Posted inଫୁରସତ

ଜାଣନ୍ତି କି ଏହି ଦେଶର ଲୋକେ ଫୋନ୍‌ରେ ପ୍ରଥମେ ହେଲୋ ବଦଳରେ ନିଜ ନାଁ କହି ଆରମ୍ଭ କରନ୍ତି କଥା

ସାଧାରଣତଃ ଯେତେବେଳେ ଲୋକମାନେ ପ୍ରଥମେ କାହାକୁ ଫୋନ୍‌ କରନ୍ତି କିମ୍ବା ଫୋନ୍‌ ଉଠାନ୍ତି, ସେମାନେ ପ୍ରଥମେ ‘ହେଲୋ’ କୁହନ୍ତି ଏବଂ ତା’ପରେ କଥା ହେବା ଆରମ୍ଭ କରନ୍ତି, କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ଲୋକମାନେ ଫୋନ୍‌ରେ ପ୍ରଥମେ କାହାକୁ ହେଲୋ କହି ନ ଥାନ୍ତି। ସିଧାସଳଖ ନିଜ ନାଁ କହି କଥା ହେବା ଆରମ୍ଭ କରନ୍ତି।

ଏପରି ଦେଶ ହେଉଛି ଜର୍ମାନୀ। ଯେଉଁଠାରେ କିଛି ଅଜବ ନିୟମ ରହିଛି। ଏହି ଦେଶରେ ଏକଛତ୍ରବାଦୀ ହିଟଲର ଥିଲେ। ହିଟଲରଙ୍କ ଯୋଗୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। ଯଦିଓ ଏହି ଦେଶ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଗଣନା କରାଯାଏ। କିନ୍ତୁ ଏହି ଦେଶ ସହିତ ଜଡ଼ିତ ଅନେକ ଆକର୍ଷଣୀୟ ତଥ୍ୟ ଅଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ସେମିତି ଏହି ଦେଶରେ ଆଉ ଏକ ନିୟମ ରହିଛି। ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚଲାଇବା କିମ୍ବା ହେଲମେଟ୍‌ ପିନ୍ଧି ନ ଥିବାରୁ ଲୋକମାନଙ୍କୁ ପ୍ରାୟତଃ ଫାଇନ ବା ଜରିମାନା ଦେବାକୁ ପ ବୋଲି ଜାଣିଥିବେ । ମାତ୍ର ଆପଣ କେବେ ଶୁଣିଛନ୍ତି କି ଯଦି ରାସ୍ତା ମଝିରେ ଗାଡିର ତେଲ ସରିଯାଏ, ତେବେ ଜରିମାନା ଲାଗୁ ହୋଇପାରେ କିମ୍ବା ଏଥିପାଇଁ ଦଣ୍ଡ ମଧ୍ୟ ଦିଆଯାଇପାରେ।

ଜର୍ମାନୀ ରାଜପଥରେ ଯେତେ ଗତିରେ ଚାହିଁବେ ଗାଡ଼ି ଚଲାଇପାରିବେ, ଏଥିପାଇଁ ଦଣ୍ଡର କୌଣସି ବ୍ୟବସ୍ଥା ନାହିଁ। ଏଠାରେ ଯଦି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଲା ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିପାଇଁ ଦଣ୍ଡ କିମ୍ବା ଜରିମାନା ଦିଆଯାଇପାରେ।

ସାଧାରଣତଃ ଅନେକ ଦେଶରେ ଲୋକମାନେ ସମୟ ପୂର୍ବରୁ କାହାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥାନ୍ତି, କିନ୍ତୁ ଜର୍ମାନୀରେ ଏପରି କରିବା ଦୁର୍ଭାଗ୍ୟ ବୋଲି ବିବେଚନା କରାଯାଏ।

ଜର୍ମାନୀରେ ବିଶ୍ୱର ସର୍ବାଧିକ ସଂଖ୍ୟକ ଚିଡ଼ିଆଖାନା ଅଛି। ଏହା ବ୍ୟତୀତ ବିଶ୍ୱର ସବୁଠାରୁ ଉଚ୍ଚ ଚର୍ଚ୍ଚ ମଧ୍ୟ ଏଠାରେ ଅଛି, ଯାହାର ନାମ ‘ଉଲ୍ମ ମିନିଷ୍ଟର’। ଏହି ଚର୍ଚ୍ଚର ଉଚ୍ଚତା ପ୍ରାୟ ୫୩୦ ଫୁଟ। ଏହା ଏତେ ବଡ଼ ଯେ, ଏଥିରେ ଦୁଇ ହଜାର ଲୋକ ଏକାଠି ଆରାମରେ ବସିପାରିବେ।

ଆପଣ ହୁଏତ ଜାଣି ନଥିବେ, କିନ୍ତୁ ବିଶ୍ୱର ପ୍ରଥମ ପତ୍ରିକା ୧୬୬୩ ଖ୍ରୀଷ୍ଟାବ୍ଦରେ ଜର୍ମାନୀରେ ଆରମ୍ଭ ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସର୍ବାଧିକ ପୁସ୍ତକ ଛାପୁଥିବା ଦେଶ ତାଲିକାରେ ଜର୍ମାନୀର ନାମ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରତିବର୍ଷ ଏଠାରେ ୯୪ ହଜାରରୁ ଅଧିକ ପୁସ୍ତକ ମୁଦ୍ରିତ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri