କିଡ୍‌ନୀ ରୋଗରେ ଆକ୍ରାନ୍ତ ସରଗାଦି ଗାଁ

ଖଡ଼ିଆଳ,୧୫।୪(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ପଞ୍ଚାୟତ ସରଗାଦି ଗ୍ରାମରେ କିଡ୍‌ନୀ ରୋଗରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୫୦ରୁ ଅଧିକ ଲୋକ ଏହି ରୋଗରେ ପଡି ମୃତ୍ୟୁସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। କାହା ଘରେ ସ୍ବାମୀ ସ୍ତ୍ରୀ ତ କାହା ଘରେ ବାପ ପୁଅ ପୁଣି କାହା ଘରେ ଭାଇ ଭାଇ ଏହି ରୋଗରେ ପଡିଛନ୍ତି। ଗ୍ରାମରେ ବ୍ୟାପୁଥିବା ଏହି ରୋଗର ପ୍ରକୃତ କାରଣ ଜଣାପଡିନାହିଁ। ହେଲେ ଗ୍ରାମକୁ ଯୋଗାଣ ହେଉଥିବା ପାଣି ପ୍ରଦୂଷିତ ଥିବାରୁ ଏହି ରୋଗ ବ୍ୟାପୁଥିବା ଲୋକେ ଅଭିଯୋଗ କରୁଛନ୍ତି। ଜଣଙ୍କ ପରେ ଜଣଙ୍କୁ ବ୍ୟାପିବାରେ ଲାଗିଛି କିଡ୍‌ନୀ ରୋଗ। ଟଙ୍କା ଅଭାବରୁ ରୋଗର ଚିକିତ୍ସା କରି ନ ପାରି ମୃତ୍ୟୁମୁଖରେ ପଡୁଛନ୍ତି ଲୋକେ। ଗ୍ରାମର ସଙ୍ଗୀତା ବାଗଙ୍କ ଶ୍ୱଶୁର, ଦେଢ଼ ଶ୍ୱଶୁର ଓ ସ୍ବାମୀ ଏହି ରୋଗରେ ମୃତ୍ୟୁବରଣ କରିଥିବାରୁ ବର୍ତ୍ତମାନ ପରିବାର ଲୋକେ ସମସ୍ୟାରେ ଚଳୁଛନ୍ତି। ଘର ମୁରବୀମାନେ ମୃତ୍ୟୁବରଣ କରିବା ଓ ଚିକିତ୍ସା ପାଇଁ ଘର ଯାବତୀୟ ଜିନିଷ, ଜମିବାଡ଼ି ବିକିବାକୁ ପଡ଼ୁଥିବାରୁ ଲୋକେ ଅଭାବ ଅସୁବିଧାରେ ଚଳିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ। ଗ୍ରାମକୁ ପାନୀୟ ଜଳଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହି ପାଣି ବିଶୁଦ୍ଧ ନ ଥିବା ଅଭିଯୋଗ କରୁଛନ୍ତି ଲୋକେ। ଯଥାଶିଘ୍ର ତିଖାଲି ଡ୍ୟାମରୁ ମେଗା ଜଳ ସେଚନ ପ୍ରକଳ୍ପରୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସ୍ଥାନୀୟ ସରପଞ୍ଚ ବିରଞ୍ଚି ନାଗଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି। ବର୍ତ୍ତମାନ ଗ୍ରାମର ଉର୍ମିଳା ବାଗ, ସାମନ୍ତ ବାଗ, କୁନ୍ତୀ ବାଗ, ରାଧେଶ୍ୟାମ ବାଗ, କ୍ଷ୍ୟମାନନ୍ଦ ମହନନ୍ଦ, ଗିରିଧାରୀ ଠେଲା, ହୃଦ ଶବର, ହୃଷୀ ଘିଭେଳା, ଧୀର ଦୁର୍ଗା, ସୁବିନ୍ଦ୍ର ଦୁର୍ଗା, ପ୍ରଶ୍ନ ବାଗ, ଘନଶ୍ୟାମ ଦୁର୍ଗା, ପୁନୁ ଦୁର୍ଗା, ଚୈତ ରାମ ବାଗ, ଶମ୍ଭୁ ବାଗ ଆକ୍ରାନ୍ତ ହୋଇ ଦୁର୍ଦିନରେ ଦିନ କାଟୁଛନ୍ତି। ପ୍ରଶାସନ ଯଦି ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ସହାୟତା ନ ଯୋଗାଇଲେ ଆଗାମୀ ଦିନରେ ଦୁଃଖ ଦି ଗୁଣିତ ହେବ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କୁ ପଚାରିବାରୁ ସେହି ଗ୍ରାମରେ କ୍ୟାମ୍ପ କରି ରୋଗର କାରଣ ଅନୁଧ୍ୟାନ କରାଯିବ ଓ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri