ସରିଲା କୋଣାର୍କ, ବାଲୁକା କଳା ଉତ୍ସବ

କୋଣାର୍କ,୬।୧୨(ଡି.ଏନ୍‌.ଏ.):କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ଠାରୁ ଆରମ୍ଭ ହୋଇଥିବା କଳା ଓ ସଂସ୍କୃତିର ମହାକୁମ୍ଭ ୩୩ତମ କୋଣାର୍କ ଉତ୍ସବ ସୋମବାର ସରିଛି। କୋଣାର୍କ ଉତ୍ସବର ଉଦ୍‌ଯାପନୀ ସାର ଅତିଥି ଭାବେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି, ଇଷ୍ଟ କୋଷ୍ଟ ରେଲୱର ମୁଖ୍ୟ ସୁରକ୍ଷା ଅଧିକାରୀ ପିବିଏସ ସାନ୍ଥାରାଓ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ଶେଷ ସନ୍ଧ୍ୟାରେ ଓଡ଼ିଶୀ ଓ କୁଚିପୁଡ଼ି ନୃତ୍ୟର ମହାମିଳନ ପର୍ବର ମହାର୍ଘ ଉପସ୍ଥାପନରେ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଚରଣରେ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଗୁରୁ ପ୍ରଭାତ କୁମାର ସ୍ବାଇଁ ଓ ସାଥୀ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଶୈଳୀରେ ସୂର୍ଯ୍ୟ ବନ୍ଦନା ପରିବେଷିତ ହୋଇଥିଲା। ଏହି ନୃତ୍ୟ ଗୁରୁ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ସଙ୍ଗୀତ ସଂଯୋଜନା ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଏବଂ ଏହାର ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ବାରିକ। ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ପରବର୍ତ୍ତୀ ପ୍ରସ୍ତୁତି ଥିଲା ପଲ୍ଲବୀ, ଯାହା ରାଗ ବକୁଳଭୈରବୀ ଓ ତାଳ ଏକତାଳି ଉପରେ ପର୍ଯ୍ୟବସିତ ଥିଲା। ପରେ ଅନୁଷ୍ଠାନର ଅନ୍ତିମ ପ୍ରସ୍ତୁତି ଥିଲା ସଦାରିପୁ। ଶାସ୍ତ୍ର ମତରେ ନିଜ ଭିତରେ ଥିବା ଶତ୍ରୁ ଯଥା କାମ, କ୍ରୋଧ, ଲୋଭ ଓ ମୋହକୁ ପରାସ୍ତ କରିବା ହେଉଛି ପରିତ୍ରାଣ ପ୍ରାପ୍ତିର ମାର୍ଗ। ଯାହା ରାଗ ରାଗ ମାଳିକା ଓ ତାଳ ତାଳମାଳିକା ଉପରେ ଆଧାରିତ। ଏହି ଅନ୍ତିମ ପ୍ରସ୍ତୁତିରେ ସଙ୍ଗୀତ ସଂଯୋଜନା ଗୁରୁ ମାତୃ ପ୍ରସାଦ ଦାସ ଓ ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସାଇଁ।
ସାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା କୁଚିପୁଡ଼ି ଶାସ୍ତ୍ରୀୟ ନୃତ୍ୟ। ଏହି କାର୍ଯ୍ୟକ୍ରମକୁ ପରିବେଷଣ ଶିବାମୋହନମ ଅନୁଷ୍ଠାନର ଗୁରୁ ଜୟକିଶୋର ମୋସାଲିକାନ୍ତି ଓ ସାଥୀ କଳାକାର ବୃନ୍ଦ। ଏହି ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତିରେ ତରଙ୍ଗମ ଯାହା କୁଚିପୁଡ଼ି ସଙ୍ଗୀତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତରଙ୍ଗମ ହେଉଛି ଶ୍ରୀ ନାରାୟଣ ତେରଥାଙ୍କ ଦ୍ୱାରା ଶ୍ରୀକୃଷ୍ଣ ଲୀଳା ତରଙ୍ଗିନୀଙ୍କ ଅଧ୍ୟାୟରୁ ନିଆଯାଇଥିବା ଏକ ଶବ୍ଦ। ଏହି ନୃତ୍ୟକୁ ଶିଳ୍ପୀମାନେ ପିତ୍ତଳ ଥାଳି ଉପରେ ଠିଆ ହୋଇ ବାଦ୍ୟ ସହିତ ତାଳରେ ନୃତ୍ୟ ପରିବେଷଣ କରିଥାନ୍ତି। ଉଦ୍‌ଯାପନୀ ସାର ଅନ୍ତିମ ଚରଣରେ କୁଚିପୁଡ଼ି ନୃତ୍ୟ ଶୈଳୀରେ ପରିବେଷିତ ହୋଇଥିଲା। ଯାହା ଦକ୍ଷିଣ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏକ ଶୁଦ୍ଧ ନୃତ୍ୟର ଗତିବିଧିକୁ ନେଇ ପର୍ଯ୍ୟବସିତ ହୋଇଥାଏ। ଥିଲାନା ହେଉଛି ଏଭଳି ଏକ ନୃତ୍ୟର ଉଦାହରଣ, ଯାହା ରାଗ କଲ୍ୟାଣୀ ଓ ଆଦିତାଳ ଉପରେ ଆଧାରିତ ଥିଲା। ଓଡ଼ିଶୀ ଓ କୁଚିପୁଡ଼ି ନୃତ୍ୟର ତାଳେ ତାଳେ ଦର୍ଶକ ସମ୍ପୂର୍ଣ୍ଣ ଭାବେ ବିମୋହିତ ହୋଇପଡ଼ିଥିଲେ।

ବାଲୁକା କଳାରେ ଆଦିବାସୀ ସଂସ୍କୃତି, ବିଶ୍ୱ ଶାନ୍ତି

ଚନ୍ଦ୍ରଭାଗାସ୍ଥିତ ବେଳାଭୂମି କୂଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନର ସୋମବାର ଥିଲା ଅନ୍ତିମ ଦିବସ। ଚନ୍ଦ୍ରଭାଗା ବେଳାଭୂମି କୂଳରେ ବାଲୁକା ଶିଳ୍ପୀମାନେ ବାଲିରେ ଆଦିବାସୀ ସଂସ୍କୃତି ଓ ବିଶ୍ବ ଶାନ୍ତି ଉପରେ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି ବାଲୁକା କଳା ପ୍ରଦର୍ଶନ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମି କୂଳରେ ପର୍ଯ୍ୟଟକଙ୍କ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିଭଭଳି ହେଲିପ୍ୟାଡ ପଡ଼ିଆରେ ଚାଲିଥିବା ମିନାବଜାରରେ ମଧ୍ୟ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଉଦ୍‌ଯାପନୀ ସାକୁ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ନାଜିଆ ଆଲମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ସୁବୋଧ ରଥ, ଡ. ସଙ୍ଗୀତା ଗୋସାଇଁ, ପୁରୀ ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri