ବ୍ରହ୍ମପୁର,୨୫।୬(ସୁବାସ ଚନ୍ଦ୍ର ପାଢ଼ୀ)ପଞ୍ଚାୟତ ଓ ପୌର ନିର୍ବାଚନ ସମୟରୁ ଏପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସା, ରକ୍ତପାତ, ସୁପାରି କିଲିଂ ଭଳି ଘଟଣା ଥମୁନାହିଁ। ହାତ ମୁଠାରେ ଶାସନ କ୍ଷମତା ରଖିବା ଓ ପରାଜୟର ପ୍ରତିଶୋଧ ନେବା ପାଇଁ ରାଜନେତା ଓ ସେମାନଙ୍କ ସମର୍ଥକ ସୀମା ଲଙ୍ଘି ଯାଇଛନ୍ତି। ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଧମକ, ଅପହରଣ, ଗାଡ଼ି ପୋଡ଼଼ି ଓ ଆକ୍ରମଣ ଭଳି ବହୁ ହିଂସାକାଣ୍ଡ ଘଟିଛି। ନିର୍ବାଚନ ପରେ ଜିଲାରେ ପ୍ରତିଶୋଧ ଜନିତ ରକ୍ତପାତ ଥମୁନାହିଁ। ରକ୍ତରଞ୍ଜିତ ହେଉଛି ଗଞ୍ଜାମ ଜିଲା। କଥା କଥାରେ ଗାଁରେ ଖଣ୍ଡା ବୁଲି ମୁଣ୍ଡ ଗଡ଼ୁଛି ତ କାର୍ ଚଢ଼ାଇ ହତ୍ୟା କରାଯାଉଛି। ରାଜନୀତିରେ କ୍ଷମତା ଦଖଲକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟି ଅମୂଲ୍ୟ ଜୀବନ ହାନୀ ହେଉଛି। ଗତ ବର୍ଷକରେ ୮ ଜଣଙ୍କ ଜୀବନ ନେଇ ସାରିଲାଣି ରାଜନୈତିକ ହିଂସାକାଣ୍ଡ। ବଡ଼ ବଡ଼ିଆ ନେତାଙ୍କ ମୋହରା ସାଜି ଗୋଷ୍ଠୀ ବିବାଦରେ ପଡ଼ି ଅଯଥାରେ ଜୀବନ ହାରୁଛନ୍ତି। କିନ୍ତୁ ପୋଲିସ ସେହି ବଡ଼ ବଡ଼ିଆଙ୍କ ସମ୍ପୃକ୍ତିକୁ ଠାବ କରିପାରୁ ନଥିବାରୁ ସହଜରେ ସେମାନେ ଖସି ଯାଉଛନ୍ତି।
ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ଯୁବ ବିଜେଡି ସଭାପତି ଲଳିତ ମୋହନ ମହାପାତ୍ରଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଛି। ଗତ ୨୦ ତାରିଖ ସନ୍ଧ୍ୟାରେ ଲଳିତଙ୍କ ସହ ବିଜେଡିର ଅନ୍ୟଜଣେ ନେତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ନିଜର ବୁଲେଟ ଗାଡ଼ିରେ ସେ ଖମ୍ବାରିଗାଁ’କୁ ଫେରୁଥିଲେ। ଗାଁ’ନିକଟରେ ତାଙ୍କ ବୁଲେଟ ପଛରୁ ବିଜେଡିର ଜଣେ ନେତା କାର ଚପାଇ ତାଙ୍କୁ ହତ୍ୟା କରିଥିଲେ ବୋଲି ପରିବାର ସଦସ୍ୟ ସମ୍ପୃକ୍ତ ନେତାଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଛନ୍ତି। ସେହିପରି ପୂର୍ବରୁ ଗତ ବର୍ଷ ଜୁନ ମାସରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଯାମୁନି ଗାଁରେ ଘଟିଥିବା ଏକ ରାଜନେତିକ ହିଂସାକାଣ୍ଡରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକଙ୍କ ନାମ ହେଉଛି ଯୋଗେଶ ବେହେରା। ଏହି ଘଟଣାରେ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ରାଜନେତିକ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟ ସଉରା ପାହାଡ଼ ମୁଖ୍ୟରାସ୍ତାରେ ଗତ ଏପ୍ରିଲ୍ ୨୩ତାରିଖ ରାତିରେ ଦୁଇଜଣ ଯୁବ ବିଜେଡି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକମାନେ ହେଲେ, ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡ଼ି ଗ୍ରାମର ସୁଧୀରକାନ୍ତ ପାତ୍ର ଓ ସୁଦର୍ଶନ ସୁଆର। ଚଷାନିମଖଣ୍ଡି ପଞ୍ଚାୟତରେ ନିର୍ବାଚନ ଫଳାଫଳକୁ ନେଇ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ପ୍ରମାଣ ପାଇଥିଲା। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୯ଜଣଙ୍କୁ ଗିରଫ କରିଥିଲା। ହତ୍ୟାକାଣ୍ଡ ପଛରେ ୫୦ହଜାର ଟଙ୍କାର ସୁପାରି କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା। ଏହାପରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ଗତ ମେ ୨୯ତାରିଖରେ ବାବୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାପଛରେ ମଧ୍ୟ ରାଜନେତିକ ଶତ୍ରୁତା ରହିଥିବା ପୁଲିସ ସ୍ପଷ୍ଟ କରିଥିଲା। ଏହି ଘଟଣାରେ ପ୍ରଦୀପ ସାହୁ ନାମ ଜଣେ ଯୁବକ ଗୁରୁତର ହୋଇଥିଲେ। ଘଟଣାର ୫ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ମଧ୍ୟ ଆଖି ବୁଜିଥିଲେ। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପୂର୍ବରୁ ଫେବ୍ରୁଆରି ୧୮ ତାରିଖରେ ପୋଲସରା ଏବଂ ମାର୍ଚ୍ଚ ୧୨ତାରିଖରେ ଆସିକା ଥାନା ଇଲାକାରେ ଦୁଇଟି ରାଜନେତିକ ହତ୍ୟାକାଣ୍ଡ ଘଟିଥିଲା। ଏହି ସମସ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଗୋଷ୍ଠୀ କନ୍ଦଳ ହିଁ ମୁଖ୍ୟ କାରଣ ବୋଲି ଜଣାପଡ଼ିଥିଲା। ଏହି ସମସ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଓ ପୁଞ୍ଜିଭୂତ ଅଶାନ୍ତି ରହିଛି। ନିର୍ବାଚନ ପାଇଁ ବିଭିନ୍ନ ଗାଁରେ ଏବେ ବି ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଗତ ୬ତାରିଖ ରାତିରେ କୁକୁଡ଼ାଖଣ୍ଡି ବ୍ଲକର ମସିହାଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏହି ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସମେତ ତାଙ୍କର ଦୁଇ ସମର୍ଥକ ଗୁରୁତର ହୋଇଥିଲେ।
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?
ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…
ଗିଲ୍ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ
ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍ରେ ବଡ଼ ବିଜୟ ହାସଲ…
ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…
କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…
ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….
ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…
ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!
ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

