ଆଜି ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ

ସମ୍ବଲପୁର,୨୫ା୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ଛଡ଼ାଯିବ। ପୂର୍ବାହ୍ନ ୧୦ଟା ପରେ ଯେକୌଣସି ସମୟରେ ଫାଟକ ଖୋଲାଯାଇ ପାରେ ବୋଲି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ସମ୍ବଲପୁର ଜିଲା ସମେତ ମହାନଦୀ ତଟରେ ବସବାସ କରୁଥିବା ଜନସାଧାରଣଙ୍କୁ ଅବଗତ କରାଯାଇଛି। ମହାନଦୀକୁ ମାଛ ମାରିବା ପାଇଁ ଯାଉଥିବା ଲୋକଙ୍କୁ ବାରଣ କରଯାଇଛି।
ବୁଧବାର ମିଳିଥିବା ରିପୋର୍ଟ ଅନୁସାରେ ଡ୍ୟାମ୍‌ରେ ୬୧୭.୦୮ ଫୁଟ ଜଳସ୍ତର ରହିଥିଲା। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୪ହଜାର ୬୫୬ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୧୫ ହଜାର ୪୫୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଫଳରେ ତଳମୁଣ୍ଡ ବେଲଗଁାରେ ୩୦ ହଜାର କ୍ୟୁସେକ୍‌, ପର୍ଥଲାରେ ୭୦.୩୯୬ କ୍ୟୁସେକ, ଖଇରମାଳରେ ୧,୨୧,୬୦୦ କ୍ୟୁସେକ, ବରମୁଳାରେ ୧ ଲକ୍ଷ ୧୧ ହଜାର ଓ ମୁଣ୍ଡଳିରେ ୩୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।
ସୁଚନାଯୋଗ୍ୟ, ଚଳିତବର୍ଷ ଧାର୍ଯ୍ୟ ସମୟ ଜୁନ୍‌ରେ ମୌସୁମୀ ବର୍ଷା ହୋଇଛି। ତେଣୁ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ବିଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଜୁନ ମାସରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ୧୯୫୪, ୧୯୬୧, ୧୯୬୩, ୧୯୬୪, ୧୯୭୦, ୧୯୭୧, ୧୯୭୭, ୧୯୮୦, ୧୯୮୬, ୧୯୯୩, ୧୯୯୪, ୧୯୯୮,୨୦୦୪ ଜୁନରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ମୁଣ୍ଡରେ କାଳିଆ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୨୧ା୨: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଝରିଗୁମା ପଞ୍ଚାୟତର ଡେଙ୍ଗପଦର ଗ୍ରାମର ଭୀଷ୍ମସେନ ବିଷୋୟୀଙ୍କ ଅଗଣାରେ ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟିର ଚଉଡ଼ା...

ନୂଆପଡାକୁ ଦୁର୍ଘଟଣାମୁକ୍ତ ସହର କରାଯିବ: ସଚେତନତା ପାଇଁ ବାହାରିଲା ପୋଲିସ

ନୂଆପଡା ଅଫିସ,୬ା୯-ରାଜ୍ୟର ଉପାନ୍ତ ତଥା ପଡୋଶୀ ଛତିଶଗଡ ସୀମାନ୍ତବର୍ତ୍ତୀ ନୂଆପଡା ଜିଲାରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ବହୁ ମୂଲ୍ୟବାନ ଜୀବନ ହାନି ଘଟୁଛି ।...

୨୦୨୫ ସୁଦ୍ଧା ରାଜ୍ୟରୁ ଯକ୍ଷ୍ମା ନିର୍ମୂଳ କରିବା ଲକ୍ଷ୍ୟ

ଭୁବନେଶ୍ୱର, ୨୪।୩ (ବ୍ୟୁରୋ): ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜାରି ରହିଛି। ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗ ନିର୍ମୂଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ...

ଚନ୍ଦକାରେ ପ୍ରାଗୈତିହାସିକ ଗୁମ୍ଫା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ରହିଛି ଏକାଧିକ ଗୁମ୍ଫା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗର ନଜର ଆଢୁଆଳରେ ରହିଥିବା...

ଜିଲା ବାହାର ଗାଡ଼ି ଗଞ୍ଜାମରେ ଅଟକିବା ମନା

ଛତ୍ରପୁର,୨୧ା୩(ଡି.ଏନ୍‌.ଏ.)- ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲାର କୌଣସି ବସ୍‌, ଟ୍ରକ୍‌, ଟ୍ରେଲର ଆଦି ଗାଡ଼ି ଗଞ୍ଜାମ ଜିଲା ଦେଇ ଯାଉଥିବା ବେଳେ ଅଟକିବା ଉପରେ...

ଓଡ଼ିଶାରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଅପରାହ୍ନରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ...

ଦିବ୍ୟାଙ୍ଗ ଅଞ୍ଜନଙ୍କୁ ଆବାସ ଯୋଜନା ସାତ ସପନ

ଚମ୍ପୁଆ,୨୯।୮(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳର ଅଞ୍ଜନ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ପାଲଟିଛି। ଦୁଇବର୍ଷ ପୂର୍ବରୁ ଆବେଦନ କରି ମଧ୍ୟ ଆଜି...

ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ଭକ୍ତ ଦାସ

ଭବାନୀପାଟଣା,୩ା୧୦(ଡି.ଏନ.ଏ.): ଆଉ ମୁଁ ଲୋକ ସଭା ନିର୍ବାଚନ ଲଢିବି ନାହିଁ। ବିଧାନସଭା ନିର୍ବାଚନ ଲଢିବା ପାଇଁ ଆଶାବାଦୀ ଅଛି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଁ...

Advertisement
Archives

Model This Week