ସରୁନି ଆନିମଲ ଅଣ୍ଡରପାସ୍‌ କାମ

କେନ୍ଦୁଝର, ୩।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ପାଣିକୋଇଲିଠାରୁ ରିମୁଳି ପଯର୍‌ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡିକରେ ଐତିହ୍ୟ ପ୍ରାଣୀ ହାତୀ ସାଙ୍ଗକୁ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ୨୦ ନଂ ଜାତୀୟ ରାଜପଥଟି ଯାଇଥିବାରୁ ଜୀବଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଅନେକ ସ୍ଥାନରେ ଅଣ୍ଡରପାସ ତିଆରି ହେବା ଯୋଜନା ରହିଥିଲା। କିନ୍ତୁ ରାସ୍ତା ନିର୍ମାଣ ସମୟରେ ଏହାକୁ ଉପେକ୍ଷା କରି ଅଣ୍ଡରପାସ ଗୁଡିକୁ ଖଣ୍ଡିଆ କରି ପକାଇ ଦିଆଯାଇଛି। ତେଣୁ ଦୁର୍ଘଟଣା ଘଟି ଜୀବଜନ୍ତୁ ମାନଙ୍କ ଜୀବନ ଅକାରଣେ ଯାଉଛି। ନରଣପୁର ସଂରକ୍ଷିତ ଜଙ୍ଗଲରେ ଗୋପାଳପୁର ପୂର୍ବରୁ ନିର୍ମାଣଧିନ ଅଣ୍ଡରପାସର କାମ ସରିଥିଲେ ମଧ୍ୟ ଜୀବଜନ୍ତୁ ଗମନାଗମନ ସୁଗମ ନଥିବାରୁ ରାସ୍ତାର ଏକ ପାର୍ଶ୍ୱରେ ଥିବା ଜଙ୍ଗଲରୁ ଅନ୍ୟ ପାଖ ଜଙ୍ଗଲକୁ ଯିବା ଆସିବାରେ ଜନ୍ତୁମାନେ ଅସୁବିଧା ଭୋଗୁଛନ୍ତି। ତେଣୁ ଟ୍ରକ ଆଗରେ ପଡି ଜନ୍ତୁମାନେ ଜୀବନ ହାରିବା ଭଳି ପରିସ୍ଥିତି ଉପୁଜୁଛି। ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ହାତୀ ରହିଥିବା କାରଣରୁ ପିପିଳିଆ ଠାକୁରାଣୀ ଶାଳ ନିକଟରେ ୧୫ଫୁଟ ଉଚ୍ଚତାର ଏକ ଏଲିଫ୍ୟାଣ୍ଟ ଅଣ୍ଡରପାସ କାମ ଆରମ୍ଭ ହୋଇଥିଲା। ମାତ୍ର ଏହି କାମ ଅସମ୍ପୂର୍ଣ୍ଣ ହୋଇ ପଡିଛି। ଫଳରେ ହାତୀମାନେ ଅନେକ ସମୟରେ ବିପଦସଙ୍କୁୁଳ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି। ଟ୍ରକ୍‌ଗୁଡିକ ସହ ଅନେକ ସମୟରେ ହାତୀମାନେ ମୁହଁାମୁହିଁ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଗାଡିମୋଟରର କ୍ଷୀପ୍ର ଆଲୋକ ସାଙ୍ଗକୁ ଉଚ୍ଚଶଦ୍ଦରେ ହର୍ନ ହାତୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷ କରି ଛୁଆ ହାତୀଙ୍କ ପାଇଁ ଉଚ୍ଚଶଦ୍ଦର ହର୍ଣ୍ଣ ଓ ଆଲୋକ କ୍ଷତିକାରକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri