Posted inଜାତୀୟ

ଖୁବଶୀଘ୍ର ଆରମ୍ଭ ହେବ ସାଟେଲାଇଟ୍ ଭିତ୍ତିକ ଟୋଲ୍ ସିଷ୍ଟମ, ସଞ୍ଚୟ ହେବ ସମୟ ଏବଂ ଟଙ୍କା: ନିତିନ ଗଡ଼କରୀ

ଭୁବନେଶ୍ୱର,୨୭।୩: ଦେଶରେ ଖୁବଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ବ୍ୟବସ୍ଥା ପ୍ରଣୟନ ହେବାକୁ ଯାଉଛି। ଯାହାଦ୍ୱାରା ସମୟ ସହିତ ଟଙ୍କା ମଧ୍ୟ ବଞ୍ଚିବ। ବୁଧବାର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ ମନ୍ତ୍ରଣାଳୟ ସାଟେଲାଇଟ୍ ଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା ପ୍ରଣୟନ କରିବ, ଯାହା ଅଧୀନରେ ଦୂରତା ଅନୁଯାୟୀ ଟୋଲ ରାଶି ଆଦାୟ କରାଯିବ ଏବଂ ବ୍ୟବହାରକାରୀଙ୍କ ବ୍ୟାଙ୍କ ଖାତାରୁ ଏହି ଟଙ୍କା ସିଧାସଳଖ କଟାଯିବ।

ଗଡ଼କରୀ କହିଛନ୍ତି ଯେ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ ଏବଂ ଆପଣ ଯେତେ ପରିମାଣ ରାସ୍ତାରେ ଯିବେ ସେହି ଆଧାରରେ ଟଙ୍କା ଆଦାୟ କରାଯିବ। ଏହି ବ୍ୟବସ୍ଥା ଟୋଲ ଟ୍ୟାକ୍ସ ହ୍ରାସ କରିବାରେ ଏବଂ ଯାତ୍ରାକୁ ସୁଗମ କରିବାରେ ସାହାଯ୍ୟ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ମାଧ୍ୟମରେ ସମୟ ଏବଂ ଟଙ୍କା ସଞ୍ଚୟ ହୋଇପାରିବ। ତେବେ ଏହି ନୂତନ ବ୍ୟବସ୍ଥା କେବେ ଆରମ୍ଭ ହେବ ମନ୍ତ୍ରୀ ସ୍ପଷ୍ଟ କରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri