ଶ୍ରମିକ ନିଯୁକ୍ତିରେ ସନ୍ତୁଷ୍ଟି

ଯାଜପୁର ଅଫିସ,୨୦।୧୦:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଶାୟୀଙ୍କୁ ଠିକା ଶ୍ରମିକ ନିଯୁକ୍ତି ଦେଇ ସନ୍ତୁଷ୍ଟ କରାଯାଉଛି। ଏହି ପ୍ରକ୍ରିୟାରେ ୩୬୪ ଅଣଓଡ଼ିଆ ଏବଂ ୧୮୪ ଓଡ଼ିଆ ଠିକାସଂସ୍ଥା ବିପୁଳ ପରିମାଣରେ ଲାଭବାନ ହେଉଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ଏହା ସ୍ପଷ୍ଟ ହୋଇଛି। ଠିକାସଂସ୍ଥାର ମାଲିକମାନେ ମନଇଚ୍ଛା ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତିରୁ ହଟେଇ ସେମାନଙ୍କ ପରିବାରବର୍ଗଙ୍କୁ ମାନସିକ ଭାବେ ନିର୍ଯାତନା ଦେଇଆସୁଛନ୍ତି। ଠିକାସଂସ୍ଥାର ମନମାନି ବିରୋଧରେ ହେଉଥିବା ଆନ୍ଦୋଳନ ପ୍ରାୟ ୫ ବର୍ଷ ହେଲା ନରମି ଯାଉଥିବାରୁ ବହୁ ବୈଷୟିକ ଡିଗ୍ରୀଧାରୀ ବେକାର ଯୁବତୀଯୁବକଙ୍କ ନିଯୁକ୍ତି ଆଶା ମଉଳି ଯାଇଛି।
ଜାତୀୟ ଓ ରାଜ୍ୟସ୍ତରରେ ଉତ୍କଟ ବେକାରି ସମସ୍ୟା ଦୂର ଉଦ୍ଦେଶ୍ୟରେ ଶିଳ୍ପାୟନକୁ ଆଖିବୁଜି ଗ୍ରହଣ କରି ରାଜ୍ୟ ସରକାର କଳିଙ୍ଗନଗରରେ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକୁ ସବୁପ୍ରକାର ସହଯୋଗ ଦେଇ ଆସୁଛନ୍ତି। ବର୍ତ୍ତମାନ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୬ଟି ବୃହତ୍‌ କମ୍ପାନୀ କାର୍ଯ୍ୟକ୍ଷମ ରହିଛି। କିନ୍ତୁ ଠିକା ଶ୍ରମିକ ନିଯୁକ୍ତି ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଯାଉଛି। ଦେଶ ସ୍ବାଧୀନତା ପୂର୍ବରୁ ଟାଟା ଯାଜପୁର ଜିଲାର ଖଣି ଅଞ୍ଚଳ ସୁକିନ୍ଦାରେ ପାଦ ଦେଇଥିଲା। ଭାରବୁହାରେ କ୍ରୋମାଇଟ ଖଣିରୁ ଉତ୍ତୋଳନ ଆରମ୍ଭ କରିଥିବା ଟାଟାକୁ ଯୋଡ଼ା ଅଞ୍ଚଳରେ ୬ଟି ଖାଦାନରେ ୪୧୨୩ ହେକ୍ଟର ଏବଂ ସୁକିନ୍ଦାରେ ୩ଟି ଖାଦାନ ଜରିଆରେ ୭୬୦ ହେକ୍ଟର ଜମି ଲିଜ୍‌ ଦିଆଯାଇଛି। ଏହି ଖଣିରୁ କଳିଙ୍ଗନଗର ଟାଟା ଷ୍ଟିଲ କାରଖାନା ଗଢ଼ିଉଠିଛି। ୨୪ା୮ା୨୦୨୧ ସୁଦ୍ଧା ମିଳିଥିବା ଆରଟିଆଇ ତଥ୍ୟ ଅନୁସାରେ ଏହି କାରଖାନାରେ ୨୦୫ ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ୧୭,୮୪୫ ଶ୍ରମିକ ଏବଂ ୩,୦୧୫ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ସେହିପରି ୮୩ଟି ଓଡ଼ିଆ ଠିକାସଂସ୍ଥା ଜରିଆରେ ୩,୨୮୮ ଶ୍ରମିକ ଏବଂ ୪୦୫ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ଏସବୁୁ ୮୮% ଶ୍ରମିକ ଓଡ଼ିଶାର ବୋଲି ଦାବି କରାଯାଇଛି। ସେହିପର ଓଡ଼ିଶାର ୪୧% ସୁପରଭାଇଜର ଏବଂ ମ୍ୟାନେଜରିଆଲ କର୍ମଚାରୀ ରହିଥିବା କୁହାଯାଇଛି। କିନ୍ତୁ ସିନିୟର ଏକ୍‌ଜିକ୍ୟୁଟିଭ ପଦବୀରେ କେହି ଓଡ଼ିଶାର ନାହାନ୍ତି। ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଶ୍ରମିକ ଶ୍ରେଣୀର ୮୧% ଓଡ଼ିଶାର ରହିଥିବାବେଳେ ସୁପରଭାଇଜର ଓ ମ୍ୟାନେଜରିଆଲ କର୍ମଚାରୀ ମାତ୍ର ୩୮% ରହିଛନ୍ତି। ସିନିୟର ଏକ୍‌ଜିକ୍ୟୁଟିଭ ପଦବୀରେ ମାତ୍ର ୧୯% ରାଜ୍ୟର ନିଯୁକ୍ତି ପାଇଛନ୍ତି। ଅର୍ଥାତ ରାଜ୍ୟରେ ବୈଷୟିକ ଡିଗ୍ରୀଧାରୀ ଏବଂ ପରିଚାଳନାଗତ ଅଧିକାରୀ ପାଇଁ ଶିକ୍ଷିତ ଯୁବତୀଯୁବକଙ୍କ ଅଭାବ ରହିଛି ବୋଲି ଟାଟା ଷ୍ଟିଲ ଏଠାରେ ପ୍ରମାଣିତ କରୁଛି। ନିକଟରେ ରାଣ୍ଡଷ୍ଟାଡ ଇଣ୍ଡିଆ ଲିଃ, କେଇସି ଇଣ୍ଟରନ୍ୟାଶନାଲ, ଜାମସେଦପୁର ୟୁଟିଲିଟିଜ ଆଣ୍ଡ ସର୍ଭିସ କୋ, ଆଇଆର୍‌ଆଇଏସ୍‌ଇ ଇଣ୍ଡିଆ ପ୍ରା.ଲିଃ, ଅଟୋମେଶନ ଆଣ୍ଡ ଟେକ୍ନିକାଲ ସର୍ଭିସେସ୍‌, ଗେନନ୍‌ ଡଙ୍କରଲି ଆଣ୍ଡ କୋ ଲିଃ ଇତ୍ୟାଦି ୫୦ରୁ ଊର୍ଦ୍ଧ୍ୱ ଅଣଓଡ଼ିଆ ଠିକାସଂସ୍ଥାରୁ ନିୟମିତ ଦରମା ନ ମିଳିବା, ଜାଣିଶୁଣି ହଇରାଣ କରାଯିବା ଆଦି କାରଣରୁ ଶତାଧିକ ଶ୍ରମିକ ଓ କର୍ମଚାରୀ ଚାକିରି ଛାଡ଼ିଥିବା ଅଭିଯୋଗ ହେଉଛି। ଏପରିକି ଉପତ୍ାଦିତ ସାମଗ୍ରୀ ବାହାରକୁ ଚାଲାଣ ଦାୟିତ୍ୱରେ ରହିଥିବା କେତେକ ଠିକାସଂସ୍ଥା ଅଧିକାରୀମାନେ ଓଜନରେ ଜାଲିଆତି କରି ବିପୁଳ ପରିମାଣର ଆର୍ଥିକ ଅନିୟମିତତା କରୁଥିବା ଚର୍ଚ୍ଚା ହେଉଛି। ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଲିଃରେ ୪୫ ଓଡ଼ିଆ ଠିକାସଂସ୍ଥା ଏବଂ ୧୦୯ ଅଣଓଡିଆ ଠିକାସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଇଛି। ଏଠାରେ ଓଡ଼ିଶାର ଶ୍ରମିକ ଶ୍ରେଣୀର ୮୫.୦୬%, ସୁପରଭାଇଜର/ମ୍ୟାନେଜରିଆଲ ୬୩.୬୪% ଏବଂ ସିନିୟର ଏକ୍‌ଜିକ୍ୟୁଟିଭ ୬୬% ରହିଛନ୍ତି। ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାର ଶ୍ରମିକ ଶ୍ରେଣୀର ୯୮%, ସୁପରଭାଇଜର/ମ୍ୟାନେଜରିଆଲ ୫୯.୨୮% ଏବଂ ସିନିୟର ଏକ୍‌ଜିକ୍ୟୁଟିଭ ପଦବୀରେ ୪୫ ପ୍ରତିଶତ ଓଡ଼ିଶାର ନିଯୁକ୍ତି ପାଇଛନ୍ତି।
ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ଶ୍ରମିକମାନଙ୍କୁ ନିଯୁକ୍ତି ଦିଆଯାଇ ବିଭିନ୍ନ ସମୟରେ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ସେହିପରି ଚାକିରିକୁ ନେଇ ବହୁ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଦୀର୍ଘଦିନରୁ ବିଭିନ୍ନ ସ୍ତରରେ ଅଭିଯୋଗ, ପ୍ରତିକ୍ରିୟା, ଆଲୋଚନା ହୋଇ ଆସିଛି। ମାତ୍ର ଏହାର ବିଧିବଦ୍ଧ ତଦନ୍ତ ପାଇଁ କେହି ତତ୍ପରତା ପ୍ରକାଶ କରିନାହାନ୍ତି। ପ୍ରକୃତପକ୍ଷେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକେ ଉପକୃତ ହୋଇ ନ ଥିବାବେଳେ ବହୁ ସରକାରୀ ଅଧିକାରୀ, ନେତା, ପ୍ରଭାବଶାଳୀଙ୍କ ସମ୍ପର୍କୀୟ ଚାକିରି ହାତେଇଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ରଶାସନ ସଦାସର୍ବଦା ତପତ୍ରତା ପ୍ରକାଶ କରୁଛି। ଏଥିପାଇଁ କମ୍ପାନୀଗୁଡ଼ିକୁ ବିଭିନ୍ନ ସମୟରେ ତାଗିଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri