Posted inଫୁରସତ

ଜାଣନ୍ତି କି ଏହି ଦେଶର ଲୋକେ ଫୋନ୍‌ରେ ପ୍ରଥମେ ହେଲୋ ବଦଳରେ ନିଜ ନାଁ କହି ଆରମ୍ଭ କରନ୍ତି କଥା

ସାଧାରଣତଃ ଯେତେବେଳେ ଲୋକମାନେ ପ୍ରଥମେ କାହାକୁ ଫୋନ୍‌ କରନ୍ତି କିମ୍ବା ଫୋନ୍‌ ଉଠାନ୍ତି, ସେମାନେ ପ୍ରଥମେ ‘ହେଲୋ’ କୁହନ୍ତି ଏବଂ ତା’ପରେ କଥା ହେବା ଆରମ୍ଭ କରନ୍ତି, କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ଲୋକମାନେ ଫୋନ୍‌ରେ ପ୍ରଥମେ କାହାକୁ ହେଲୋ କହି ନ ଥାନ୍ତି। ସିଧାସଳଖ ନିଜ ନାଁ କହି କଥା ହେବା ଆରମ୍ଭ କରନ୍ତି।

ଏପରି ଦେଶ ହେଉଛି ଜର୍ମାନୀ। ଯେଉଁଠାରେ କିଛି ଅଜବ ନିୟମ ରହିଛି। ଏହି ଦେଶରେ ଏକଛତ୍ରବାଦୀ ହିଟଲର ଥିଲେ। ହିଟଲରଙ୍କ ଯୋଗୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। ଯଦିଓ ଏହି ଦେଶ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଗଣନା କରାଯାଏ। କିନ୍ତୁ ଏହି ଦେଶ ସହିତ ଜଡ଼ିତ ଅନେକ ଆକର୍ଷଣୀୟ ତଥ୍ୟ ଅଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ସେମିତି ଏହି ଦେଶରେ ଆଉ ଏକ ନିୟମ ରହିଛି। ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚଲାଇବା କିମ୍ବା ହେଲମେଟ୍‌ ପିନ୍ଧି ନ ଥିବାରୁ ଲୋକମାନଙ୍କୁ ପ୍ରାୟତଃ ଫାଇନ ବା ଜରିମାନା ଦେବାକୁ ପ ବୋଲି ଜାଣିଥିବେ । ମାତ୍ର ଆପଣ କେବେ ଶୁଣିଛନ୍ତି କି ଯଦି ରାସ୍ତା ମଝିରେ ଗାଡିର ତେଲ ସରିଯାଏ, ତେବେ ଜରିମାନା ଲାଗୁ ହୋଇପାରେ କିମ୍ବା ଏଥିପାଇଁ ଦଣ୍ଡ ମଧ୍ୟ ଦିଆଯାଇପାରେ।

ଜର୍ମାନୀ ରାଜପଥରେ ଯେତେ ଗତିରେ ଚାହିଁବେ ଗାଡ଼ି ଚଲାଇପାରିବେ, ଏଥିପାଇଁ ଦଣ୍ଡର କୌଣସି ବ୍ୟବସ୍ଥା ନାହିଁ। ଏଠାରେ ଯଦି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଲା ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିପାଇଁ ଦଣ୍ଡ କିମ୍ବା ଜରିମାନା ଦିଆଯାଇପାରେ।

ସାଧାରଣତଃ ଅନେକ ଦେଶରେ ଲୋକମାନେ ସମୟ ପୂର୍ବରୁ କାହାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥାନ୍ତି, କିନ୍ତୁ ଜର୍ମାନୀରେ ଏପରି କରିବା ଦୁର୍ଭାଗ୍ୟ ବୋଲି ବିବେଚନା କରାଯାଏ।

ଜର୍ମାନୀରେ ବିଶ୍ୱର ସର୍ବାଧିକ ସଂଖ୍ୟକ ଚିଡ଼ିଆଖାନା ଅଛି। ଏହା ବ୍ୟତୀତ ବିଶ୍ୱର ସବୁଠାରୁ ଉଚ୍ଚ ଚର୍ଚ୍ଚ ମଧ୍ୟ ଏଠାରେ ଅଛି, ଯାହାର ନାମ ‘ଉଲ୍ମ ମିନିଷ୍ଟର’। ଏହି ଚର୍ଚ୍ଚର ଉଚ୍ଚତା ପ୍ରାୟ ୫୩୦ ଫୁଟ। ଏହା ଏତେ ବଡ଼ ଯେ, ଏଥିରେ ଦୁଇ ହଜାର ଲୋକ ଏକାଠି ଆରାମରେ ବସିପାରିବେ।

ଆପଣ ହୁଏତ ଜାଣି ନଥିବେ, କିନ୍ତୁ ବିଶ୍ୱର ପ୍ରଥମ ପତ୍ରିକା ୧୬୬୩ ଖ୍ରୀଷ୍ଟାବ୍ଦରେ ଜର୍ମାନୀରେ ଆରମ୍ଭ ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସର୍ବାଧିକ ପୁସ୍ତକ ଛାପୁଥିବା ଦେଶ ତାଲିକାରେ ଜର୍ମାନୀର ନାମ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରତିବର୍ଷ ଏଠାରେ ୯୪ ହଜାରରୁ ଅଧିକ ପୁସ୍ତକ ମୁଦ୍ରିତ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଯମଜ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଯୁବତୀ, ଗର୍ଭବତୀ ହେଲେ…

ସୋସିଆଲ ମିଡିଆରେ ବେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହା ଲୋକଙ୍କୁ କେବଳ ଚକିତ କରେ ନାହିଁ ବରଂ ଭାବିବାକୁ ବାଧ୍ୟ କରେ। ଥାଇଲାଣ୍ଡରେ ଏପରି ଏକ…

ଏହି ସାଧାରଣ କାମ କରି ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି

ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା…

ଏହି ଦେଶରେ ଷ୍ଟ୍ରିଟ୍‌ଲାଇଟ୍‌ ଲାଲ୍‌, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟଚକିତ

ସାଧାରଣତଃ ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଧଳା ରଙ୍ଗର ହୋଇଥାଏ। ମାତ୍ର ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ଏହାର ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଲାଲ୍‌ ରଙ୍ଗର ଅଟେ। ଏପରି ଏକ ଦେଶ…

ଅଜବ ନିୟମ: ଏଠାରେ ଘର କିଣିପାରିବେ, ଜମି ନୁହେଁ, ଜାଣନ୍ତୁ କାହିଁକି…

ଏମିତି ଏକ ସ୍ଥାନ, ଯେଉଁଠି ଅଜବ ନିୟମ ରହିଛି। ଯେକୌଣସି ବ୍ୟକ୍ତି ଏଠାରେ ଘର କିଣିପାରିବେ କିନ୍ତୁ ଜମି କିଣିବାକୁ କାହାକୁ ଅନୁମତି ନାହିଁ। ଏପରି ସ୍ଥାନ…

ଦହିଚିନି-ନଜର ଆଉ କଳା ବିଲେଇ…କ’ଣ ଆପଣ ବି ଭାରତୀୟଙ୍କ ଏହି ୨୦ଟି ଅନ୍ଧବିଶ୍ୱାସକୁ ମାନନ୍ତି?

ଭାରତ ଏକ ପ୍ରାଚୀନ ଦେଶ, ଯେଉଁଠାରେ ଇତିହାସ, ଧର୍ମ, ପରମ୍ପରା ଏବଂ ପୁରୁଣା ବିଶ୍ୱାସ ଏବେ ବି ଲୋକଙ୍କ ମଧ୍ୟରେ ଗଭୀର ଭାବରେ ଜଡିତ। ତେଣୁ, ଏହା…

ମହାକାଶରେ ଭୟଙ୍କର ଦୃଶ୍ୟ? ଅଚାନକ ଲୁଚିଗଲେ ସୂର୍ଯ୍ୟ, ରହସ୍ୟମୟ ଭାବେ…

ବ୍ରହ୍ମାଣ୍ଡରେ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ବିସ୍ମିତ କରୁଛି। ପୃଥିବୀଠାରୁ ପ୍ରାୟ 3,000 ଆଲୋକବର୍ଷ ଦୂରରେ ଅବସ୍ଥିତ J0705+0612 ନାମକ ଏକ…

ଫୋନ୍‌ରେ ଲଗାଯାଏ ସୁନା-ରୂପା, ଜାଣନ୍ତୁ କେଉଁ ପାର୍ଟରେ ଥାଏ…

କେବଳ ଫିଚର ଏବଂ ସଫ୍ଟୱେର୍‌ ହିଁ ଏକ ଫୋନକୁ “ସ୍ମାର୍ଟ” କରିଥାଏ, ବରଂ ଧାତୁଗୁଡ଼ିକ ଏହାକୁ ପତଳା, ଦୃଢ଼ ଏବଂ ହାଲୁକା ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଆଜି ରାତି ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ୩୦ମିନିଟ୍‌ ପାଇଁ ଚନ୍ଦ୍ର ପାଖକୁ ଆସିଯିବ…

ଆଜି, ଜାନୁଆରୀ ୨୩, ୨୦୨୬, ଚନ୍ଦ୍ର, ଶନି ଏବଂ ନେପଚ୍ୟୁନର ଏକ ଅତ୍ୟନ୍ତ ବିରଳ ତ୍ରିକୋଣୀୟ ସଂଯୋଗ ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ। ସୂର୍ଯ୍ୟାସ୍ତ ପରେ, ଅର୍ଦ୍ଧଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri