ପାଟଣା,୨୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସରପଞ୍ଚ ମହାସଂଘର ରବିବାର ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ଘାଟ ବାଲି ଯୋଡ଼ି ସ୍ଥିତ ଭୀମ କୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ୧୩ବ୍ଲକର ୨୫୦ରୁ ଉର୍ଦ୍ଧ୍ବ ସରପଞ୍ଚ ସାମିଲ୍ ହୋଇଥିଲେ । ଜିଲା ସରପଞ୍ଚ ସଂଘ ସଭାପତି ଭାଗିରଥୀ ସିଂଙ୍କ ଅଧ୍ୟକ୍ଷତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଜିଲା ସଂପାଦକ ଭାଗିରଥି ସିଂ ସଂଯୋଜନା କରିଥିଲେ ।
ଏଥିରେ ସରପଞ୍ଚମାନଙ୍କ ୪ବର୍ଷର କାର୍ଯ୍ୟକାଳର ଉନ୍ନୟନ, ଅସୁବିଧା, ସମ୍ମୁଖିନ ହେଉଥିବା ସମସ୍ୟା ବିଷୟ ଉପରେ ଆଲୋଚନା କରିଥିଲେ । ଏହାସହ ଆଗାମୀ ୨ବର୍ଷ ପାଇଁ ହେବାକୁ ଥିବା କାର୍ଯ୍ୟ କ୍ରମ ଉପରେ ଆଲୋଚନା କରିଥିଲେ ପାଟଣା ବ୍ଲକ୍ ଟାଙ୍ଗରପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ, ମିରୀଖୋଜି ସରପଞ୍ଚ ମନ ମୋହନ୍ ବେହେରା, କଣ୍ଟିଆପଡ଼ା ସରପଞ୍ଚ ଲିନା ନାୟକ, ଚାକୁଣ୍ଡା ପାଳ ରକ୍ଷା ମଣି ନାଏକ, ପଲାପଣଘାଟିର ରାଉତ ମୁଣ୍ଡା, ସରାସ କୋଲାର ଭାବ ଗ୍ରାହି ନାଏକ, ଯମୁନା ପୋଷୀର ଶଶି ଭୂଷଣ ନାଏକ ପ୍ରମୁଖ ସାମିଲ ହୋଇଥିଲେ ।