମିତି ପର୍ଯ୍ୟାପ୍ତ ଆହାର ସହଜେ ମିଳିପାରିବ, ସେଥିପାଇଁ ଆମର ଏପରି ଭବ୍ୟ ବିଧି ବ୍ୟବସ୍ଥା। ଏହାଦ୍ବାରା କାଉବଂଶ ବିସ୍ତାର ଲାଭ କରିବାରେ ସହାୟକ ହୋଇଥାଏ। କାରଣ କାଉବଂଶ ବିସ୍ତାର ସହିତ ଜଡିତ ଆମ ସ୍ବାସ୍ଥ୍ୟ। ଏପରିକି ଆମ ଅସ୍ତିତ୍ୱ ମଧ୍ୟ। କାରଣ ଏହିମାନେ ହିଁ ବହୁ ମୂଲ୍ୟବାନ ବର ଓ ଅଶ୍ୱତ୍ଥ ଗଛ ସୃଷ୍ଟିର ଅସଲ ସୂତ୍ରଧର। ପର୍ଯ୍ୟାବରଣର ସୁରକ୍ଷା, ଅଭିବୃଦ୍ଧି ତଥା ଅମ୍ଳଜାନର ଆବଶ୍ୟକତା ଦୃଷ୍ଟିରୁ ଏହି ଦୁଇଟି ଚବିଶ ଘଣ୍ଟିଆ ଅମ୍ଳଜାନ ଉତ୍ପାଦକାରୀର ଯେ କେତେ ଆବଶ୍ୟକତା ରହିଛି, ଆଜିର ଦିନରେ ତାହା ବୁଝାଇ କହିବା ଅନାବଶ୍ୟକ। ଅନନ୍ୟ ଏହି ବୃକ୍ଷ ଦୁଇଟି ଆମର ଅଜସ୍ର ମଙ୍ଗଳର କାରଣ ଥିବାରୁ ଏବଂ କାକ ପକ୍ଷୀଟି ହିଁ ସେମାନଙ୍କ ସୃଷ୍ଟିର ଅସଲ ଆଧାର ଥିବାରୁ, କାକକୁଳଙ୍କ ସୁଖକର ବଂଶ ବିସ୍ତାରାର୍ଥେ, ପିତୃପକ୍ଷ ପରି ପବିତ୍ର ପ୍ରଥାଟିଏ ଖଞ୍ଜାଯାଇଅଛି ଆମ ବ୍ୟବସ୍ଥାରେ।
ବର ଓ ଅଶ୍ୱତ୍ଥ ଗଛର ଫଳ ଭିତରେ ଥିବା ସୂକ୍ଷ୍ମ ବୀଜଟି କାଉ ପେଟ ଭିତରେ ସମୁଚିତ ପ୍ରକ୍ରିୟାକରଣ ହୋଇ ଅଙ୍କୁରୋଦ୍‌ଗମ ପାଇଁ ସମର୍ଥ ହୋଇଥାଏ। କାଉର ମଳରେ ନିଃସୃତ ଏହି ବୀଜଟି ଅନୁକୂଳ ବାତାବରଣ ପାଇ ଚାରାଟିଏ ହୋଇ ଜନ୍ମ ନିଏ। କାଉ ବିନା ଏହି ଗଛ ଦୁଇଟିର ସୃଷ୍ଟି ସମ୍ଭବ ହୁଏନି। ଏଣୁ କାଉ ବଂଶ ନ ଥିଲେ ଏହି ଗଛ ଦୁଇଟି ବି କେବେଠୁ ଲୋପ ହୋଇ ସାରନ୍ତାଣି ମରିସସ୍‌ର ‘କାଲଭେରିଆ’ ଗଛ ପରି। ମରିସସ୍‌ର ଚାରିଆଡେ ଦିନେ ଛାଇଯାଇ ଶୋଭା ଓ ସବୁଜିମା ବର୍ଦ୍ଧନ କରୁଥିବା କାଲଭେରିଆର ବୃକ୍ଷଟି ଆଜି ଗୁମୁରି କାନ୍ଦୁଛି, ନିଜର ବିପନ୍ନ ଭବିଷ୍ୟତକୁ ନେଇ। ଏହି ଗଛର ଫଳ ଡୋଡୋ ପକ୍ଷୀର ଅତି ପ୍ରିୟ। ଫଳର ମଞ୍ଜି ଏତେ ଟାଣ ଯେ, ତାହା ସ୍ବାଭାବିକ ଭାବରେ ଭୂମିରେ ପଡ଼ି ଅଙ୍କୁରୋଦ୍‌ଗମ ହୋଇପାରେନା। ଏହି ଫଳକୁ ଗିଳିପକାଏ ଡୋଡୋ। ତା’ ପେଟ ଭିତରେ ଟାଣ ମଞ୍ଜିଟି ଠିକ୍‌ ଭାବେ ପ୍ରକ୍ରିୟାକରଣ ହୋଇ ମଳରେ ନିଃସୃତ ହୁଏ ନରମ ହୋଇ। ତା’ପରେ ବୀଜଟି ସକ୍ଷମ ହୁଏ ଚାରାଟିଏ ହେବାକୁ। ଅର୍ଥାତ୍‌ ଈଶ୍ୱରଙ୍କ ଅଭିନବ ସୃଷ୍ଟିରେ ଏହି ମାଂସାଳ ପକ୍ଷୀଟି ହିଁ କାଲଭେରିଆ ଗଛର ସୃଷ୍ଟି ତଥା ସମୃଦ୍ଧିର ଅସଲ କାରଣ। କିନ୍ତୁ ଦୁର୍ଭାଗ୍ୟ, ପକ୍ଷୀଟିର ନିରୀହପଣ ଓ କଅଁଳ ମାଂସ, ତା’ ପାଇଁ କାଳ ସାଜିଲା। ପାଟି ଓ ପେଟ ପାଇଁ ମଣିଷ ଅତି ନୃଶଂସ ପାଲଟିଗଲା। ଅବିବେକି ହୋଇ ଅନ୍ଧ ଭାବେ ଶିକାର କରିଚାଲିଲା ବତକ ଜାତୀୟ ଏହି ବିରାଟ ପକ୍ଷୀକୁ। ପରିଣତିରେ ମରିସସ୍‌ ମାଟିରେ ଇତିହାସ ପାଲଟିଗଲା ଏହି ପ୍ରାଣୀଟି। ତା’ସହିତ ବି ଇତିହାସ ପାଲଟିବାକୁ ଯାଉଛି କାଲଭେରିଆ। ସୁଦୀର୍ଘ ଲମ୍ବା ଜୀବନ ଜିଇ ମରିସସ୍‌ର ଜଳବାୟୁକୁ ମାଟି ଅନୁକୂଳ କରୁଥିବା ଏହି ଗଛଟି ଆଜି ଲୁପ୍ତ ପ୍ରାୟ। କଁା ଭଁା କେଉଁଠି ଗୋଟେ ଅଧେ ଶ୍ରୀହୀନ କାଲଭେରିଆ ଅତି ବିକଳ ହୋଇ କାନ୍ଦି କାନ୍ଦି ଖୋଜି ବୁଲୁଛି ତା’ର ଅତି ପ୍ରିୟ ଡୋଡୋ ପକ୍ଷୀକୁ, ନିଜର ଅସ୍ତିତ୍ୱର ରକ୍ଷା ପାଇଁ। ଏଥିରୁ ହିଁ ଆମେ ଅନୁମାନ କରିପାରିବା, ଆମର ଦୂରଦ୍ରଷ୍ଟା ପୂର୍ବଜମାନେ କେମିତି ଅତି ବିଜ୍ଞତା ଓ ଦୂରଦର୍ଶିତାର ସହିତ ପିତୃପକ୍ଷ ପରି ଏକ ପୁଣ୍ୟକର୍ମ ପାଳନ କରିବାର ବିଧି ତିଆରି କରିଯାଇଛନ୍ତି। ଆଉ ପିଢ଼ି ପରେ ପିଢ଼ି ଆମେ ତାକୁ ପାଳିଆସୁଛୁ ଖୁବ୍‌ ଶ୍ରଦ୍ଧା ଓ ଆବେଗରେ। ଏହିପରି ଅନେକ ଅନେକ ଉତ୍କର୍ଷର ଉପଲବ୍ଧି ଉହ୍ୟ ଅଛି ଆମ ସନାତନୀ ବିଶ୍ୱାସ ଓ ବ୍ୟବସ୍ଥାରେ। ବିଜ୍ଞାନର ଭୂରି ଭୂରି ବାସ୍ନାରେ ବିମୋହିତ ଆମ ଧାର୍ମିକ ଧାରଣା ଓ ଭାବନା। ଏହାକୁ ଭୁଲିଯିବା ଅର୍ଥ ନିଜ ଅମଙ୍ଗଳକୁ ଆମନ୍ତ୍ରଣ କରିବା।

ଉପେନ୍ଦ୍ର ବିଶ୍ୱାଳ
ଗୋଡିଶୂଳ, ସଜନାଗଡ଼, ବାଲେଶ୍ବର
ମୋ:୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri