ବିଦ୍ୟାଳୟ ଗୃହ ନିର୍ମାଣ ବନ୍ଦ ନିର୍ଦ୍ଦେଶ

ବଇଣ୍ଡା,୧୨।୧(ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଠାରେ ନିର୍ମାଣାଧୀନ ୯ଟି ନୂତନ ଶ୍ରେଣୀଗୃହ କାର୍ଯ୍ୟ ନିମ୍ନମାନର ହେଉଥିବା ସୋମବାର ଅନୁଗୋଳ ଜିଲାପାଳଙ୍କ ଠାରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ମଙ୍ଗଳବାର ଉକ୍ତ କାର୍ଯ୍ୟ ଯାଞ୍ଚ ପାଇଁ ବିଭାଗୀୟ ବରିଷ୍ଠ ବୈଷୟିକ ପରାମର୍ଶଦାତା ଦେବାଶିଷ ପାଣି, ବ୍ଲକ ସର୍ବଶିକ୍ଷା ଅଭିଯାନ କନିଷ୍ଠଯନ୍ତ୍ରୀ ସୁଧାକର ପ୍ରଧାନ ପହଞ୍ଚି ପରିଚାଳନା କମିଟି ସଦସ୍ୟ ଜିତେନ୍ଦ୍ର ବେହେରା, ଅରବିନ୍ଦ ସାହୁ, ରମାକାନ୍ତ ବେହେରା, ଅବନୀ ଦେହୁରୀ, ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ମଞ୍ଜରୀ ଚତମ୍ବାଙ୍କ ଉପସ୍ଥିତରେ କାମ ଯାଞ୍ଚ କରି ବନ୍ଦ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ କନିଷ୍ଠଯନ୍ତ୍ରୀ ସୁଧାକର ପ୍ରଧାନ କହିଛନ୍ତି, ଉକ୍ତ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇ କାମ ବନ୍ଦ କରାଯାଇଛି। ଏ ନେଇ ଜିଲାପାଳଙ୍କୁ ରିପୋର୍ଟ ଦିଆଯିବ।