କଟକଣା ମଧ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୨୨।୯(ପି.ଟି.): କରୋନା ମହାମାରୀ ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ସ୍କୁଲ କଲେଜ ସୋମବାର କଟକଣା ମଧ୍ୟରେ ଖୋଲିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଅନ୍‌ଲକ୍‌-୪ ଗାଇଡଲାଇନ୍‌ ଅନୁସାରେ ଦେଶର କେତେକ ରାଜ୍ୟରେ ସ୍ବେଚ୍ଛାକୃତ ଭାବେ ବିଦ୍ୟାଳୟଗୁଡ଼ିକୁ ଆଂଶିକ ଭାବେ ଖୋଲାଯାଇଛି। ନବମରୁ +୨ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସ୍କୁଲ୍‌ଗୁଡ଼ିକ ଆଂଶିକ ଖୋଲା ରଖିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗତ ୮ତାରିଖରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର(ଏସ୍‌ଓପି) ଜାରି କରିଥିଲେ। ଏହାକୁ ବାଧ୍ୟତାମୂଳକ କରା ନ ଯାଇ ଶିକ୍ଷକଙ୍କ ଠାରୁ ପିଲାମାନେ ଆସି ପାଠ ବୁଝିପାରିବେ ବୋଲି କୁହାଯାଇଥିଲା। ଏହି ଏସ୍‌ଓପି ଅନ୍‌ଲକ୍‌-୪ର ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଥିଲା। ନବମରୁ +୨ ମଧ୍ୟରେ ପଢ଼ୁଥିବା ପିଲାମାନେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ସେମାନଙ୍କ ସ୍କୁଲକୁ ଯାଇପାରିବେ। ସେଠାରେ ତାଙ୍କର ପଢ଼ାରେ ଯଦି କୌଣସି ସନ୍ଦେହ ରହିଥିବ ତାହା ବୁଝି ପାରିବେ। ଆଉ ଏଥିପାଇଁ ସମ୍ପୃକ୍ତ ପିଲାଙ୍କ ଅଭିଭାବକଙ୍କ ଲିଖିତ ସ୍ବୀକୃତି ରହିବା ଆବଶ୍ୟକ ବୋଲି କୁହାଯାଇଥିଲା। କେନ୍ଦ୍ର ସରକାରଙ୍କ ଏସ୍‌ଓପିକୁ ପାଳନ କରି ଆନ୍ଧ୍ରପ୍ରଦେଶ, ଜମ୍ମୁ କଶ୍ମୀର, ତାମିଲନାଡ଼ୁ, ପଞ୍ଜାବ, ନାଗାଲାଣ୍ଡ, ହିମାଚଳପ୍ରଦେଶ, ଆସାମ ଏବଂ ହରିୟାଣା ଆଦି ରାଜ୍ୟରେ ଆଂଶିକଭାବେ କେତେକ ବିଦ୍ୟାଳୟ ଖୋଲାଯାଇଛି। ଅପରପକ୍ଷରେ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲାଯାଇ ନାହିଁ। ସେଗୁଡ଼ିକ ମଧ୍ୟରେ ଓଡ଼ିଶା, କର୍ନାଟକ, ଗୋଆ, ଉରପ୍ରଦେଶ, ଦିଲ୍ଲୀ, ଗୁଜରାଟ ଏବଂ ଉତ୍ତରାଖଣ୍ଡ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri