ପ୍ରଭାବିତ ହୋଇନି ସାତକୋଶିଆ ପର୍ଯ୍ୟଟନ

ବନ୍ତଳା,୧୩ା୨: ମହାମାରୀ କୋଭିଡ୍‌-୧୯ ପ୍ରଭାବ ଅନୁଗୋଳ ଜିଲା ସାତକୋଶିଆ ପର୍ଯ୍ୟଟନ ଉପରେ ପଡ଼ିନାହିଁ। କଟକଣା ସତ୍ତ୍ୱେ ଗତ ଅକ୍ଟୋବର ମାସରେ ଅଭୟାରଣ୍ୟ ଖୋଲାଯିବା ପରଠାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାତକୋଶିଆର ଅପରୂପ ପ୍ରାକୃତିକ ଶୋଭା ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଅତିଥି ଧାଇଁ ଆସୁଥିବାରୁ ଏହା ଜିଲାର ପର୍ଯ୍ୟଟନକୁ ସମୃଦ୍ଧ କରିବା ସହ ରାଜକୋଷ ମଧ୍ୟ ବଢ଼ାଉଛି।
ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ସାତକୋଶିଆକୁ ପର୍ଯ୍ୟଟକମାନେ ଆସିଥାଆନ୍ତି। ଗତ ୨୦୧୯ ନଭେମ୍ବରରେ ଏଠାକୁ ୧୪୬୮ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କଠାରୁ ୭୩ ହଜାର ୨୭୫ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ସେହିବର୍ଷ ଡିସେମ୍ବରରେ ଅଭୟାରଣ୍ୟ ବୁଲିଥିବା ୫୯୬୬ ଜଣଙ୍କ ନିକଟରୁ ୨ ଲକ୍ଷ ୧୮ ହଜାର ୨୫ ଟଙ୍କା ରାଜସ୍ବ ମିଳିଥିଲା। ୨୦୨୦ ଜାନୁୟାରୀରେ ଆଗନ୍ତୁକଙ୍କ ସଂଖ୍ୟା ୩୫୭୧ ଥିଲା ଓ ୧ ଲକ୍ଷ ୭୩ ହଜାର ୧୧୦ ଟଙ୍କା ଆଦାୟ ହୋଇଥିଲା। ଫେବୃୟାରୀରେ ୧୧୫୯ ଜଣ ସାତକୋଶିଆରେ ଅତିଥି ହୋଇଥିବାବେଳେ ୫୯ ହଜାର ୯୮୦ ଟଙ୍କା ରାଜକୋଷକୁ ଆସିପାରିଥିଲା। ତେବେ ୨୦୨୦ ମାର୍ଚ୍ଚରେ କରୋନା ଭୟ ଯୋଗୁ ପର୍ଯ୍ୟଟକ ସଂଖ୍ୟା ମାତ୍ର ୭୫୮ ଥିଲା ଓ ୪୭ ହଜାର ୫୮୦ ଟଙ୍କା ଆଦାୟ ହୋଇଥିଲା। ଏହାପରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା। ହେଲେ ୨୦୨୦ ଅକ୍ଟୋବର ୪ରେ କୋଭିଡ୍‌ କଟକଣା ମଧ୍ୟରେ ସରକାର ଏହି ପର୍ଯ୍ୟଟନସ୍ଥଳୀ ଖୋଲିବା ପରଠାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବଢ଼ିବାରେ ଲାଗିଛି। ନଭେମ୍ବର ୨୦୨୦ରେ ୨୩୧୧ ପର୍ଯ୍ୟଟକ ଏଠାକୁ ଆସିଥିବାରୁ ୧ ଲକ୍ଷ ୧୨ ହଜାର ୬୧୫ ଟଙ୍କା ରାଜସ୍ବ ମିଳିଛି। ଡିସେମ୍ବରରେ ୫୭୬୫ ଜଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିବାବେଳେ ୨ ଲକ୍ଷ ୪୩ ହଜାର ୧୩୫ ଟଙ୍କା ରାଜ୍ୟ ସରକାର ଆଦାୟ କରିଛନ୍ତି। ୨୦୨୧ ଜାନୁୟାରୀରେ ଆଗନ୍ତୁକଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଢେର ବଢ଼ିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଅଭୟାରଣ୍ୟକୁ ୮ ହଜାର ୮୮୫ ପର୍ଯ୍ୟଟକ ଆସିଛନ୍ତି। ଫଳରେ ରାଜକୋଷକୁ ୩ ଲକ୍ଷ ୪୮ ହଜାର ୭୨୫ ଟଙ୍କା ମିଳିପାରିଛି।

ଅନୁଭୂତି ଅବର୍ଣ୍ଣନୀୟ
ଅନ୍ୟ ପର୍ଯ୍ୟଟନକ୍ଷେତ୍ର ଅପେକ୍ଷା ସାତକୋଶିଆର ଆକର୍ଷଣ ନିଆରା। ଏଠାକାର ଜଙ୍ଗଲରେ ବୁଲିବା ଓ ମହାନଦୀ ଗଣ୍ଡରେ ବୋଟିଂ ବେଳର ଅନୁଭୂତି ଅବର୍ଣ୍ଣନୀୟ। ଏଠାରେ ଯେପରି ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର ହୋଇ ରହିଛି। ଇକୋ କଟେଜଗୁଡ଼ିକରେ ଆତିଥ୍ୟ ମଧ୍ୟ ଅତ୍ୟନ୍ତ ସୁନ୍ଦର। ସେଥିପାଇଁ ଏତେ ଦୂରରୁ ଆମେ ଏହି ଅଭୟାରଣ୍ୟ ବୁଲିବାକୁ ଆସିଛୁ।
– ସୌରବ ଘୋଷ, କୋଲକାତା

ଶୋଭା ଅନନ୍ୟ
ବହୁତ ସ୍ଥାନ ବୁଲିଛି। କିନ୍ତୁ ସାତକୋଶିଆର ଶୋଭା ଅନନ୍ୟ ହୋଇଥିବାରୁ ଏଠାକୁ ବାରମ୍ବାର ଆସୁଛି। ବିଶେଷକରି ରାତ୍ରିରେ ଟିକରପଡାଠାରୁ ପମ୍ପାସର ଗେଟ୍‌ ପର୍ଯ୍ୟନ୍ତ ଆସିବା ବେଶ୍‌ ରୋମାଞ୍ଚକର। ଭୟ ଥିଲେ ବି ରାସ୍ତା ପାର୍ଶ୍ୱରେ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବା ଦୃଶ୍ୟ ଭାଷାରେ ବର୍ଣ୍ଣନା କରିହେବ ନାହିଁ। ତେବେ ଜଙ୍ଗଲରେ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଗଲେ ଅଧିକ ପର୍ଯ୍ୟଟକ ଆସନ୍ତେ।
-ଅନିନ୍ଦିତା ବାଲୁଇ, ହାଓ୍ବଡା, କୋଲକାତା

ପର୍ଯ୍ୟଟକଙ୍କ ଖୁସି ଦେଖିଲା ଭଳି
ସାତକୋଶିଆକୁ ପଶ୍ଚିମବଙ୍ଗରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କୁ ସେମାନଙ୍କ ଭାଷାରେ ବୁଝାଇବା ସହ ଅଭୟାରଣ୍ୟର ବିଭିନ୍ନ ସ୍ଥାନ ବୁଲାଯାଉଛି। ଆତିଥ୍ୟ ପ୍ରଦାନରେ ଯେପରି ଅବହେଳା ନ ହୁଏ, ସେଥିପାଇଁ ବିଭିନ୍ନ ନେଚର କ୍ୟାମ୍ପ ଓ ଇକୋ କଟେଜ ପରିଚାଳନା ଅଧିକାରୀ ଏବଂ ବନ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ରଖାଯାଉଛି। ଫେରିବା ବେଳେ ପର୍ଯ୍ୟଟକମାନଙ୍କ ଖୁସି ଦେଖିଲା ଭଳି।
-ସୁନୀଲ କୁମାର ସାହୁ, ଗାଇଡ୍‌, ପୁରୁଣାକୋଟ

ଅଧିକ ୩ଟି ତମ୍ବୁଘର କରାଯାଇଛି
ପୂର୍ବରୁ ଟିକରପଡାରେ ୧୦ଟି ତମ୍ବୁଘର ଥିଲା। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଦେଖି ଅଧିକ ୩ଟି ତମ୍ବୁଘର କରାଯାଇଛି। ମହାନଦୀ ଗଣ୍ଡରେ ବୋଟିଂ ବ୍ୟବସ୍ଥାକୁ ପୂର୍ବାପେକ୍ଷା ଗୁରୁତ୍ୱ ଦେବାକୁ ଉଦ୍ୟମ କରାଯାଉଛି। ପର୍ଯ୍ୟଟକମାନେ ଯେପରି ଗାଡ଼ିରେ ସଫାରି ବୁଲିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କୁ ୪ଟି ଗାଡି ଦେବାକୁ ପ୍ରସ୍ତାବ ଦିଆଯାଇଥିବା ଡିଏଫ୍‌ଓ ପ୍ରକାଶ କରିଛନ୍ତି।
-ରବି ମିନା, ସାତକୋଶିଆ ଡିଏଫଓ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri