ସତ୍ୟରଞ୍ଜନ ସାହୁ ବୌଦ୍ଧ ଜିଲାପାଳ

ଭୁବନେଶ୍ବର, ୧୩ା୮(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ଶୁକ୍ରବାର ବଡ଼ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ଓଏଏସ୍‌ ଅଧିକାରୀ ସତ୍ୟରଞ୍ଜନ ସାହୁଙ୍କୁ ବୌଦ୍ଧ ଜିଲାପାଳ ଭାବେ ବଦଳି କରାଯାଇଛି। ଏଥିପୂର୍ବରୁ ସତ୍ୟରଞ୍ଜନ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଥିଲେ। ସେହିପରି ୨୦୦୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ରୂପାରୋଶନ ସାହୁଙ୍କୁ ଶିକ୍ଷକ ପ୍ରଶିକ୍ଷଣ ଓ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିସହ ସେ ଇଂଲିଶ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଏଥିସହ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୨ ଜଣଙ୍କୁ ବିଡିଓ, ୧୦ଜଣଙ୍କୁ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ପୁନର୍ବାର ୫୧ ଜଣ ଓଏଏସ୍‌ ଅଫିସର ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ପଦବୀକୁ ବଦଳି ହୋଇଛନ୍ତି। ପଞ୍ଚାୟତିରାଜ ବିଭାଗର ବିଜ୍ଞପ୍ତି ଅନୁଯାୟୀ ମୋଟ ୩୨ ଓଏଏସ୍‌ ଅଫିସର ୩୨ ବ୍ଲକର ବିଡିଓ ଭାବେ ବଦଳି ହୋଇଛନ୍ତି। ବିଡିଓ ଭାବେ କାର୍ଯ୍ୟରତ ୧୩ ଜଣଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗକୁ ଫେରାଇ ନିଆଯାଇଛି। ଜଣଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅବସ୍ଥାପିତ କରାଯାଇଛି।
ସଂଗ୍ରାମ କେଶରୀ ଭଲଙ୍କୁ ପରଜଙ୍ଗ ବ୍ଲକ ବିଡିଓ ଭାବେ ନିଯୁକ୍ତି ମିଳିଥିବା ବେଳେ ନୀଳାମ୍ବର ମହାନନ୍ଦଙ୍କୁ ଯୁଯୁମରା, ପ୍ରବୀଣ କୁମାର ବଣୁଆଙ୍କୁ ଫୁଲବାଣୀ, ରବୀନ୍ଦ୍ରନାଥ କହଁରଙ୍କୁ ହରଭଙ୍ଗା, ଅନୁପମା ଘୋଷଙ୍କୁ ଖଜୁରିଆପଡା, ଅରବିନ ବେହେରାଙ୍କୁ ଅନୁଗୋଳ, ସୁଧୀର କୁମାର ସିଂଙ୍କୁ ଔପଦା, ଅଭିଷେକ ଦାସଙ୍କୁ ସିମୁଳିଆ, ବିନୟ ଭୋଇଙ୍କୁ କୋକସରା, ପ୍ରିୟରଞ୍ଜନ କୁମାରଙ୍କୁ ବୋଡେନ, ସଦାଶିବ ନାୟକଙ୍କୁ ବିଷମକଟକ, ଅଶ୍ୱିନୀ ପଣ୍ଡାଙ୍କୁ କୋଲାବିରା, କାମଦେବ ସମାଦାରଙ୍କୁ ଲମତାପୁଟ, ସା ସମର୍ଥଙ୍କୁ କୁନ୍ଦ୍ରା, ଆକାଶ ରଞ୍ଜନ ସାହୁଙ୍କୁ ଲୋଇସିଂହା, ସ୍ନିଗ୍ଧାରାଣୀ ପ୍ରଧାନଙ୍କୁ ଜୟପାଟଣା, ଉତ୍ତମ କୁମାର ବାଗ୍‌ଙ୍କୁ କର୍ଲାମୁଣ୍ଡା, ରାଜୀବ ଦାସଙ୍କୁ ମାଥିଲି, ପ୍ରଣବ କୁମାର ଚାନ୍ଦଙ୍କୁ ଆମ୍ବାଭୋନା, ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବ୍ରହ୍ମଗିରି ବ୍ଲକର ବିଡିଓ ଭାବେ ନିଯୁକ୍ତି ମିଳିଛି। ଲେଫ୍ରିପଡାରେ ବିଡିଓ ଥିବା ଓଏଏସ୍‌ ଅଫିସର ରମେଶ ହାଁସଦାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇ ଦିଆଯାଇଛି। ତାଙ୍କୁ ନୂଆ ନିଯୁକ୍ତି ମିଳିଛି। ସେହିପରି ବସୁନ୍ଧରା ଭିତିରିଆଙ୍କୁ କେନ୍ଦୁଝର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri