ସ୍କୁଟି ଉପରେ ଚଢ଼ିଗଲା କ୍ରେନ୍‌: ଚାଲିଗଲା ୨ ଜୀବନ

ବାଲେଶ୍ୱର ଅଫିସ, ୨୩।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ରାମେଶ୍ୱର ମନ୍ଦିର ଛକରେ ବୁଧବାର ଅପରାହ୍ନ ୪ଟା ବେଳେ ଏକ ଅଚଳ ଟ୍ରକ୍‌କୁ କ୍ରେନ୍‌ ଦ୍ୱାରା ଗ୍ୟାରେଜ୍‌କୁ ନିଆଯାଉଥିବା ବେଳେ କେନ୍‌ ଡ୍ରାଇଭର ଭାରସାମ୍ୟ ହରାଇ ଗୋଟିଏ ସ୍କୁଟି ଉପରେ ଚଢ଼ିିଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ମୃତଦେହ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରନାହଁି।
ସିମେଣ୍ଟ ଗୋଦାମରେ ଖରାପ ହୋଇପଡ଼ିଥିବା ଟ୍ରକ (ଓଆର୍‌୦୧ଏ-୫୧୬୭)କୁ ନେଇ କ୍ରେନ୍‌ (ନଂ. ଓଆର୦୧ଇ-୭୫୮୩) ରେମୁଣାସ୍ଥିତ ଗ୍ୟାରେଜ୍‌କୁ ଯାଉଥିଲା। ରାମେଶ୍ୱର ମନ୍ଦିର ନିକଟରେ କ୍ରେନ୍‌ ଡ୍ରାଇଭର ଭାରସାମ୍ୟ ହରାଇ ପ୍ରଥମେ ଏକ ଅଟୋ (ନଂ. ଓଡ଼ି୦୧ଟି-୮୪୭୨)କୁ ବାଡ଼େଇଥିଲେ। ଅଟୋ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। କ୍ରେନ୍‌ଟି ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ୱକୁ ହଠାତ୍‌ ମାଡ଼ିଯିବାରୁ ରେମୁଣା ଗୋଲେଇ ପଟୁ ବାଲେଶ୍ୱର ସହର ଅଭିମୁଖେ ଆସୁଥିବା ସ୍କୁଟି (ନଂ. ଓଆର୍‌୦୧ଏଲ୍‌-୦୫୦୯) ଉପରେ ଚଢ଼ିଯାଇଥିଲା। ଫଳରେ ସ୍କୁଟିରେ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି।