ବିଦ୍ୱାନ୍‌ ବ୍ୟକ୍ତି, ପ୍ରଗତିଶୀଳ ସମାଜ ଲାଗି ଚେଷ୍ଟା କରିଥାଏ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଜଣେ ବିଦ୍ୱାନ୍‌ ବ୍ୟକ୍ତି ହିଁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନ କରିବାକୁ ଚେଷ୍ଟା କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୋମବାର ଡୁନ୍‌ ସ୍କୁଲ ପକ୍ଷରୁ ଆୟୋଜିତ ୮୨ତମ ଇଣ୍ଡିଆନ ପବ୍ଲିକ୍‌ ସ୍କୁଲ କନ୍‌ଫରେନ୍ସ(ଆଇପିଏସ୍‌ସି) ପ୍ରିନ୍ସିପାଲ୍ସ କନ୍‌କ୍ଲେଭରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷାନୀତି(୨୦୨୦) ସାମାଜିକ ଏବଂ ଆର୍ଥତ୍କ ଅନଗ୍ରସର ବର୍ଗର ପିଲାଙ୍କୁ ବିଶେଷ ଧ୍ୟାନଦେବା ସହ ସର୍ବବ୍ୟାପୀ ଓ ସମାବେଶୀ ଶିକ୍ଷା ଉପରେ କେନ୍ଦ୍ରୀଭୂତ। ଏକ ଶ୍ରେଣୀଗୃହରେ ସମାନ ପ୍ରକାର ଶିକ୍ଷା ସମସ୍ତଙ୍କୁ ଅସଂଖ୍ୟ ଅନୁଭବ ଏବଂ ଦୃଷ୍ଟିକୋଣରୁ ଲାଭାନ୍ବିତ କରିବା ସହ ଦେଶ ସାମ୍ନାରେ ଆସୁଥିବା ବିଭିନ୍ନ ଆହ୍ବାନକୁ ବୁଝାଇବାରେ ସକ୍ଷମ ହୋଇଥାଏ। ଆମ ଶ୍ରେଣୀଗୃହ ସମାନ ହେବା ଜରୁରୀ ା ଦେଶର ସବୁ ପିଲାଙ୍କୁ ସର୍ବୋତ୍ତମ ଶିକ୍ଷା ମିଳୁ, ଏହା ସୁନିଶ୍ଚିତ କରିବା ପାଇଁ ଆଉ କ’ଣ କରାଯାଇପାରିବ, ଏହା ଉପରେ ବିଚାରବିମର୍ଶ କରିବା ଦରକାର ା ଏକ ବିଦ୍ୱାନ୍‌ ବ୍ୟକ୍ତି ହିଁ ଭଲ, ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜର ଗଠନ କରିଥାଏ। ଏହି ଜ୍ଞାନକୁ ଶିଖିବା, ଏହାକୁ ପ୍ରୟୋଗ କରିବା ଏବଂ ଆଗକୁ ବଢ଼ାଇବାର ଜିଜ୍ଞାସା ମାନବ ସମାଜକୁ ଅଗ୍ନି ଅନୁସରଣରୁ ଚାଷ ପର୍ଯ୍ୟନ୍ତ, ଆକାଶରେ ଉଡ଼ିବାଠାରୁ ଆରମ୍ଭ କରି ଗ୍ରହକୁ ଯିବାର ବାଟ ବତାଇଲା। ଏହା ଉପରେ ଗୁରୁତ୍ୱାରୋପକରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ଆମମାନଙ୍କ ପିଲାଙ୍କୁ ଶିକ୍ଷାର ମୌଳିକ ଅଧିକାର ଦେବା ପାଇଁ ସବୁଠୁ ଭଲ କାମ କରିବାର ଆବଶ୍ୟକତା ରହିଛି ।