କଳାହାଣ୍ଡିରେ ଆସନ୍ତାକାଲି ସ୍କୁଲ ଛୁଟି: ବନ୍ଦ ରହିବ ସମସ୍ତ ସ୍କୁଲ…

ଭବାନୀପାଟଣା,୨।୧୧( ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ମଙ୍ଗଳବାର ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଏବଂ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀ ଛାତ୍ର ଓ କୁନିକୁନି ଶିଶୁମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ଫଳରେ ଆସନ୍ତାକାଲି ଜିଲାରେ ସ୍କୁଲ ଓ ଛାତ୍ରୀ କେନ୍ଦ୍ରରେ ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ବନ୍ଦ ରହିବ। ତେବେ ଅଭିଭାବକମାନେ ପିଲାମାନଙ୍କୁ ଘରେ ସୁରକ୍ଷିତ ରଖିବା ସହ ପାଣିପାଗ ସମ୍ପର୍କିତ ସରକାରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Share