ସତ୍ୟରଞ୍ଜନ ସାହୁ ବୌଦ୍ଧ ଜିଲାପାଳ

ଭୁବନେଶ୍ବର, ୧୩ା୮(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ଶୁକ୍ରବାର ବଡ଼ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ଓଏଏସ୍‌ ଅଧିକାରୀ ସତ୍ୟରଞ୍ଜନ ସାହୁଙ୍କୁ ବୌଦ୍ଧ ଜିଲାପାଳ ଭାବେ ବଦଳି କରାଯାଇଛି। ଏଥିପୂର୍ବରୁ ସତ୍ୟରଞ୍ଜନ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଥିଲେ। ସେହିପରି ୨୦୦୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ରୂପାରୋଶନ ସାହୁଙ୍କୁ ଶିକ୍ଷକ ପ୍ରଶିକ୍ଷଣ ଓ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିସହ ସେ ଇଂଲିଶ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଏଥିସହ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୨ ଜଣଙ୍କୁ ବିଡିଓ, ୧୦ଜଣଙ୍କୁ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ପୁନର୍ବାର ୫୧ ଜଣ ଓଏଏସ୍‌ ଅଫିସର ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ପଦବୀକୁ ବଦଳି ହୋଇଛନ୍ତି। ପଞ୍ଚାୟତିରାଜ ବିଭାଗର ବିଜ୍ଞପ୍ତି ଅନୁଯାୟୀ ମୋଟ ୩୨ ଓଏଏସ୍‌ ଅଫିସର ୩୨ ବ୍ଲକର ବିଡିଓ ଭାବେ ବଦଳି ହୋଇଛନ୍ତି। ବିଡିଓ ଭାବେ କାର୍ଯ୍ୟରତ ୧୩ ଜଣଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗକୁ ଫେରାଇ ନିଆଯାଇଛି। ଜଣଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅବସ୍ଥାପିତ କରାଯାଇଛି।
ସଂଗ୍ରାମ କେଶରୀ ଭଲଙ୍କୁ ପରଜଙ୍ଗ ବ୍ଲକ ବିଡିଓ ଭାବେ ନିଯୁକ୍ତି ମିଳିଥିବା ବେଳେ ନୀଳାମ୍ବର ମହାନନ୍ଦଙ୍କୁ ଯୁଯୁମରା, ପ୍ରବୀଣ କୁମାର ବଣୁଆଙ୍କୁ ଫୁଲବାଣୀ, ରବୀନ୍ଦ୍ରନାଥ କହଁରଙ୍କୁ ହରଭଙ୍ଗା, ଅନୁପମା ଘୋଷଙ୍କୁ ଖଜୁରିଆପଡା, ଅରବିନ ବେହେରାଙ୍କୁ ଅନୁଗୋଳ, ସୁଧୀର କୁମାର ସିଂଙ୍କୁ ଔପଦା, ଅଭିଷେକ ଦାସଙ୍କୁ ସିମୁଳିଆ, ବିନୟ ଭୋଇଙ୍କୁ କୋକସରା, ପ୍ରିୟରଞ୍ଜନ କୁମାରଙ୍କୁ ବୋଡେନ, ସଦାଶିବ ନାୟକଙ୍କୁ ବିଷମକଟକ, ଅଶ୍ୱିନୀ ପଣ୍ଡାଙ୍କୁ କୋଲାବିରା, କାମଦେବ ସମାଦାରଙ୍କୁ ଲମତାପୁଟ, ସା ସମର୍ଥଙ୍କୁ କୁନ୍ଦ୍ରା, ଆକାଶ ରଞ୍ଜନ ସାହୁଙ୍କୁ ଲୋଇସିଂହା, ସ୍ନିଗ୍ଧାରାଣୀ ପ୍ରଧାନଙ୍କୁ ଜୟପାଟଣା, ଉତ୍ତମ କୁମାର ବାଗ୍‌ଙ୍କୁ କର୍ଲାମୁଣ୍ଡା, ରାଜୀବ ଦାସଙ୍କୁ ମାଥିଲି, ପ୍ରଣବ କୁମାର ଚାନ୍ଦଙ୍କୁ ଆମ୍ବାଭୋନା, ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବ୍ରହ୍ମଗିରି ବ୍ଲକର ବିଡିଓ ଭାବେ ନିଯୁକ୍ତି ମିଳିଛି। ଲେଫ୍ରିପଡାରେ ବିଡିଓ ଥିବା ଓଏଏସ୍‌ ଅଫିସର ରମେଶ ହାଁସଦାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇ ଦିଆଯାଇଛି। ତାଙ୍କୁ ନୂଆ ନିଯୁକ୍ତି ମିଳିଛି। ସେହିପରି ବସୁନ୍ଧରା ଭିତିରିଆଙ୍କୁ କେନ୍ଦୁଝର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri