ଓସିଏସ୍‌ ପରୀକ୍ଷାରେ ସତ୍ୟଜିତ୍‌ଙ୍କ ସଫଳତା

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର ମାଇନିଂ ରୋଡ୍‌ସ୍ଥିତ ସତ୍ୟଜିତ୍‌ ପଟ୍ଟନାୟକ ୧୩୦ ର଼୍ୟାଙ୍କ ରଖି ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରୁ ମାଟ୍ରିକ ପାସ୍‌ ପରେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ରେ ପାସ୍‌ କରିବା ପରେ ଯୁକ୍ତ ୩ରେ ଭୂତତ୍ତ୍ୱରେ ଅନର୍ସ ନେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ଧାନବାଦ ଆଇଆଇଟି (ଆଇଏସ୍‌ଏମ୍‌)ରେ ଏମ୍‌ଏସ୍‌ସି କରି ସ୍ଥାନୀୟ କେନ୍ଦୁଝରରେ ଏକ ଘରୋଇ ଯୁକ୍ତ ୩ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ବାପା ସରୋଜ ପଟ୍ଟନାୟକ ବନ ବିଭାଗରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଛନ୍ତି। ମା’ ସନ୍ଧ୍ୟାରାଣୀ ପଟ୍ଟନାୟକ ଗୃହିଣୀ ଅଟନ୍ତି। ସେ ବିନା କୋଚିଂରେ ଦ୍ୱିତୀୟ ଥର ପରୀକ୍ଷା ଦେଇ ଏଭଳି କୃତିତ୍ୱ ହାସଲ କରିଥିବା କହିଛନ୍ତ। ସେ ପାଠ ପଢ଼ାଇବା ସହିତ ପିଲାମାନଙ୍କୁ ଅନ ଲାଇନ୍‌ରେ ମଧ୍ୟ ଜିଲା ଏବଂ ଜିଲା ବାହାର ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଥିଲେ। ଆହୁରି ମଧ୍ୟ ସେ ପିଲାଙ୍କୁ ଆଇଆଇଟି କୋଚିଂ ଦେଉଥିଲେ। ତାଙ୍କର ଏହି ସଫଳତା ପାଇଁ ପରିବାରର ସଦସ୍ୟମାନଙ୍କୁ ସତ୍ୟଜିତ୍‌ ଶ୍ରେୟ ଦେଇଛନ୍ତି।