ଖୋଲିଲା ସ୍କୁଲ: ଆସିଲେନି ପିଲା

କୋକସରା,୮।୧: ଶୁକ୍ରବାର କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥିବା ୨୫ଟି ହାଇସ୍କୁଲ ଖୋଲିଛି। ସେଥିମଧ୍ୟରୁ ୨୩ ହାଇସ୍କୁଲରେ ଉପସ୍ଥାନ କମ୍‌ ବେଶି ରହିଥିବା ବେଳେ ବ୍ଲକର ଫୁପଗାଁ ହାଇସ୍କୁଲ ଓ ଆମପଣି ଏସ୍‌ଏସଡି ହାଇସ୍କୁଲରେ ପିଲାଙ୍କ ଉପସ୍ଥାନ ଶୂନ ରହିଛି। ଏହାକୁ ନେଇ ଜିଲାରେ ଚର୍ଚ୍ଚା ହେଉଛି। ଏହି ୨ ସ୍କୁଲରେ ଦଶମ ଶ୍ରେଣୀର କୌଣସି ଛାତ୍ରୀଛାତ୍ର ଆସି ନ ଥିବା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଏ ନେଇ ଫୁପଗଁା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ ସ୍କୁଲ ଖୋଲା ଥିଲା। ହେଲେ ଛାତ୍ରୀଛାତ୍ର ଆସି ନ ଥିବା କହିଛନ୍ତି। ଆମପାଣି ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ଷଢଙ୍ଗୀଙ୍କୁ ପଚାରିବାରୁ ଛାତ୍ରୀଛାତ୍ରଙ୍କୁ ଅବଗତ କରାଯାଇଥିଲା। ପ୍ରଥମ ଦିନ ହୋଇଥିବାରୁ କେହି ଆସିଲେ ନାହିଁ ବୋଲି କହିଛନ୍ତି। କୋକସରା ବିଆର୍‌ସି ତୋଫାନ ମାଝିଙ୍କୁ ପଚାରିବାରୁ ୨ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ କାହିଁକି ଉପସ୍ଥାନ ଶୁନ ରହିଛି ସେ ନେଇ ତଦନ୍ତ କରାଯିବା ବୋଲି କହିଛନ୍ତି।