ସତ୍ୟନଗର ଶ୍ମଶାନ ବିଦ୍ୟୁତ୍‌ ଚୁଲା ଅଚଳ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସତ୍ୟନଗର ଶ୍ମଶାନର ବିଦ୍ୟୁତ ଚୁଲା ମଙ୍ଗଳବାରଠାରୁ ଅଚଳ ହୋଇପଡିଛି। ଫଳରେ ଶୀଘ୍ର ଓ ସ୍ବଳ୍ପ ମୂଲ୍ୟରେ ମୃତଦେହ ପୋଡିବା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି। ୩ଦିନ ହେବ କୋଲକାତା ମିସ୍ତ୍ରିଙ୍କୁ ଅପେକ୍ଷା କରି ବସିଛି ବିଏମ୍‌ସି ବିଦ୍ୟୁତ୍‌ ବିଭାଗ। ଏହି ଶ୍ମଶାନଟି ବିଏମସି ଦ୍ୱାରା ପରିଚାଳିତ ହେଉଛି। ଏଠାରେ ଶବ ପୋଡିବାକୁ କାଠ ଓ ବିଦ୍ୟୁତ୍‌ ଚୁଲାର ବ୍ୟବସ୍ଥା ରହିଛି। କାଠରେ ପୋଡ଼ିଲେ ୨୫୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିଦ୍ୟୁତ ଚୁଲା ପାଇଁ ୩୫୦ଟଙ୍କା ରହିଛି। ଯଦି କେହି କାଠ ଦେବା ସହ ନିଜେ ପୋଡିବାକୁ ଚାହିଁବେ, ତେବେ କିଛି ମୂଲ୍ୟ ଦେବାକୁ ପଡିବନାହିଁ। ମୃତଦେହ ପୋଡିବା କାର୍ଯ୍ୟ ପାଇଁ ଏଠାରେ ବିଏମ୍‌ସି ତରଫରୁ ୨ଜଣ ଠିକା କର୍ମଚାରୀ ରହିଥିବାବେଳେ ୪ଜଣ ଅଫିସ କାର୍ଯ୍ୟପାଇଁ ନିୟୋଜିତ ଅଛନ୍ତି। ଏଠାରେ ରାଜଧାନୀ ସମେତ ସହର ବାହାରର ମୃତଦେହ ଦାହ କରାଯାଉଛି। ଏଥିସହ ମୃତ କୋଭିଡ୍‌ ରୋଗୀଙ୍କ ସତ୍କାର ପାଇଁ ବିଏମ୍‌ସି ପକ୍ଷରୁ କେବଳ ସତ୍ୟନଗର ଶ୍ମଶାନରେ ହିଁ ବ୍ୟବସ୍ଥା ରହିଛି। ଗତବର୍ଷ କୋଭିଡ୍‌ ସମୟରେ ସତ୍ୟନଗର ଶ୍ମଶାନରେ ଶବଦାହ ପାଇଁ ଧାଡ଼ି ଲାଗିଥିଲା। କୋଭିଡ୍‌ ଆକ୍ରାନ୍ତଙ୍କ ସହ ସାଧାରଣ ମୃତକଙ୍କୁ ଦାହ ପାଇଁ ଘଣ୍ଟା ଘଣ୍ଟା ଧରି ପକାଇ ରଖାଯାଉଥିଲା। ଚଳିତବର୍ଷ କରୋନାର ଦ୍ୱିତୀୟ ଲହର ଜାରି ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ସେତେଟା ନାହିଁ। ବର୍ତ୍ତମାନ ଶ୍ମଶାନରେ ଦୈନିକ ୪/୫ଟି ଶବଦାହ ହେଉଛି। ଏମାନଙ୍କ ମଧ୍ୟରୁ ଜଣେ ଦୁଇଜଣ କୋଭିଡ୍‌ ରୋଗୀ ରହୁଛନ୍ତି। ଗୁରୁବାର ୫ ମୃତଦେହ ଦାହ କରାଯାଇଥିବାବେଳେ ୨ଜଣ କୋଭିଡ୍‌ ରୋଗୀ ଥିବା ଜଣାପଡିଛି। ସ୍ଥିତି ଜଟିଳ ଆଡକୁ ଗତି କରୁଥିବାବେଳେ ଆଗକୁ ସତ୍ୟନଗର ଶ୍ମଶାନରେ ପୂର୍ବର ସ୍ଥିତି ଉପୁଜିବା ଆଶଙ୍କା ରହିଛି। ଏପରିସ୍ଥିତିରେ ସମୟ ଓ ଖର୍ଚ୍ଚ ଦୃଷ୍ଟିରୁ ବିଦ୍ୟୁତ୍‌ ଚୁଲାର ଆବଶ୍ୟକତା ରହିଛି। କିନ୍ତୁ ଏବେ ବିଦ୍ୟୁତ ଚୁଲା ଅଚଳ ହୋଇପଡିଥିବାରୁ ଶବଦାହରେ ସମସ୍ୟା ଉପୁଜିଛି।
ସମ୍ପର୍କରେ ବିଏମ୍‌ସିର ସହକାରୀ ନିର୍ବାହୀ ଯନ୍ତ୍ରୀ(ବିଦ୍ୟୁତ୍‌) ସୁକାନ୍ତ କୁମାର ସାବତ କହିଛନ୍ତି, ମଙ୍ଗଳବାର ସକାଳୁ ବିଦ୍ୟୁତ୍‌ ଚୁଲାର ଶଟର ଖରାପ ହୋଇପଡିଛି। ଶଟର ଠିକ କରିବାକୁ କୋଲକାତାରୁ ମିସ୍ତ୍ରି ମଗାଯାଇଛି। ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ଚୁଲା ସଜଡାଯିବ ବୋଲି ସାବତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri