ପ୍ରବାସୀଙ୍କୁ ୨୦୦୦ ବଦଳରେ ୧୯୦୦ ଦେବା ଅଭିଯୋଗ: ପିଇଓ ନିଲମ୍ବିତ

ପଦ୍ମପୁର,୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆସୁଣି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଚିନ୍ମୟୀ ପଣ୍ଡାଙ୍କୁ କୋଭିଡ୍‌ ଗାଇଡ୍‌ ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି। ଏ ନେଇ ଚିଠି ନଂ ୩୫୫/୨୪/୭/୨୦ରେ ତାଙ୍କୁ ଚାନ୍ଦବାଲି ବ୍ଲକରେ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଉକ୍ତ ଗ୍ରାମ ପଞ୍ଚାୟତରେ ପ୍ରବାସୀମାନଙ୍କର ପ୍ରୋତ୍ସାହନ ରାଶି ୨୦୦୦ ହଜାର ଟଙ୍କା ବଦଳରେ ୧୯୦୦ ଦିଆଯାଇଛି। ଏ ବାବଦରେ ବିଡିଓ ପ୍ରଣବ କୁମାର ବେହେରାଙ୍କୁ ପଚାରିବାରୁ ସେ ଅଭିଯୋଗର ସତ୍ୟ ଥିବା ସ୍ବୀକାର କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।