ଭୁବନେଶ୍ୱର,୨୬।୯ (ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ବୁଧବାର ଭବାନୀପାଟଣାରେ ସର୍ବାଧିକ ୧୫୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବୌଦ୍ଧ ଓ ଅନୁଗୋଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଉଭୟ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଦୁଇ ଜିଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହେବାର ସମ୍ଭାବନା ଥିବାବେଳେ କଚ୍ଚା ରାସ୍ତା ଓ ଘର କ୍ଷତିଗ୍ରସ୍ତ ହୋଇପାରେ। ଯାତାୟାତ ବାଧାପ୍ରାପ୍ତ ହେବା ସହ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ଏ ନେଇ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ଅବଗତ କରାଇଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ୨୧ ଜିଲାକୁ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ରହିଛି।
ମାଇକ୍ରୋସଫ୍ଟ ସେବା ବ୍ୟାହତ ଯୋଗୁ ଭାରତରେ ବିମାନ ସେବା ପ୍ରଭାବିତ; ୩ଟି ବିମାନ ବାତିଲ, ୨ଟି ବିଳମ୍ବିତ
ନୂଆଦିଲ୍ଲୀ,୧୩।୧୧: ମାଇକ୍ରୋସଫ୍ଟ (Microsoft) ସେବାରେ ବ୍ୟାଘାତ ଯୋଗୁ ଭାରତରେ ବିମାନ ସେବା ଉପରେ ଏହାର ପ୍ରଭାବ ପଡ଼ିଛି। ସ୍ପାଇସଜେଟ (SpiceJet) ଦିଲ୍ଲୀରୁ ଛାଡୁଥିବା ନିଜର ତିନୋଟି ବିମାନ…
ଭୟଙ୍କର ଦୁର୍ଘଟଣା: ଅଟୋକୁ ସାମ୍ନାପଟୁ ଧକ୍କା ଦେଇ ଘୋଷାଡ଼ି ନେଲା ଆମ ବସ୍, ୮ ଛାତ୍ରୀଛାତ୍ର ଗୁରୁତର
ଖୋର୍ଦ୍ଧା,୧୩ା୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଭୁବନେଶ୍ୱର ବାଇପାସ୍ର ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ ବସ୍ ଧକ୍କାରେ ଅଟୋରେ ଯାଉଥିବା ୮ ଜଣ…
ସତ୍ୟ ନାଡେଲାଙ୍କୁ ପଛରେ ପକାଇଲେ ସୁନ୍ଦର ପିଚାଇ
ନ୍ୟୁୟର୍କ,୧୩ା୧୧: ଏଚ୍ଏସ୍ବିସି ହୁରୁନ୍ ଗ୍ଲୋବାଲ ଇଣ୍ଡିଆନ୍ସ ତାଲିକା ୨୦୨୬ରେ ଆଲ୍ଫାବେଟ୍ ସିଇଓ ସୁନ୍ଦର ପିଚାଇ ସବୁଠାରୁ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ବ୍ୟବସାୟିକ ନେତା ଭାବେ ଉଭା ହୋଇଛନ୍ତି…
ନାକ କାଟିଦେଲେ ରୋହିତ, ବିରାଟ, ଆୟର, ଅପମାନଜନକ ରେକର୍ଡ ସ୍ଥାପନ କଲା ଭାରତୀୟ ଦଳ
ନୂଆଦିଲ୍ଲୀ,୧୩।୧୧: କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ, ଏବଂ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଦିନିକିଆ (ODI) ଦଳ ଭାରତ ସହିତ ଏକ ଅସାଧାରଣ ଘଟଣା ଘଟିଛି।…
ମସିଣାପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ବିଇଓଙ୍କୁ ଦାବିପତ୍ର ପ୍ରଦାନ କରି ଗ୍ରାମବାସୀ…
ଅମରପାଲି,୧୩ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ହୋଇଛି। ଏନେଇ ମସିଣାପାଲି ଗ୍ରାମବାସୀ…
IPL 2027 : ଅକ୍ଷର ପଟେଲ ମନା କରିଦେବା ପରେ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ କିଏ ହେବେ? ଚର୍ଚ୍ଚାକୁ ଆସିଲାଣି ଏହି ନାମ
ନୂଆଦିଲ୍ଲୀ,୧୩।୧୧: ୨୦୨୭ ଆଇପିଏଲ (IPL) ଆରମ୍ଭ ହେବାକୁ ଏବେ ମଧ୍ୟ କିଛି ମାସ ବାକି ଅଛି, କିନ୍ତୁ ତା’ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜକୁ ସେମାନଙ୍କ ଦଳରୁ…
ମଧ୍ୟବିତ୍ତଙ୍କୁ ପୁଣି ଝଟ୍କା ଦେଲେ ସରକାର: ବଢିଲା…
ନୂଆଦିଲ୍ଲୀ, ୧୩।୧୧: ଆଜି ମହଙ୍ଗା ମାଡ଼ର ପ୍ରଭାବ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ରୋଷେଇ ଘରର ବଜେଟ ପର୍ଯ୍ୟନ୍ତ ପହଞ୍ଚିଛି। ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡରେ CNG…
ପୁଣି ମାଡିଆସୁଛି ବାତ୍ୟା: ଏହି ତାରିଖ ସନ୍ଧ୍ୟା ସୁଦ୍ଧା…
ଭୁବନେଶ୍ୱର, ୧୩।୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ…

