ସ୍କୁଲ ଫି’ ଛାଡ ପ୍ରସଙ୍ଗ: ହାଇକୋର୍ଟଙ୍କ ଉପରେ ଛାଡିଲେ ସରକାର

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ଆବେଦନ ମାମଲା। ରାଜ୍ୟ ସରକାର ସ୍କୁଲ ଫି’ ଛାଡ ନିଷ୍ପତ୍ତି ହାଇକୋର୍ଟଙ୍କ ଉପରେ ଛାଡି ଦେଇଛନ୍ତି। ତେଣୁ ଏବେ ସ୍କୁଲ ଫି’ ଛାଡ କରାଯିବ କି ନାହିଁ ସେ ନିଷ୍ପତ୍ତି ହାଇକୋର୍ଟ ନେବେ। ଅନ୍ୟପକ୍ଷରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।