ସମସ୍ୟା ବଢ଼ାଏ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌

ବ୍ୟସ୍ତବହୁଳ ଜୀବନ ଏବଂ ଅନିୟମିତ ଖାଦ୍ୟଶୈଳୀ ଯୋଗୁ କେତେକଙ୍କଠାରେ ହାର୍ଟ(ହୃତ୍‌ପିଣ୍ଡ) ସମସ୍ୟା ଦେଖାଦେଉଛି। ପୁଣି କୋଲେଷ୍ଟ୍ରରଲ ବୃଦ୍ଧି ଏହି ସମସ୍ୟାକୁ ବଢାଇ ଦେଉଛି। ଶରୀରରେ କୋଲେଷ୍ଟରଲ ବୃଦ୍ଧି ପାଇଁ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଏକ ପ୍ରମୁଖ କାରଣ। ନିତିଦିନିଆ ଜୀବନରେ ଗ୍ରହଣ କରୁଥିବା ବହୁ ଖାଦ୍ୟରେ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ରହିଥାଏ। ସେଥିରୁ କେତେକ ପ୍ରାଣୀଜ ଖାଦ୍ୟରୁ ଆସିଥାଏ। ମାଂସ, ତେଲ, କ୍ରିମ୍‌, ବଟର, ଛେନା ଆଦିରେ ଥାଏ ଅଧିକ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌।

ତେଲରେ ଭଜା ଖାଦ୍ୟରେ ବି ଏହି ଫ୍ୟାଟ୍‌ ଅଧିକ ଥାଏ। ସେହିପରି କେତେକ ଉଦ୍ଭିଦ ଜାତ ଯେପରିକି ପାମ୍‌ ତେଲ, ପାମ୍‌ କର୍ଣ୍ଣଲ ତେଲ ଏବଂ ନଡିଆ ତେଲ ଆଦିରେ ମୁଖ୍ୟତଃ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଥାଏ। କିନ୍ତୁ ଏଥିରେ କୋଲେଷ୍ଟ୍ରରଲ ନ ଥାଏ। ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ‘ଖରାପ’ କୋଲେଷ୍ଟ୍ରରଲ ଅର୍ଥାତ୍‌ କମ୍‌-ସାନ୍ଧ୍ରତାଯୁକ୍ତ ଲିପୋପ୍ରୋଟିନ (ଏଲଡିଏଲ୍‌) ବୃଦ୍ଧି କରିଥାଏ। ଏହା ହୃତ୍‌ପିଣ୍ଡର କରୋନାରୀ ଧମନୀକୁ ଅବରୋଧ କରିବାର ଆଶଙ୍କା ରହିଥାଏ। ଧମନୀ ଅବରୋଧ ଦ୍ୱାରା ହୃଦ୍‌ଘାତ ସହିତ ହୃତ୍‌ପିଣ୍ଡ ଅକାମୀ ବା କାମ କରିବା ବନ୍ଦ କରି ଦେବା ଭଳି ସମସ୍ୟା ସୃଷ୍ଟିର ଆଶଙ୍କା ଥାଏ।

ତେଣୁ ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଥିବା ସନ୍ତୁଳିତ ଖାଦ୍ୟ ହୃତ୍‌ପିଣ୍ଡ ପାଇଁ ଭଲ। ସେଥିରେ ମନୋ ଅନ୍‌ସାଚ୍ୟୁରେଟେଡ ଫ୍ୟାଟ୍‌ ଏବଂ ପଲି ଅନସାଚ୍ୟୁରେଟେଡ ଫ୍ୟାଟ୍‌ ଆଦି ରହିଥାଏ। ଅଲିଭ ତେଲ, ବାଦାମ, ସମୁଦ୍ରଜାତ ମାଛ ତେଲ, ସୋୟାବିନ ତେଲ ଏବଂ ଅନ୍ୟାନ୍ୟ ଖାଦ୍ୟରେ ମନୋ ଅନ୍‌ସାଚ୍ୟୁରେଟେଡ ଫ୍ୟାଟ୍‌ ଅଧିକ ପରିମାଣରେ ରହିଥାଏ।

ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ରେଡ୍‌ ମିଟ୍‌କୁ ଏଡାଇବା ଜରୁରୀ। ପୁଣି ଘିଅ ଏବଂ ଶରୀରରେ ‘ଖରାପ’ କୋଲେଷ୍ଟ୍ରରଲ ସ୍ତରକୁ ବଢ଼ାଉଥିବା ଖାଦ୍ୟ ନ ଖାଇବା ଭଲ। ଟ୍ରାନ୍ସ ଫ୍ୟାଟଯୁକ୍ତ ଜଙ୍କ୍‌ ଫୁଡ୍‌, ତେଲରେ ଅଧିକ ଭଜା ହୋଇଥିବା ଖାଦ୍ୟ ଏବଂ ପ୍ୟାକେଜିଂ ଖାଦ୍ୟକୁ ମଧ୍ୟ ବର୍ଜନ କରିବା ଜରୁରୀ। ଟ୍ରାନ୍ସ ଫ୍ୟାଟ ‘ଖରାପ’ କୋଲେଷ୍ଟ୍ରରଲ ସ୍ତରକୁ ବଢ଼ାଇଥାଏ।

ବ୍ୟକ୍ତିଗତ କିମ୍ବା ପାରିବାରିକ ହୃଦ୍‌ରୋଗର ଇତିହାସ ଥିବା ଲୋକେ ସୁସ୍ଥ ଖାଦ୍ୟଶୈଳୀ ଆପଣେଇବା ଆବଶ୍ୟକ। ଖାଦ୍ୟରେ ଡ୍ରାଏ ଫ୍ରୁଟ୍‌ସ, ଅଲିଭ ତେଲ ଏବଂ ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଯୁକ୍ତ ଡାଏଟ୍‌ ଅନ୍ତର୍ଭୁକ୍ତ ସହିତ ସଚେତନତାର ଆବଶ୍ୟକତା ରହିଛି।

 

-ଡା. ଦିବ୍ୟ ରଞ୍ଜନ ବେହେରା, ହୃଦ୍‌ରୋଗ ବିଶେଷଜ୍ଞ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri