ସରୁନି ପ୍ରକଳ୍ପ, ମିଳୁନି ପାଣି

ଢେଙ୍କାନାଳ ଅଫିସ, ୧୯।୩
ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା। ଏଥିଲାଗି ଖର୍ଚ୍ଚ କରାଯାଉଛି ଅଜସ୍ର ଟଙ୍କା। ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ଚାଲିଛି। ଭୂତଳ ପାଇପ ବିଛାଇ ଘର ଯାଏ ପାଣି ପହଞ୍ଚାଇବା ସୁବିଧା କରାଯାଉଛି। ତଥାପି ବିଶୁଦ୍ଧ ଜଳ ମୁନ୍ଦାଏ ପାଇପାରୁନାହାନ୍ତି ଲୋକେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟ ପଞ୍ଚାୟତରେ। ପ୍ରକଳ୍ପ ନିର୍ମାଣର ୪ବର୍ଷ ପରେ ବି ଅଞ୍ଚଳବାସୀ ପାଣି ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଦାବିରେ ସ୍ଥାନୀୟ ସରପଞ୍ଚ ‘୫-ଟି’ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ବସୁଧା ଯୋଜନାରେ ତାଳବରକୋଟ ପଞ୍ଚାୟତର ବାଉଁଶପାଟଣା, ତଇଲାସାହି, ସିଆରିଆ, ନୂଆସାହି ଏବଂ ଖୁଣ୍ଟକଟା ସାହିକୁ ପାନୀୟଜଳ ଯୋଗାଣ କରିବା ଲକ୍ଷ୍ୟ ରଖାଯାଇଥିଲା। ଏଥିଲାଗି ବାଉଁଶପାଟଣାରେ ୨୦୧୮ରେ ଆରମ୍ଭ ହୋଇଥିଲା ଓଭରହେଡ୍‌ ଟାଙ୍କି ନିର୍ମାଣ। ୨୦୧୯ରେ ପାଇପ ବିଛାଯାଇଥିଲା। ତେବେ କୌଣସି କାରଣରୁ ୨୦୨୦ରେ ହଠାତ୍‌ ବିନା ସୂଚନାରେ ବନ୍ଦ କରି ଦିଆଯାଇଥିଲା ପ୍ରକଳ୍ପ କାମ। ଏହାପରେ ଟାଙ୍କି ପୂର୍ଣ୍ଣାଙ୍ଗ ରୂପ ନେଇପାରୁଛି ନା ଜଳଯୋଗାଣ ହୋଇପାରୁଛି। ପାଇପ୍‌ଗୁଡ଼ିକ ଠିକ୍‌ ଗଭୀରତାରେ ମାଟି ତଳେ ପୋତାଯାଇନାହିଁ। ଯାନବାହନ ଚଳାଚଳ କରିବା ଦ୍ୱାରା ସେଗୁଡ଼ିକ ଫାଟି ଗଲାଣି। ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଯାହା ତଦନ୍ତ ସାପେକ୍ଷ। ଅନ୍ୟପଟେ ଖରାଦିନ ଆରମ୍ଭରୁ ଅଞ୍ଚଳରେ ଜଳକଷ୍ଟ ଆରମ୍ଭ ହେଲାଣି। ଖୁଣ୍ଟକଟା ସାହି, ସିଆରିଆ ନୂଆସାହିରୁ କୂଅପୋଖରୀ ଶୁଖିବାକୁ ବସିଲାଣି। ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ତଥାପି ଏହାର ସମାଧାନ ହେଉ ନ ଥିବା ଗ୍ରାମବାସୀ କହିଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ହେମନ୍ତ ଜେନା କୁହନ୍ତି, ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର କହିବା ସତ୍ତ୍ୱେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ବାଧ୍ୟ ହୋଇ ‘୫-ଟି’ ସଚିବଙ୍କୁ ପତ୍ର ଲେଖାଯାଇଛି। ପଞ୍ଚାୟତର ଭୌଗୋଳିକ ଅବସ୍ଥାକୁ ନଜରରେ ରଖି ପ୍ରକଳ୍ପ ନିର୍ମାଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହାକୁ ଅଣଦେଖା କରାଯାଇଛି। ତେଣୁ ଏପରି ସମସ୍ୟା ଉପୁଜିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ଜଳ ଯୋଗଣ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ କ୍ଷେତ୍ରବାସୀ ବେହେରା କୁହନ୍ତି, ପ୍ରକଳ୍ପ ଲାଗି ବୋରୱେଲ ଖନନ ହୋଇନାହିଁ। ଗତ ବୁଧବାର ସନ୍ଧ୍ୟାରେ ଏଥିଲାଗି ନିର୍ବାହୀଯନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ବୋରୱେଲ କରିବା ପରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri