Posted inଖେଳ

ସାତ୍ତ୍ୱିକସାଇରାଜ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୮(ପି.ଟି.): ଶନିବାର ଜାତୀୟ କ୍ରୀଡ଼ା ଦିବସରେ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ଏବେ ସେ ପାଖାପାଖି ଗୋଟିଏ ସପ୍ତାହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ। ତେବେ ୨୦ ବର୍ଷୀୟା ଏହି ପୁରୁଷ ଡବଲ୍ସ ଖେଳାଳିଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମଳିନାହିଁ।
ଦୁର୍ଭାଗ୍ୟଜନକ ଭାବେ ଏହା ସତ ଯେ, କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛି। ଆଣ୍ଟିଜେନ୍‌ ଟେଷ୍ଟ କରିବା ପାଇଁ ଯାଇଥିଲି। ଏବେ ୫ ଦିନ ହେବ କ୍ୱାରାଣ୍ଟାଇନ୍‌ରେ ଅଛି। ଆରଟି- ପିସିଆର ଟେଷ୍ଟ କରିଥିଲି ଓ ଏହା ପଜିଟିଭ୍‌ ବୋଲି ଜଣାପଡିଥିଲା ବୋଲି ସାତ୍ତ୍ୱିକ କହିଛନ୍ତି। କୋଭିଡ୍‌-୧୯ର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଔଷଧ ଖାଉଛି। ମାତାପିତା, ବନ୍ଧୁ କେହି ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇନାହାନ୍ତି। ତେବେ କିଭଳି ସଂକ୍ରମିତ ହେଲି ତାହା ଜାଣିନାହିଁ ବୋଲି ସେ କହିଛନ୍ତି। ଆଗାମୀ ୩ ଦିନରେ ଆଉଏକ ପରୀକ୍ଷାର ସମ୍ମୁଖୀନ ହେବି। ମୋତେ ଜ୍ୱର ନାହିଁି କି କଫ ନାହିଁ। ଦେହ ମଧ୍ୟ ବିନ୍ଧାବିନ୍ଧି ହେଉନାହିଁ। ପଜିଟିଭ୍‌ ହେବା ପରେ ଅଲଗା କୋଠରିରେ ରହୁଛି। ଅବଶ୍ୟ ମୋତେ ବହୁତ ଲୋକେ ସାହାଯ୍ୟ କରିଛନ୍ତି। ମୋ ମାତାପିତା କିନ୍ତୁ ନେଗେଟିଭ ବୋଲି ଜଣାପଡିଛି ଓ ଏହା ମୋ ପାଇଁ ଏକ ଖୁସି ଖବର।
ସାତ୍ତ୍ୱିକ ଓ ତାଙ୍କ ଡବଲ୍ସ ପାର୍ଟନର ଚିରାଗ ସେଟ୍ଟୀ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ହାସଲ କରିଥିଲେ। ଗତବର୍ଷ ମଧ୍ୟ ଏହି ଯୋଡି ଥାଇଲାଣ୍ଡ ଓପନ୍‌ ସୁପର ୫୦୦ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଥିଲେ। ଅର୍ଜୁନ ପୁରସ୍ପାର ପାଇଁ ତାଙ୍କ ନାମ ଏଥର ସୁପାରିସ୍‌ କରାଯାଇଛି। ଏହି ପୁରସ୍କାର ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବ। ଅର୍ଜୁନ ପୁରସ୍କାର ଜିତିବା ମୋ ପାଇଁ ଗର୍ବର ବିଷୟ ଓ ଏହା ମୋ ପାଇଁ ପ୍ରଥମ ପୁରସ୍କାର ସାବ୍ୟସ୍ତ ହେବ ବୋଲି ସାତ୍ତ୍ୱିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri