ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଯେତିକି ଆଶ୍ଚର୍ଯ୍ୟ ଲାଗିଲା ପରି। ରବିବାର ରାତିରେ ମୃତ ସତ୍ୟବ୍ରତ ଏବଂ ସୁମିତ୍ରା(ଛଦ୍ମ ନାମ) ପ୍ରଚୁର ମଦ ପିଇଥିଲେ। ହତ୍ୟାକାଣ୍ଡ ପରେ ପୋଲିସ ସୁମିତ୍ରାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିକଟରୁ କାବୁ କରି ଥାନାକୁ ଆଣିନେଇଥିଲେ। ହେଲେ ଥାନାକୁ ନେବା ସମୟରେ ସେ ନିଶାଗ୍ରସ୍ତ ଥିବା ଜାଣିବାକୁ ମିଳିଥିଲା। ହତ୍ୟା ପଛର ପ୍ରକୃତ ସତ ଜାଣିବା ପାଇଁ ପୋଲିସ ସୁମିତ୍ରାଙ୍କ ନିଶା ଖସାଇବାକୁ ଖଟା ପାଣି ପିଆଇଥିଲା। ନିଶା ଉତୁରିବା ପରେ ସେ ପୋଲିସ ଆଗରେ ପୂରା ଘଟଣା ପ୍ରକାଶ କରିଥିଲେ।

