Posted inଖେଳ

ସ୍କାଲୋନିଙ୍କ କାର୍ଯ୍ୟକାଳ ବୃଦ୍ଧି

ବୁଏନ୍ସଏୟାର୍ସ,୧।୩(ଏପି): ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର କୋଚ୍‌ ବିଶ୍ୱକପ୍‌ ବିଜେତା ଲିଓନେଲ ସ୍କାଲୋନିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସେ ୨୦୨୬ ବିଶ୍ୱକପ୍‌ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ସୋମବାର ଚୁକ୍ତି ନବୀକରଣ କରାଯାଇଥିବା ଆର୍ଜେଣ୍ଟାଇନ୍‌ ଫୁଟ୍‌ବଲ ଆସୋସିଏଶନ (ଏଏଫ୍‌ଏ) ଓ ସ୍କାଲୋନି ସ୍ପଷ୍ଟ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ଫିଫା ପୁରସ୍କାର ପୂର୍ବରୁ ପ୍ୟାରିସରେ ୪୪ ବର୍ଷୀୟ ସ୍କାଲୋନି ଏବଂ ଏଏଫ୍‌ଏ ସଭାପତି କ୍ଲାଉଡିଓ ଟାପିଆଙ୍କ ମଧ୍ୟରେ ଭେଟ ହୋଇଥିଲା। ସ୍କାଲୋନି ଓ୍ବାଲର୍‌ଡ କୋଚ୍‌ ଅଫ୍‌ ଦି ଇୟର ପୁରସ୍କାର ପାଇଥିଲେ। ଆର୍ଜେଣ୍ଟିନା ଗତ ଡିସେମ୍ବର ୧୮ରେ କାତାର ବିଶ୍ୱକପ୍‌ ଜିତିବା ପରେ ସ୍କାଲୋନିଙ୍କ ଚୁକ୍ତି ମିଆଦ ଶେଷ ହୋଇଥିଲା। ପରେ ଦୀର୍ଘ ମିଆଦି ଚୁକ୍ତି ହୋଇଛି। ସୂଚନାଯୋଗ୍ୟ, ସ୍କାଲୋନି ୨୦୧୮ଶେଷ ଭାଗରେ କାମଚଳା ଦାୟିତ୍ୱ ନେବା ପରେ ଅଭିଜ୍ଞତା ଅଭାବରୁ ସମାଲୋଚନାର ପାତ୍ର ହୋଇଥିଲେ। କାରଣ ସେତେବେଳେ ଗୋଟିଏ ହେଲେ ପ୍ରଫେସନାଲା ଟିମ୍‌କୁ କୋଚିଂ ଦେଇ ନ ଥିଲେ। ବର୍ଷକ ପରେ ତାଙ୍କୁ ପଦବୀରେ ନିୟମିତ କରାଯାଇଥିଲା। ସ୍କାଲୋନିଙ୍କ ତତ୍ତ୍ୱାବଧାନରେ ଆର୍ଜେଣ୍ଟିନା ୨୮ ବର୍ଷରେ ପ୍ରଥମ ଥର ୨୦୨୧ କୋପା ଆମେରିକା ଜିତିଥିଲା। ବିଶ୍ୱକପ୍‌ ୨୦୨୬ ବିଶ୍ୱକପ୍‌ ପର୍ଯ୍ୟନ୍ତ ସ୍କାଲୋନି ତାଙ୍କ ପଦବୀରେ ରୁହନ୍ତୁ ବୋଲି ଅଧିନାୟକ ଲିଓନେଲ ମେସି ଓ ଅନ୍ୟ କେତେଜଣ ପ୍ରମୁଖ ଖେଳାଳି ଚାହିଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri