ସିଏନ୍‌ଜିରେ ଗଡ଼ିବ ଟ୍ରାକ୍ଟର

ନୂଆଦିଲ୍ଲୀ: ସାରା ଦେଶରେ ଏଣିକି ସିଏନ୍‌ଜି ବା ବାୟୋଗ୍ୟାସ୍‌ ଇନ୍ଧନରେ ଟ୍ରାକ୍ଟର ଗଡିବ। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟରର ଶୁଭାରମ୍ଭ କରିଛନ୍ତି। ଏହା ଏକ ଡିଜେଲ ଟ୍ରାକ୍ଟର ପୂର୍ବରୁ ଥିବାବେଳେ ଏହାକୁ ସିଏନ୍‌ଜି ଇଞ୍ଜିନରେ ରୂପାନ୍ତରିତ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ ଗଡକରୀ କହିଛନ୍ତି, କୃଷକ ଏହା ମାଧ୍ୟମରେ ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବାକୁ ସକ୍ଷମ ହେବେ। ବର୍ତ୍ତମାନ ଦିଲ୍ଲୀରେ ଡିଜେଲ ୭୮.୩୮ ଟଙ୍କାରେ ବିକ୍ରି ହେଉଛି। ସିଏନ୍‌ଜି ପ୍ରତି ଲିଟର ୪୫ ଟଙ୍କାରେ ବିକ୍ରି ହେଉଛି। ଡିଜେଲ ତୁଳନାରେ ସିଏନ୍‌ଜି ବେଶ୍‌ ଫାଇଦା ଦେବ ବୋଲି ଆଶା କରାଯାଉଛି। ସେହିଭଳି ଡିଜେଲ ଭଳି ସିଏନ୍‌ଜି ପରିବେଶ ଉପରେ ଏତେଟା ଖରାପ ପକାଇବ ନାହିଁ। ଗ୍ରାମୀଣ ଭାରତରେ ରୋଜଗାର ସୁଯୋଗ ପ୍ରଦାନ କରିବାରେ ଏହା ସହାୟକ ହେବ ବୋଲି ଗଡକରୀ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ରୁ ଊର୍ଦ୍ଧ୍ୱ ଟିସିଏସ୍‌ କର୍ମଚାରୀ କୋଟିପତି

ବେଙ୍ଗାଲୁରୁ,୧୪-୬: ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ରେ କୋଟିପତି କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ କର୍ମଚାରୀ ନିଜ କ୍ୟାରିୟର ଏହି...

ବ୍ୟାନ୍‌ ହେଲା ଇ-ସିଗାରେଟ

ନୂଆଦିଲ୍ଲୀ,୧୯-୯: କେନ୍ଦ୍ରର ମୋଦି ସରକାର ଦେଶରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି...

ଭାରତ ଲାଗି ଆଉଟଲୁକ ଷ୍ଟେବଲ ରଖିଲା ଏସ୍‌ ଆଣ୍ଡ୍‌ ପି

ନୂଆଦିଲ୍ଲୀ,୧୩-୨: ବିଶ୍ୱ ସ୍ତରୀୟ ରେଟିଂ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ ପୋଅର୍ସ( ଏସ୍‌ ଆଣ୍ଡ ପି) ପକ୍ଷରୁ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଆଉଟଲୁକ୍‌କୁ ଷ୍ଟେବଲ ବା...

ଦିନେ ଛୁଇଁଥିଲେ ସଫଳତାର ଶିଖର….

ବ୍ୟବସାୟ ଜଗତରେ କେତେକ ବ୍ୟକ୍ତି ସଫଳତା ସିଡି ଚଢି ଚାଲିଥିବା ବେଳେ ଆଉ କିଛି ସଫଳ ହୋଇ ମଧ୍ୟ ଏବେ ବିଫଳ ହୋଇଛନ୍ତି। ହଜାର ହାଜର...

ଚାଇନାରୁ ଭାରତକୁ ଆସିବେ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ପରେ ଆମେରିକାର ପ୍ରାୟ ୨୦୦ କମ୍ପାନୀ ନିଜର ମାନୁଫାକଚରିଂ ସେଣ୍ଟରକୁ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ଓ ଭାରତର...

ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଚିନ୍ତା ବଢୁଛି

  ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନର କ୍ଷତିଗ୍ରସ୍ତ ବଜାର ଏବଂ ନଗଦ ସମସ୍ୟାକୁ ନେଇ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ଗୋଟିଏ...

୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବ ଫେସ୍‌ବୁକ୍‌

ନୂଆଦିଲ୍ଲୀ,୧୬।୯:ଦେଶର ୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବା ଲାଗି ଫେସ୍‌ବୁକ୍‌ ଇଣ୍ଡିଆ ଯୋଜନା ରଖିଛି। ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ଭଳି...

ଆସିବ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାର ଦେଶରେ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’ ଯୋଜନା ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ନିଜ ପସନ୍ଦ...

Advertisement


Archives

Model This Week