ଅସହ୍ୟ ତାତି: ବରଗଡ଼ରେ ୨୨ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲାପାଳ ଆଦିତ୍ୟ ଗୋୟଲ ସ୍କୁଲ, କଲେଜ ଏବଂ ଅଙ୍ଗନଓ୍ବାଡି ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜିଲାପାଳଙ୍କ କାର୍ଯ୍ୟାଳୟରୁ ରବିବାର ପ୍ରକାଶିତ ବିଜ୍ଞପ୍ତି (ନଂ-୧୩/ଆରଇଏସ/୨୦୨୬) ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜିଲାର ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ର ଏବଂ ବୈଷୟିକ ଅନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି।

 

Dharitri – Odisha’s No.1 Odia Daily