Posted inଜାତୀୟ

ସମ୍ମତିକ୍ରମେ ବ୍ରେକ୍ ଅପ କଲେ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୧: ବଳାତ୍କାର ଆଇନର ଅପବ୍ୟବହାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକଙ୍କ ମଧ୍ୟରେ ସମ୍ମତିକ୍ରମେ ହୋଇଥିବା ସମ୍ପର୍କ ଭାଙ୍ଗିଗଲେ, ଏହାକୁ ଅପରାଧ ଭାବରେ ବିବେଚନା କରାଯାଇ ପାରିବ ନାହିଁ ଏବଂ ପୁରୁଷ ବିରୋଧରେ ବଳାତ୍କାର ମାମଲା ଲାଗୁ ହୋଇପାରିବ ନାହିଁ।

ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଆର୍ ମହାଦେବନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଓକିଲଙ୍କ ବିରୋଧରେ ଦାୟର ହୋଇଥିବା ବଳାତ୍କାର ମାମଲାକୁ ଖାରଜ କରି କହିଛନ୍ତି, “ଏହି କୋର୍ଟ ଅନେକ ଥର ଲକ୍ଷ୍ୟ କରିଛନ୍ତି ଯେ ବିଫଳ କିମ୍ବା ଭାଙ୍ଗିଯାଇଥିବା ସମ୍ପର୍କକୁ ଅପରାଧର ରୂପ ଦିଆଯାଉଛି। ବଳାତ୍କାର ଭଳି ସର୍ବୋଚ୍ଚ ଅପରାଧକୁ କେବଳ ସେହି ମାମଲାଗୁଡ଼ିକରେ ଲାଗୁ କରାଯିବା ଉଚିତ୍ ଯେଉଁଠାରେ ପ୍ରକୃତ ଯୌନ ହିଂସା, ବାଧ୍ୟବାଧକତା, କିମ୍ବା ମୁକ୍ତ ସମ୍ମତିର ଅଭାବ ଥାଏ।”

ଜଣେ ମହିଳାଙ୍କୁ ବାରମ୍ବାର ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଓକିଲଙ୍କ ବିରୋଧରେ ଏଫଆଇଆର ଖାରଜ କରିବାକୁ ମନା କରିଦେଇଥିବା ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଏହି ସମ୍ପର୍କ ସ୍ୱେଚ୍ଛାକୃତ ଥିଲା ଏବଂ ତିନି ବର୍ଷ ଧରି ଚାଲିଥିବାବେଳେ ମହିଳା ଜଣକ କେବେବି ସମ୍ମତିର ଅଭାବ ନେଇ ଅଭିଯୋଗ କରି ନଥିଲେ।

ଖଣ୍ଡପୀଠ କହିଛନ୍ତି, “ପ୍ରତ୍ୟେକ ତିକ୍ତ ସମ୍ପର୍କକୁ ବଳାତ୍କାର ଅପରାଧରେ ପରିଣତ କରିବା ଦ୍ୱାରା କେବଳ ଅପରାଧର ଗମ୍ଭୀରତା କମ୍ ହୁଏ ନାହିଁ, ବରଂ ଅଭିଯୁକ୍ତଙ୍କୁ ମଧ୍ୟ ଅପୂରଣୀୟ କଳଙ୍କ ଏବଂ ଗୁରୁତର ଅନ୍ୟାୟର ସାମ୍ନା କରିବାକୁ ପଡ଼େ। ଏଭଳି କାର୍ଯ୍ୟ ଅପରାଧିକ ନ୍ୟାୟ ବ୍ୟବସ୍ଥାର ଅପବ୍ୟବହାରକୁ ଦର୍ଶାଏ ଏବଂ ଏହା ନିନ୍ଦନୀୟ।”

ଜଷ୍ଟିସ୍ ନାଗରତ୍ନା ତାଙ୍କ ରାୟରେ କହିଛନ୍ତି, “ଆଇନ ସେହି ପ୍ରକୃତ ମାମଲା ପ୍ରତି ସମ୍ବେଦନଶୀଳ ରହିବା ଉଚିତ ଯେଉଁଠାରେ ବିଶ୍ୱାସ ଭାଙ୍ଗିଛି ଏବଂ ମର୍ଯ୍ୟାଦା ଉଲ୍ଲଂଘନ ହୋଇଛି, ନଚେତ୍ ଆଇପିସିର ଧାରା ୩୭୬ ର ସୁରକ୍ଷା ପରିସର ପ୍ରକୃତରେ ପୀଡ଼ିତଙ୍କ ପାଇଁ କେବଳ ଏକ ଔପଚାରିକତାରେ ପରିଣତ ହେବ।”


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri