ସେବାରେ ସାଉଁଟୁଛନ୍ତି ସନ୍ତୁଷ୍ଟି

ଢେଙ୍କାନାଳ,୨୫।୬(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକଙ୍କ କାର୍ଯ୍ୟକୁଶଳତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏକଦା ଆଇନ ବ୍ୟବସାୟରେ ଭାଗ୍ୟ ପରଖିବାକୁ ମନସ୍ଥ କରିଥିବା ଏହି ଉଚ୍ଚଶିକ୍ଷିତା ମହିଳା ସମୟକ୍ରମେ ରାଜନୀତିରେ ପାଦ ଥାପିଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ଜଣେ ସଚେତନ ଜନପ୍ରତିନିଧି ଭାବେ ସେବାକୁ ଜୀବନର ଧର୍ମ ଭାବେ ଗ୍ରହଣ କରିଛନ୍ତି। ଏଥିରେ ତାଙ୍କୁ ସନ୍ତୁଷ୍ଟି ମିଳୁଥିବା କହିଛନ୍ତି ଧରିତ୍ରୀ।
ଧରିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଏଲ୍‌ଏଲ୍‌ବି। ୨୦୧୭ରେ ସଦାଶିବପୁର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୨୨ରେ ତାଙ୍କୁ ଭୋଟର ସରପଞ୍ଚ ଭାବେ ବିଜୟୀ କରାଇଛନ୍ତି। ୯ଟି ଗ୍ରାମକୁ ନେଇ ଗଠିତ ସଦାଶିବପୁର ପଞ୍ଚାୟତର ଭୌଗୋଳିକ ସ୍ଥିତି ବଡ଼ ବିଚିତ୍ର। ପଶାସିଂହ ଗ୍ରାମ ପଞ୍ଚାୟତ ସଦରଠାରୁ ଦୂରରେ ଅବସ୍ଥିତ। ଏଠାକୁ ଯିବାକୁ ହେଲେ ଅନ୍ୟ ୨ଟି ପଞ୍ଚାୟତ ପାର୍‌ ହେବାକୁ ପଡ଼େ। ଫଳରେ ଭତ୍ତା ଯୋଜନାରେ ସାମିଲ ହୋଇଥିବା ଅସହାୟ ବୃଦ୍ଧାବୃଦ୍ଧ, ମହିଳା, ଦିବ୍ୟାଙ୍ଗ ବଡ଼ ଅସୁବିଧାରେ ପଡୁଛନ୍ତି। ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଧରିତ୍ରୀ। ପ୍ରତିମାସ ଭତ୍ତା ତାରିଖରେ ନିର୍ବାହୀ ଅଧିକାରୀଙ୍କ ସହ ପଶାସିଂହ ଗ୍ରାମକୁ ଯାଇ ହିତାଧିକାରୀଙ୍କ ହାତରେ ଭତ୍ତା ଟଙ୍କା ଧରାଇ ଦେଇ ଆସନ୍ତି ସରପଞ୍ଚ। କେବଳ ଏତିକି ନୁହେଁ, ସେମାନେ କେତେ ଟଙ୍କା ପାଉଛନ୍ତି ତାହା ମଧ୍ୟ ବୁଝାଇ ଦେଉଛନ୍ତି। ଏଥିସହ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ଲାଗି ଉଦ୍ୟମ କରୁଛନ୍ତି। ପଶାସିଂହ ଗ୍ରାମକୁ ସବୁଦିନଆ ରାସ୍ତା ନାହିଁ। ରେଳଧାରଣା କଡ଼ରେ ଥିବା ଏହି ଗ୍ରାମ ରାସ୍ତାର ଉନ୍ନତୀକରଣ ଲାଗି ସେ ରେଲଓ୍ବେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ହାତୀ ଉପଦ୍ରବରୁ ଧନଜୀବନକୁ ସୁରକ୍ଷିତ ରଖିବା ଲାଗି ସେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବନ କର୍ମଚାରୀଙ୍କ ସହ ସମନ୍ବୟ ରଖି କାମ କରୁଛନ୍ତି। ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଲୋକଙ୍କୁ ନିୟମିତ ସଚେତନ କରାଉଛନ୍ତି। ଏହାକୁ ବାଦ୍‌ଦେଲେ ଅସହାୟଙ୍କୁ ସହାୟତା, ଚାରା ରୋପଣ ଭଳି ଅନେକ କାର୍ଯ୍ୟ କରୁଛନ୍ତି। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ସମସ୍ତଙ୍କ ସହଯୋଗରେ ପଞ୍ଚାୟତର ବିକାଶ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ଲୋକଙ୍କ ବିଶ୍ୱାସ ଜିତିବା ଲକ୍ଷ୍ୟରେ ସେ ଆଗକୁ ବଢୁଛନ୍ତି। ଏଥିରେ ଆନନ୍ଦ ପାଆନ୍ତି ବୋଲି ଧରିତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସୂଚନାଯୋଗ୍ୟ, ଧରିତ୍ରୀଙ୍କ ସ୍ବାମୀ ରାକେଶ ମଲ୍ଲିକ ଜଣେ ବ୍ୟବସାୟୀ। ଏକମାତ୍ର ପୁଅ ଯୁକ୍ତ ୨ ବିଜ୍ଞାନରେ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri