ସସ୍ମିତ ରଖିଲେ ପ୍ରତିକ୍ରିୟା: ଓଡ଼ିଶାର ହକ୍‌ ପାଇଁ ଯୁକ୍ତି ଉପସ୍ଥାପନ କରିବି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟ ସଭା ପାଇଁ ବିଜେଡି ପକ୍ଷରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀଭାବେ ଚୟନ ହୋଇଛନ୍ତି ସସ୍ମିତ ପାତ୍ର । ଏହାକୁ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବର ଶାଣିତ କରିବି। ଓଡ଼ିଶାର ହକ ପାଇଁ ଦିଲ୍ଲୀରେ ଯୁକ୍ତି ଉପସ୍ଥାପନ କରିବି। ମୋ ପରି ନବାଗତଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଆସ୍ଥା ସ୍ଥାପନ କରିଛନ୍ତି। ନବୀନଙ୍କ ବଳିଷ୍ଠ ନେତୃତ୍ୱରେ କାର୍ଯ୍ୟ ଜାରି ରଖିଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।

ପ୍ରକାଶ ଯେ, ରାଜ୍ୟସଭା ନିର୍ବାଚନ ଲାଗି ବିଜେଡି ପକ୍ଷରୁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ସୁଯୋଗ ମିଳିଛି। ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ମୁଖପାତ୍ର ସୁଲତା ଦେଓ, ନିରଞ୍ଜନ ବିଷି ରହିଛନ୍ତି । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ବିଜେଡି।