ସେବାରେ ସାଉଁଟୁଛନ୍ତି ସନ୍ତୁଷ୍ଟି

ଢେଙ୍କାନାଳ,୨୫।୬(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକଙ୍କ କାର୍ଯ୍ୟକୁଶଳତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏକଦା ଆଇନ ବ୍ୟବସାୟରେ ଭାଗ୍ୟ ପରଖିବାକୁ ମନସ୍ଥ କରିଥିବା ଏହି ଉଚ୍ଚଶିକ୍ଷିତା ମହିଳା ସମୟକ୍ରମେ ରାଜନୀତିରେ ପାଦ ଥାପିଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ଜଣେ ସଚେତନ ଜନପ୍ରତିନିଧି ଭାବେ ସେବାକୁ ଜୀବନର ଧର୍ମ ଭାବେ ଗ୍ରହଣ କରିଛନ୍ତି। ଏଥିରେ ତାଙ୍କୁ ସନ୍ତୁଷ୍ଟି ମିଳୁଥିବା କହିଛନ୍ତି ଧରିତ୍ରୀ।
ଧରିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଏଲ୍‌ଏଲ୍‌ବି। ୨୦୧୭ରେ ସଦାଶିବପୁର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୨୨ରେ ତାଙ୍କୁ ଭୋଟର ସରପଞ୍ଚ ଭାବେ ବିଜୟୀ କରାଇଛନ୍ତି। ୯ଟି ଗ୍ରାମକୁ ନେଇ ଗଠିତ ସଦାଶିବପୁର ପଞ୍ଚାୟତର ଭୌଗୋଳିକ ସ୍ଥିତି ବଡ଼ ବିଚିତ୍ର। ପଶାସିଂହ ଗ୍ରାମ ପଞ୍ଚାୟତ ସଦରଠାରୁ ଦୂରରେ ଅବସ୍ଥିତ। ଏଠାକୁ ଯିବାକୁ ହେଲେ ଅନ୍ୟ ୨ଟି ପଞ୍ଚାୟତ ପାର୍‌ ହେବାକୁ ପଡ଼େ। ଫଳରେ ଭତ୍ତା ଯୋଜନାରେ ସାମିଲ ହୋଇଥିବା ଅସହାୟ ବୃଦ୍ଧାବୃଦ୍ଧ, ମହିଳା, ଦିବ୍ୟାଙ୍ଗ ବଡ଼ ଅସୁବିଧାରେ ପଡୁଛନ୍ତି। ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଧରିତ୍ରୀ। ପ୍ରତିମାସ ଭତ୍ତା ତାରିଖରେ ନିର୍ବାହୀ ଅଧିକାରୀଙ୍କ ସହ ପଶାସିଂହ ଗ୍ରାମକୁ ଯାଇ ହିତାଧିକାରୀଙ୍କ ହାତରେ ଭତ୍ତା ଟଙ୍କା ଧରାଇ ଦେଇ ଆସନ୍ତି ସରପଞ୍ଚ। କେବଳ ଏତିକି ନୁହେଁ, ସେମାନେ କେତେ ଟଙ୍କା ପାଉଛନ୍ତି ତାହା ମଧ୍ୟ ବୁଝାଇ ଦେଉଛନ୍ତି। ଏଥିସହ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ଲାଗି ଉଦ୍ୟମ କରୁଛନ୍ତି। ପଶାସିଂହ ଗ୍ରାମକୁ ସବୁଦିନଆ ରାସ୍ତା ନାହିଁ। ରେଳଧାରଣା କଡ଼ରେ ଥିବା ଏହି ଗ୍ରାମ ରାସ୍ତାର ଉନ୍ନତୀକରଣ ଲାଗି ସେ ରେଲଓ୍ବେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ହାତୀ ଉପଦ୍ରବରୁ ଧନଜୀବନକୁ ସୁରକ୍ଷିତ ରଖିବା ଲାଗି ସେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବନ କର୍ମଚାରୀଙ୍କ ସହ ସମନ୍ବୟ ରଖି କାମ କରୁଛନ୍ତି। ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଲୋକଙ୍କୁ ନିୟମିତ ସଚେତନ କରାଉଛନ୍ତି। ଏହାକୁ ବାଦ୍‌ଦେଲେ ଅସହାୟଙ୍କୁ ସହାୟତା, ଚାରା ରୋପଣ ଭଳି ଅନେକ କାର୍ଯ୍ୟ କରୁଛନ୍ତି। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ସମସ୍ତଙ୍କ ସହଯୋଗରେ ପଞ୍ଚାୟତର ବିକାଶ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ଲୋକଙ୍କ ବିଶ୍ୱାସ ଜିତିବା ଲକ୍ଷ୍ୟରେ ସେ ଆଗକୁ ବଢୁଛନ୍ତି। ଏଥିରେ ଆନନ୍ଦ ପାଆନ୍ତି ବୋଲି ଧରିତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସୂଚନାଯୋଗ୍ୟ, ଧରିତ୍ରୀଙ୍କ ସ୍ବାମୀ ରାକେଶ ମଲ୍ଲିକ ଜଣେ ବ୍ୟବସାୟୀ। ଏକମାତ୍ର ପୁଅ ଯୁକ୍ତ ୨ ବିଜ୍ଞାନରେ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖବର ପ୍ରସାର ପରେ ହାଟଡ଼ିହୀ ତହସିଲରେ ଅସ୍ଥାୟୀ ଭାବେ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…..

ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଅଣ ଓଡିଆ ଯୁବକଙ୍କୁ ଛୁଆ ଚୋର ଭାବି  ପିଟିପକାଇଲେ ଗାଁ ଲୋକେ: ଭିଡିଓ ଭାଇରାଲ ପରେ… 

ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ…

ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା: ଗିରଫ ହେଲେ ୨ ଯୁବଛାତ୍ର ନେତା

ଭୁବନେଶ୍ୱର,୨୧ା୩: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ…

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri