ନୂଆଦିଲ୍ଲୀ,୩।୫: ଭାରତର ଷ୍ଟାର ବ୍ୟାଡ୍ମିଣ୍ଟନ ଖେଳାଳି ଚିରାଗ ଶେଟ୍ଟି ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଶେଷରେ ବହୁଦିନ ପରେ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାର ପାଇଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏଠାରେ ଗୁରୁବାର ଖେଳାଳି ଦ୍ୱୟଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖେଳାଳି ଦ୍ୱୟ କହିଛନ୍ତି, ଫିଟ୍ନେସ୍ ସମସ୍ୟା ଯୋଗୁ ସେମାନେ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି। ଏହି ପୁରସ୍କାର ସେମାନଙ୍କୁ ଏହି ସମସ୍ୟାରୁ ଉଦ୍ଧାର ପାଇବାରେ ସହାୟକ ହେବ ବୋଲି ସେମାନେ ଆଶା କରୁଛନ୍ତି।
୨୦୨୩ ବର୍ଷ ପାଇଁ ଚିରାଗ ଓ ସାତ୍ତ୍ୱିକ ଗତବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବରେ ଏହି ସମ୍ମାନ ପାଇଥାନ୍ତେ। ମାତ୍ର ସେତେବେଳେ ସେମାନେ ବିଦେଶରେ ଟୁର୍ନାମେଣ୍ଟରେ ଖେଳୁଥିବାରୁ ଏଥିରେ ଯୋଗଦେଇ ପାରି ନ ଥିଲେ। ସେମାନେ ଗତ ଫେବୃଆରୀରେ ମାଣ୍ଡବ୍ୟଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥାନ୍ତେ। ମାତ୍ର ସାତ୍ତ୍ୱିକଙ୍କ ପିତା ଆର. କାଶୀ ବିଶ୍ୱନାଥମଙ୍କ ହୃଦ୍ଘାତରେ ପ୍ରାଣହାନି ଘଟିବାରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ଦୁଇ ଖେଳାଳି କହିଛନ୍ତି, ଖେଳରନତ୍ ପୁରସ୍କାର ଗ୍ରହଣ କରିବା ଲାଗି ସେମାନେ ଗତବର୍ଷ ରାଷ୍ଟ୍ରପତି ଭବନକୁ ଯାଇ ପାରି ନ ଥିଲେ। ତେବେ ଶେଷରେ ସେମାନଙ୍କୁ ମିଳିଛି। ଏହା ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ। ଆସନ୍ତା କିଛି ମାସ ମଧ୍ୟରେ ସେମାନେ ଟ୍ରାକ୍କୁ ଫେରିବା ନେଇ ଦୃଢ଼ ଆଶାବାଦୀ ଅଛନ୍ତି।


