ନବରଙ୍ଗପୁରର ସାର୍ଥକ ମିଷ୍ଟର ଇଣ୍ଡିଆ

ନବରଙ୍ଗପୁର,୯।୨(ବି.ପ୍ର.): ବିୟଣ୍ଡ ୟୁ ସଂସ୍ଥା ପକ୍ଷରୁ ଆୟୋଜିତ ମିଷ୍ଟର, ମିସ୍‌ ଓ ଟିନ୍‌ ଜାତୀୟସ୍ତର ପ୍ରତିଯୋଗିତାରେ ନବରଙ୍ଗପୁର ସହରର ସାର୍ଥକ ଆଚାରୀ ମିଷ୍ଟର ଇଣ୍ଡିଆ ଟାଇଟଲ ହାସଲ କରିଛନ୍ତି। ବିଗ୍‌ବସ୍‌ ବିଜେତା ପ୍ରିନ୍ସ ନରୁଲା ଅତିଥିଭାବେ ଯୋଗଦେଇ ତାଙ୍କୁ ସମ୍ମାନିତ କରିଛନ୍ତି।

ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ସାରା ଦେଶରୁ ୪୮୨ ପ୍ରତିଯୋଗୀ ରେଜିଷ୍ଟ୍ରେଶନ କରିଥିଲେ। ୱାଇଲ୍ଡ କାର୍ଡ ଏଣ୍ଟ୍ରିରେ ୫୦ ଜଣ ଆବେଦନ କରିଥିଲେ l ସେଥିରୁ ୩୦ ଜଣ ସେମିଫାଇନାଲିଷ୍ଟଙ୍କୁ ଚୟନ କରାଯାଇଥିଲା। ୧୫ ଦିନର ଅନ୍‌ଲାଇନ ଗ୍ରୁମିଂ ପରେ ପ୍ରି ଫାଇନାଲ୍‌ ସପ୍ତାହ ଆରମ୍ଭ ହୋଇଥିଲା। ଅଫ୍‌ଲାଇନ୍‌ ଗ୍ରାଣ୍ଡ୍‌ ଫିନାଲରେ ୨ ଦିନରେ ଗ୍ରାଣ୍ଡ ସ୍ବାଗତ, ପ୍ରତିଭା ରାଉଣ୍ଡ, ରିସର୍ଟ ପୋଷାକ ଶୁଟ୍‌, ବ୍ୟକ୍ତିଗତ ସାକ୍ଷାତ୍‌କାର, କୋରିଓଗ୍ରାଫି ଏବଂ ପ୍ରଡକ୍ଟ ସୁଟ୍‌ କରାଯାଇଥିଲା। ଏହାପରେ ମନ୍ଦିର ପରିଦର୍ଶନ, କୋରିଓଗ୍ରାଫି, ଜାତୀୟ ପୋଷାକ ରାଉଣ୍ଡ, ପରିଚୟ ରାଉଣ୍ଡ, ଇଣ୍ଡୋ ୱେଷ୍ଟର୍ନ ରାଉଣ୍ଡ, ସବ୍‌ ଟାଇଟଲ ଫେଲିସିଟେସନ୍‌ ଏବଂ ଗାଉନ୍‌ / ଫର୍ମାଲ୍‌ ରାଉଣ୍ଡକୁ ନେଇ ଗ୍ରାଣ୍ଡ ଫିନାଲେ କରାଯାଇଥିଲା। ଏଥିରେ ସାର୍ଥକ ପ୍ରଥମ ହୋଇଥିଲେ। ପ୍ରତ୍ୟେକ ବର୍ଗରୁ ଶ୍ରେଷ୍ଠ ୩ ବିଜେତା ଘୋଷଣା କରାଯାଉଥିଲା। ସାର୍ଥକ ଆଚାରୀ ମିଷ୍ଟର ଇଣ୍ଡିଆ ବିଜେତା ହୋଇଛନ୍ତି। ଉକ୍ତ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ କରାଯାଇଛି। ପ୍ରିନ୍ସ ନରୁଲା ଅତିଥି ଓ ସେମି ଜୁରି ଭାବରେ ଯୋଗଦେଇଥିଲେ। ବିୟଣ୍ଡ ୟୁ ସଂସ୍ଥାର ପ୍ରତିଷ୍ଠାତା ପ୍ରତୀକ୍ଷାଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି।