Posted inଖେଳ

ଏ ହେଉଛି ଆଇପିଏଲ୍‌! କାଲି ଯାହାକୁ ନେଇ ହେଉଥିଲା ସମାଲୋଚନା, ଆଜି ସେ ହିରୋ

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ଏପରି ଏକ ଟୁର୍ନାମେଣ୍ଟ ଯେଉଁଠାରେ କିଛି ବି ସମ୍ଭବ। ଏଥିରେ କିଛି ଖେଳାଳି ରାତାରାତି ଷ୍ଟାର ପାଲଟି ଯାଇଥାନ୍ତି ତ କିଛି ସମାଲୋଚନାର ପାତ୍ର ହୋଇଥାନ୍ତି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ପରେ ମୁମ୍ବାଇର ଦୁଇଜଣ ଖେଳାଳି ଚର୍ଚ୍ଚାରେ। କିଛି ଦିନ ଧରି ଉଭୟଙ୍କୁ ନେଇ ସମାଲୋଚନା କରାଯାଉଥିବା ବେଳେ ଉକ୍ତ ମ୍ୟାଚ୍‌ରେ ସେମାନେ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଜିତାଇଛନ୍ତି। ଖେଳାଳିଦ୍ୱୟ ହେଲେ ସେ ସୌରଭ ତିଓ୍ବାରୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

ସିଜନ୍‌ର ୪୨ତମ ମ୍ୟାଚ୍‌ରେ ମୁମ୍ବାଇ ଟିମ୍‌ ଚାପରେ ରହିଥିଲା। ଦଳ ଶ୍ରେଷ୍ଠ-୪ରେ ନ ଥିବାରୁ ପ୍ରତିଟି ମ୍ୟାଚ୍‌ ଜିତିବା ମହତ୍ୱପୂର୍ଣ୍ଣ ଥିଲା। ପଞ୍ଜାବ ୧୩୬ ରନ୍‌ର ଟାର୍ଗେଟ ଦେବା ପରେ ମଇଦାନକୁ ଓହ୍ଲାଇଥିଲେ ମୁମ୍ବାଇ ଟିମ୍‌। ଲକ୍ଷ୍ୟ ଛୋଟ ହୋଇଥିଲେ ହେଁ ୧୬ ରନ୍‌ ଭିତରେ ଦୁଇଜଣ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହୋଇଥିଲେ। ଦଳ ଅସୁବିଧାରେ ଥିବା ବେଳେ ସୌରଭ ପଡ଼ିଆକୁ ଓହ୍ଲାଇଥିଲେ। ଓଜନକୁ ନେଇ ତାଙ୍କୁ ସମାଲୋଚନା କରାଯାଉଥିଲେ ହେଁ ସୌରଭ ମ୍ୟାଚ୍‌ରେ ୩୭ ବଲ୍‌ ଖେଳି ୪୫ ରନ୍‌ କରିଥିଲେ। ପରେ ଆଉ ଏକ ଉଇକେଟ ଯିବା ପରେ ହାର୍ଦ୍ଦିକ ମଇଦାନକୁ ଆସିଥିଲେ। କିଛି ଦିନ ଧରି ତାଙ୍କୁ ଭାରତୀୟ ଟି-୨୦ ଦଳରେ ସାମିଲ କରାଯିବାକୁ ନେଇ ଆଲୋଚନା ହେଉଥିଲା। ହେଲେ ସେ ମ୍ୟାଚ୍‌ରେ ୩୦ ବଲ୍‌ରେ ୪୦ ରନ୍‌ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ। ଉଭୟଙ୍କ ବ୍ୟାଟିଂ ଯୋଗୁ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ମ୍ୟାଚ୍‌ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri