ସରୁନି ପ୍ରକଳ୍ପ, ମିଳୁନି ପାଣି

ଢେଙ୍କାନାଳ ଅଫିସ, ୧୯।୩
ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା। ଏଥିଲାଗି ଖର୍ଚ୍ଚ କରାଯାଉଛି ଅଜସ୍ର ଟଙ୍କା। ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ଚାଲିଛି। ଭୂତଳ ପାଇପ ବିଛାଇ ଘର ଯାଏ ପାଣି ପହଞ୍ଚାଇବା ସୁବିଧା କରାଯାଉଛି। ତଥାପି ବିଶୁଦ୍ଧ ଜଳ ମୁନ୍ଦାଏ ପାଇପାରୁନାହାନ୍ତି ଲୋକେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟ ପଞ୍ଚାୟତରେ। ପ୍ରକଳ୍ପ ନିର୍ମାଣର ୪ବର୍ଷ ପରେ ବି ଅଞ୍ଚଳବାସୀ ପାଣି ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଦାବିରେ ସ୍ଥାନୀୟ ସରପଞ୍ଚ ‘୫-ଟି’ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ବସୁଧା ଯୋଜନାରେ ତାଳବରକୋଟ ପଞ୍ଚାୟତର ବାଉଁଶପାଟଣା, ତଇଲାସାହି, ସିଆରିଆ, ନୂଆସାହି ଏବଂ ଖୁଣ୍ଟକଟା ସାହିକୁ ପାନୀୟଜଳ ଯୋଗାଣ କରିବା ଲକ୍ଷ୍ୟ ରଖାଯାଇଥିଲା। ଏଥିଲାଗି ବାଉଁଶପାଟଣାରେ ୨୦୧୮ରେ ଆରମ୍ଭ ହୋଇଥିଲା ଓଭରହେଡ୍‌ ଟାଙ୍କି ନିର୍ମାଣ। ୨୦୧୯ରେ ପାଇପ ବିଛାଯାଇଥିଲା। ତେବେ କୌଣସି କାରଣରୁ ୨୦୨୦ରେ ହଠାତ୍‌ ବିନା ସୂଚନାରେ ବନ୍ଦ କରି ଦିଆଯାଇଥିଲା ପ୍ରକଳ୍ପ କାମ। ଏହାପରେ ଟାଙ୍କି ପୂର୍ଣ୍ଣାଙ୍ଗ ରୂପ ନେଇପାରୁଛି ନା ଜଳଯୋଗାଣ ହୋଇପାରୁଛି। ପାଇପ୍‌ଗୁଡ଼ିକ ଠିକ୍‌ ଗଭୀରତାରେ ମାଟି ତଳେ ପୋତାଯାଇନାହିଁ। ଯାନବାହନ ଚଳାଚଳ କରିବା ଦ୍ୱାରା ସେଗୁଡ଼ିକ ଫାଟି ଗଲାଣି। ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଯାହା ତଦନ୍ତ ସାପେକ୍ଷ। ଅନ୍ୟପଟେ ଖରାଦିନ ଆରମ୍ଭରୁ ଅଞ୍ଚଳରେ ଜଳକଷ୍ଟ ଆରମ୍ଭ ହେଲାଣି। ଖୁଣ୍ଟକଟା ସାହି, ସିଆରିଆ ନୂଆସାହିରୁ କୂଅପୋଖରୀ ଶୁଖିବାକୁ ବସିଲାଣି। ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ତଥାପି ଏହାର ସମାଧାନ ହେଉ ନ ଥିବା ଗ୍ରାମବାସୀ କହିଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ହେମନ୍ତ ଜେନା କୁହନ୍ତି, ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର କହିବା ସତ୍ତ୍ୱେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ବାଧ୍ୟ ହୋଇ ‘୫-ଟି’ ସଚିବଙ୍କୁ ପତ୍ର ଲେଖାଯାଇଛି। ପଞ୍ଚାୟତର ଭୌଗୋଳିକ ଅବସ୍ଥାକୁ ନଜରରେ ରଖି ପ୍ରକଳ୍ପ ନିର୍ମାଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହାକୁ ଅଣଦେଖା କରାଯାଇଛି। ତେଣୁ ଏପରି ସମସ୍ୟା ଉପୁଜିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ଜଳ ଯୋଗଣ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ କ୍ଷେତ୍ରବାସୀ ବେହେରା କୁହନ୍ତି, ପ୍ରକଳ୍ପ ଲାଗି ବୋରୱେଲ ଖନନ ହୋଇନାହିଁ। ଗତ ବୁଧବାର ସନ୍ଧ୍ୟାରେ ଏଥିଲାଗି ନିର୍ବାହୀଯନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ବୋରୱେଲ କରିବା ପରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri