ଦେଖିଥିଲେ କାଉ ମିଳନ: ଏବେ ଗାଁକୁ ଗଲା ପ୍ରଶାସନ

ଜୟପୁର,୧ା୮(ପବନ ପାଣିଗ୍ରାହୀ):କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ଶୁଦ୍ଧି ହେବା ଘଟଣାକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି। CDPOଙ୍କ ନେତୃତ୍ୱରେ କୋରାପୁଟ ଜିଲା ଜୟପୁର ପାତ୍ରଗୁଡ଼ା ଗାଁ ଯାଇ ଲୋକଙ୍କ ସହ ଏକ ଟିମ୍‌ ଆଲୋଚନା କରିଛି। ଏଭଳି ଅନ୍ଧବିଶ୍ବାସ ଠାରୁ ଦୂରେଇ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।
ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ଭରପୂର ହୋଇ ରହିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ପାତ୍ରଗୁଡ଼ା ଗାଁରେ ଦୁଇଟି କାଉର ମିଳନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହାଙ୍ଗା ପଡ଼ିଛି। ଯାହାକି ଆଦିବାସୀ ପରମ୍ପରା କଟକଣାର ଶିକାର ହୋଇଛନ୍ତି।
ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଗାଆଁରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରି ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ, ସେହି ପ୍ରକ୍ରିୟାରେ ମୃତଦେହ ବଦଳରେ ପ୍ରତିକାତ୍ମକ କୁଶପୁତ୍ତଳିକା କୋକେଇରେ ନେଇ ଯାଉଥିବା ଦୃଶ୍ୟ ଏବେ ଭାଇରାଲ ହୋଇ ଜୟପୁର ସହରଠାରୁ ମାତ୍ର ୧୦କିମି ଦୂରରେ ଏପରି ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ଗାଁ ଲୋକେ ଯାଇ ଶବ ସତ୍କାର କରି ଘରକୁ ଫେରିଛନ୍ତି। ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଥିବା ସୂଚନା ମିଳିଛି। ପରେ ବାହାରେ ଥିବା ଦୁଇ ଯୁବକଙ୍କୁ ଘରକୁ ଅଣାଯାଇଛି। ହେଲେ ଆଦିବାସୀ ସମ୍ପ୍ରଦାୟରେ ବିଶ୍ୱାସ ଯେ, ଦୁଇ କାଉଙ୍କ ମିଳନ ଦେଖିଲେ ଅତ୍ୟନ୍ତ ଅଶୁଭ, ଏପରିକି ଏପରି ଦୃଶ୍ୟ ଦେଖିଥିବା ଲୋକର କାଳେ ମତ୍ୟୁ ହୋଇଯାଏ।

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri