Posted inଫୁରସତ

ଏହି ଦେଶରେ ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି ସ୍ଥିର କରିଥାଏ ବିଦ୍ୟାଳୟ, ଜାଣନ୍ତୁ ଏଠାରେ ଆହୁରି ରହିଛି ଅଜବ ନିୟମ

ଟୋକିଓ,୨୬ା୧୨: ଜାପାନର କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ର ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ୍‌, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି। ଏହି ଅଜବ ନିୟମ ପାଇଁ ଜାପାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଖାଲି ଏତିକି ନୁହେଁ, ଏଠାରେ ବିଦ୍ୟାଳୟଗୁଡ଼ିକୁ ସଫା କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନ ଥାଏ। ପିଲାମାନେ ହିଁ ସେମାନଙ୍କର ଶ୍ରେଣୀଗୃହ ସଫା କରନ୍ତି। ଶିକ୍ଷକମାନେ ପିଲାମାନଙ୍କୁ ସହଯୋଗ କରିଥାନ୍ତି।

ଆହୁରି ମଧ୍ୟ ପିଲାମାନେ ଖାଇବା ପିଇବା ପାଇଁ ଅନେକ ନିୟମ କରାଯାଇଛି। ବିଦ୍ୟାଳୟରେ ପିଲାମାନେ ଶ୍ରେଣୀରେ ବସି ମଧ୍ୟାହ୍ନଭୋଜନ କରନ୍ତି। ଶିକ୍ଷକମାନେ ସେଠାରେ ପିଲାମାନଙ୍କ ସହିତ ମିଶି ମଧ୍ୟାହ୍ନଭୋଜନ କରିଥାନ୍ତି। ସମସ୍ତ ପିଲା ମଧ୍ୟାହ୍ନଭୋଜନ ପାଇଁ ସେମାନଙ୍କର ପ୍ଲେଟ ଏବଂ ମ୍ୟାଟ ଆଣନ୍ତି। ଖାଇବା ପରେ ପିଲାମାନଙ୍କୁ ନିଜ ନିଜର ପ୍ଲେଟ ସଫା କରିବାକୁ ପଡ଼ିଥାଏ।

ଝିଅମାନଙ୍କୁ ଲମ୍ବା କେଶ, ଅଳଙ୍କାର ଏବଂ ମେକଅପ୍‌ ପ୍ରତି ବାରଣ ରହିଛି। ପୁଅମାନଙ୍କୁ ପ୍ରତିଦିନ ସଞ୍ଚୟ କରିବାର ନିୟମ ରହିଛି। କୌଣସି ପିଲା ସେମାନଙ୍କ କେଶ ରଙ୍ଗ ବି କରିପାରିବେ ନାହିଁ।

କୌଣସି ପିଲା ଶୀତଦିନେ ସ୍କୁଲ ୟୁନିଫର୍ମ ସହିତ ରଙ୍ଗୀନ ଜ୍ୟାକେଟ କିମ୍ବା ସ୍ବେଟର୍‌ ପିନ୍ଧି ପାରିବେ ନାହିଁ। ପିଲାମାନଙ୍କୁ କେବଳ ନୀଳ, ବାଦାମୀ ଏବଂ କଳା ରଙ୍ଗର ସ୍ବେଟର ପିନ୍ଧିବାକୁ ଅନୁମତି ଦିଆଯାଇଛି। ଏଠାରେ ଥିବା ବିଦ୍ୟାଳୟରେ ପିଲାମାନଙ୍କୁ ଜୁନିୟର ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri