ଚାଷକୁ ନିଅଣ୍ଟ ଆଉଁଳୀ ପାଣି

ଛେଣ୍ଡିପଦା,୨୫।୬(ସ୍ବ.ପ୍ର.)  ବର୍ଷ ବର୍ଷ ଧରି ଯେଉଁ ଆଉଁଳୀ ପ୍ରକଳ୍ପ ପାଣିରେ ହଜାର ହଜାର ହେକ୍ଟର ଜମିରେ ଫସଲ ହେଉଥିଲା ତାହା ଉପରୁ ଚାଷୀ ଏବେ ଭରସା ତୁଟାଇବାକୁ ବସିଲେଣି। କାରଣ ଉକ୍ତ ପ୍ରକଳ୍ପରୁ ବାହାରିଥିବା କେନାଲର ବିଭିନ୍ନ ଶାଖା କେନାଲ ପୋତି ହୋଇପଡ଼ିଲାଣି। ଏ ନେଇ ଚାଷୀମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ପୁନରୁଦ୍ଧାର କିମ୍ବା ମରାମତି ଦିଗରେ ଧ୍ୟାନ ଦିଆଯାଉ ନାହିଁ। ଫଳରେ ଆଉଁଳୀ ପାଣି ଏବେ ଚାଷକୁ ନିଅଣ୍ଟ ପଡ଼ୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
୧୯୬୪ ମସିହାରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତରେ ଆଉଁଳୀ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପରୁ ଦୀର୍ଘ ୩୦ କିଲୋମିଟରରୁ ଊର୍ଦ୍ଧ୍ୱ କେନାଲ ନିର୍ମାଣ କରାଯିବା ସହିତ ୪ଟି ପାଣି ପଞ୍ଚାୟତ ମାଧ୍ୟମରେ ୨୨୭୧ ହେକ୍ଟର ଜମିକୁ ଜଳର ସୁବଣ୍ଟନ କରାଯାଉଥିଲା। ଫଳରେ କର୍ଣ୍ଣପାଳ, କଣଲୋଇ, ନୂଆଗାଁ, ଭାଲିଆସର, ଡଙ୍କାପାଳ, ମାରୁଢ଼ିପ, ତେଲିସାହି, ଜରିପାଳ ଆଦି ଅଞ୍ଚଳରେ ରବି ଋତୁରେ ୫୨୫ ହେକ୍ଟର ଓ ଖରିଫ ଋତୁରେ ୧୭୪୬ ହେକ୍ଟର ଜମିରେ ଚାଷ ହୋଇପାରୁଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଯିବାରୁ ମାଇନର, ସବ୍‌ମାଇନର ତଥା ଶାଖା କେନାଲଗୁଡିକ ପଙ୍କ, ମାଟି ଓ ବାଲି ଆଦିରେ ପୋତିହୋଇ ପଡିଛି। ଫଳରେ ପାଣି ପ୍ରବାହରେ ବାଧା ସୃଷ୍ଟି ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଅନେକ ସବ୍‌ମାଇନର କେନାଲର ତଳମୁଣ୍ଡରେ ଆବଶ୍ୟକ ଅନୁଯାୟୀ ପାଣି ପହଞ୍ଚୁ ନାହିଁ। ଏହାର ମରାମତି ନିମନ୍ତେ ଅଞ୍ଚଳବାସୀ ଦୀର୍ଘଦିନ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ପାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ୮ବର୍ଷ ହେବ କେନାଲର ଜରୁରୀ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଆସୁନାହିଁ। ଯଦ୍ୱାରା ଜଳସେଚନ କରିବାରେ ଅସୁବିଧା ହେଉଛି। ଏପରିକି ପାଣି ପଞ୍ଚାୟତ ଶୀର୍ଷ ସମିତିର ବିନା ପରାମର୍ଶରେ ନିମ୍ନମାନର କେନାଲ ନିର୍ମାଣ କରାଯାଉଥିବାରୁ ମାଇନର କେନାଲରୁ ଶାଖା କେନାଲଗୁଡିକୁ ଠିକ୍‌ ଭାବେ ପାଣି ଯାଇପାରୁ ନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୀର୍ଷ ସମିତିକୁ ଅନୁଦାନ ମିଳୁନାହିଁ। ଏ ସମ୍ପର୍କରେ ଜଳସେଚନ ଯନ୍ତ୍ରୀ ଦିଲୀପ କୁମାର ରଥ କହିଛନ୍ତି, ଏବେ କେନାଲର ମରାମତି ନିମନ୍ତେ ଶୀର୍ଷ ସମିତିକୁ ଅନୁଦାନ ଆସୁନାହିଁ। ଟଙ୍କା ଆସିଲେ ତୁରନ୍ତ ପ୍ରଦାନ କରାଯିବ ଏବଂ ମାଇନର ଓ ସବ୍‌ମାଇନର କେନାଲଗୁଡିର ମରାମତି କାର୍ଯ୍ୟ ଏକ ସପ୍ତାହ ମଧ୍ୟରେ ଶେଷ କରାଯିବ ବୋଲି ଯନ୍ତ୍ରୀ ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri