ସରକାରୀ ସହାୟତାରେ ଭବିଷ୍ୟତ ଗଢ଼ିପାରିଛନ୍ତି ସରୋଜିନୀ

ନବରଙ୍ଗପୁର,୩।୮(ବି.ପ୍ର.): ଅଭାବ ଅନାଟନରେ ମାଆ ବାପା ଦାଦନ ଖଟି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। ରୋଗରେ ମାଆବାପାଙ୍କ ମୃତ୍ୟୁ ଘଟିଲା। ଅସହାୟ ହୋଇଗଲେ ୫ ଭାଇ ଭଉଣୀ। ରାଜ୍ୟ ସରକାରଙ୍କ ଯୋଜନା ଓ ଜିଲା ପ୍ରଶାସନ ସହାୟତାର ହାତ ବଢ଼ାଇଲେ। ଅସହାୟ ଛାତ୍ରୀ ସରୋଜିନୀ ହରିଜନ ପାଠପଢି ଚାକିରୀ କରିବା ସହ ଆଜି ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଚାକିରି କରି ରୋଜଗାରକ୍ଷମ ହୋଇଥିବା ଏଭଳି ସରୋଜିନୀ ତାଙ୍କ ବଡ଼ ଭଉଣୀ, ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ପରଜାକାମଟା ଗାଁର ଗୋବର୍ଦ୍ଧନ ହରିଜନ ଓ କମଳାଙ୍କ ଝିଅ ସରୋଜିନୀ। ଭାଇଭଉଣୀ ହୋଇ ସେମାନେ ୫ଜଣ। ବଡ଼ ଦୁଇ ଭଉଣୀ ମିତୁଳା ଓ ରିନୁଙ୍କର ବିବାହ ହୋଇ ସାରିଥିଲା। ମାଆ ବାପା ବାହାରେ ଦାଦନ ଖଟୁଥିବାରୁ ଭଉଣୀ ସରୋଜିନୀ, ପ୍ରମିଳା ଓ ଭାଇ ଜହନଙ୍କୁ ବଡ଼ ଭଉଣୀ ମିତୁଳା ନିଜ ପାଖରେ ରଖି ନନ୍ଦାହାଣ୍ଡି ବ୍ଲକ ମଝିଗୁଡା ସ୍କୁଲରେ ପଢ଼ାଇଥିଲେ। ଏହା ମଧ୍ୟରେ ୨୦୧୬ରେ କମଳା ଓ ୨୦୧୮ରେ ଗୋବର୍ଦ୍ଧନଙ୍କର ମୃତ୍ୟୁ ଘଟିଲା। ମିତୁଳା ଜିଲାପାଳଙ୍କ ନିକଟରେ ନିଜ ଭାଇଭଉଣୀଙ୍କ ଭବିଷ୍ୟତ ପାଇଁ ନେହୁରା ହେଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିଶୁ ଶୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସରୋଜିନିଙ୍କୁ ଆଣି ମଝିଗୁଡାସ୍ଥିତ ପଣ୍ଡିତ ଦିନ ଦୟାଲ ବାଳିକା ଆଶ୍ରମରେ ଥଇଥାନ କଲେ। ଆଶ୍ରମରେ ରହି ସରୋଜିନୀ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଜବାଗୁଡା ପିୟୁପିଏସରେ ପଢ଼ିଥିଲେ। ୩ୟ ଶେଣୀରେ ୨୪୦୦, ୬ଷ୍ଠରେ ୬୮୦୦ ଟଙ୍କା ମେଧାବୃତ୍ତି ପାଇଥିଲେ। ୨୦୧୮ରେ ଦଶମରେ ୭୧% ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ସ୍କଲାରସିପି ଯୋଜନାରୁ ୫ହଜାର ଟଙ୍କା ସରୋଜିନୀଙ୍କୁ ମିଳିଥିଲା। ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କାଉନ୍‌ସିଲିଂ କରି ସରୋଜିନୀଙ୍କୁ ସୁଦକ୍ଷା ଯୋଜନାରେ ଉମରକୋଟ ସରକାରୀ ଆଇଟିଆଇରେ ଜଏନ କଲେ। ବିଜୁ ସୁରକ୍ଷା ଯୋଜନାରେ ୨୦ ହଜାର ଟଙ୍କା ପ୍ରଶାସନ ପକ୍ଷରୁ ପ୍ରଦାନ କରାଗଲା। ୮୨% ନମ୍ବର ରଖି ପାସ କଲେ ସରୋଜିନୀ। ମାଟ୍ରିକ ପରେ ସରୋଜିନିଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ପୁଷ୍ଠ ପୋଷକତା ଯୋଜନାରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିଲା। ସରକାରୀ ସୁବିଧା ସୁଯୋଗ, ପ୍ରଶାସନର ସହାୟତା ଯୋଗୁ ମୋର ଭବିଷ୍ୟତ ଗଢି ପାରିଛି ବୋଲି ସରୋଜିନୀ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ ମୋ ପାଠ ପଢା ପ୍ରତି ସବୁବେଳେ ଧ୍ୟାନ ଦେଉଥିଲେ ବୋଲି ସେ କହିଛନ୍ତି। ଏବେ ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲାର ପନାଡ଼ାରେ ଦେବୀ ଆକ୍ବାଟକ ପ୍ରାଇଭେଟ ଲିମିଟେଡ଼ରେ ଲେଡି ଇନ୍‌ଚାର୍ଜ ରହିବା ସହ ଡାଟା ଏଣ୍ଟ୍ରି ଓ ଅଗ୍ନି ନିରାପତ୍ତା ବିଭାଗରେ ୨୦୨୧ ନଭେମ୍ବରରୁ କାମ କରୁଛନ୍ତି ସରୋଜିନୀ। ସାନ ଭଉଣୀ ପ୍ରମିଳା ହରିଜନ ପଣ୍ଡିତ ଦିନ ଦୟାଲ ବାଳିକା ଆଶ୍ରମରେ ଓ ଭାଇ ଖାତିଗୁଡାସ୍ଥିତ ଆଗେପେ ଚିଲଡ୍ରେନ ହୋମରେ ରହି ପଢୁଛନ୍ତି। ସରକାରଙ୍କ ପକ୍ଷରୁ ଯାହା ସବୁ ସୁବିଧା ରହିଛି ତାହା ଯୋଗାଇ ଦିଆଯାଇଛି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri