ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର୍‌ କିଡ୍ସ

ବଲିଉଡ ସେଲିବ୍ରିଟିଙ୍କ ପିଲାମାନେ ଅଧ୍ୟୟନ ସହ ଅଭିନୟରେ ମଧ୍ୟ ବେଶ୍‌ ପାରଙ୍ଗମ। ଅଭିନେତା ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଏବଂ ପୁଅ ଆର୍ୟନ, ସୈଫ୍‌ ଅଲି ଖାନ୍‌ଙ୍କ ଝିଅ ସାରା ଅଲି ଖାନ୍‌ ଏବଂ ପୁଅ ଇବ୍ରାହିମ ଅଲି ଖାନ୍‌, ବୋନୀ କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି ଏବଂ ଜାହ୍ନବୀ, ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କ ଭଳି ଷ୍ଟାର୍‌ କିଡ୍ସ ପାଠପଢ଼ା ସାଙ୍ଗକୁ ଅଭିନୟରେ ରୁଚି ରଖନ୍ତି। ଜାଣନ୍ତୁ ବଲିଉଡ ତାରକା ପିଲାମାନଙ୍କର କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା।

ସାରା ଅଲି ଖାନ୍‌ ତାଙ୍କର ଚମତ୍କାର ଅଭିନୟ ଜରିଆରେ କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି। ସାରା ମୁମ୍ବାଇର ବେସାଣ୍ଟ ମଣ୍ଟେସୋରି ସ୍କୁଲରୁ ତାଙ୍କ ପାଠପଢ଼ା ସମାପ୍ତ କରିଥିଲେ। ଏହା ପରେ ସେ ନ୍ୟୁୟର୍କର କଲମ୍ବିଆ ୟୁନିଭର୍ସିଟିରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ।

ଜାହ୍ନବୀ କପୁର
ବୋନି କପୁର ଏବଂ ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ଧୀରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ସ୍କୁଲରୁ ତାଙ୍କ ପାଠପଢି ଥିଲେ। ସେ ବଲିଉଡ ଜଗତରେ ଅଭିନେତ୍ରୀ ଭାବରେ କ୍ୟାରିୟର କରିବାକୁ ଚାହୁଁଥିଲେ, ତେଣୁ ସେ ଲସ ଏଞ୍ଜେଲ୍ସର ଲି ଷ୍ଟ୍ରାସବର୍ଗ ଥିଏଟର ଏବଂ ଫିଲ୍ମ ଇନଷ୍ଟିଚ୍ୟୁଟରେ ପଢିଥିଲେ।

ଅନନ୍ୟା ପାଣ୍ଡେ
ଜାହ୍ନବୀ କପୁରଙ୍କ ପରି ଅନନ୍ୟା ପାଣ୍ଡେ ମଧ୍ୟ ଧୀରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା କରିଥିଲେ। ଏହା ପରେ ସେ ଲସ ଆଞ୍ଜେଲ୍ସର ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ତାଙ୍କର ଅଧିକ ଅଧ୍ୟୟନ ସମାପ୍ତ କଲେ।

ଆର୍ଯ୍ୟନ ଖାନ

ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଲଣ୍ଡନର ସେଭେନୋକ୍ସ ହାଇସ୍କୁଲରୁ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ ସାଉଥ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ।

ଖୁସି କପୁର
ଜାହ୍ନବୀ କପୁରଙ୍କ ସାନ ଭଉଣୀ ଖୁସି କପୁର ମଧ୍ୟ ଧୀରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ ନ୍ୟୁୟର୍କ ଚଳଚ୍ଚିତ୍ର ଏକାଡେମୀରେ ପଢିଥିଲେ।

ସୁହାନା ଖାନ
ବଲିଉଡର ଭେଟେରାନ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ ଧୀରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ସ୍କୁଲରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ସେ ନ୍ୟୁୟର୍କ ୟୁନିଭରସିଟିର ଟିଶ ସ୍କୁଲ ଅଫ ଆର୍ଟରେ ପଢିଛନ୍ତି।


ଇବ୍ରାହିମ ଅଲି ଖାନ
ସୈଫ୍‌ ଅଲି ଖାନ ଏବଂ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲି ଖାନ ମଧ୍ୟ ଧୀରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ସ୍କୁଲରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ଏହା ପରେ ସେ ଲଣ୍ଡନର ଏକ ବୋର୍ଡିଂ ସ୍କୁଲରେ ଅଧ୍ୟୟନ କରିଥିଲେ।

ନବ୍ୟା ନଭେଲି ନନ୍ଦା
ଅମିତାଭ ବଚ୍ଚନଙ୍କ ନାତୁଣୀ ନାଭିଆ ନାଭେଲି ନନ୍ଦା ମଧ୍ୟ ଲଣ୍ଡନର ସେଭେନୋକ୍ସ ସ୍କୁଲରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ସେ ୨୦୨୦ରେ ଫୋର୍ଡହମ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri