Posted inଖେଳ

ସ୍ତ୍ରୀଙ୍କୁ ଆଲମାରୀ ଭିତରେ ଲୁଚାଇ ବିଶ୍ୱକପ୍‌ ଖେଳିଥିଲେ ଏହି କ୍ରିକେଟର୍‌

ବିଶ୍ୱକପ ସମୟରେ ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ସାଧାରଣତଃ ଖେଳାଳିମାନଙ୍କୁ ପରିବାରଠାରୁ ଦୂରରେ ରଖିବାକୁ ନିଷ୍ପତ୍ତି ନେଇଥାଏ। ଖେଲାଳିମାନେ କେବଳ କ୍ରିକେଟ ଉପରେ ଧ୍ୟାନ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଏ। ଖେଳାଳିମାନେ ମଧ୍ୟ କ୍ରିକେଟ ବୋର୍ଡର ଏହି ନିୟମ ମାନନ୍ତି। କିନ୍ତୁ ପାକିସ୍ତାନର ଜଣେ କିମ୍ବଦନ୍ତୀ ଖେଳାଳି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ୱକପ ସମୟରେ ପିସିବିଙ୍କ ଅନୁମତି ବିନା ସେ ପତ୍ନୀଙ୍କୁ ପାଖରେ ରଖିଥିଲେ।
୧୯୯୯ ବିଶ୍ୱକପ ସମୟରେ ନିଜ ପତ୍ନୀଙ୍କୁ ଆଲମାରୀରେ ଲୁଚାଇ ରଖିଥିଲେ ବୋଲି ପାକିସ୍ତାନର ପୂର୍ବତନ ଅଫ-ସ୍ପିନର ସାକଲିନ୍‌ ମୁସ୍ତାକ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ୧୯୯୯ରେ ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ ସମୟରେ ପିସିବି ହଠାତ୍‌ ନିର୍ଦ୍ଦେଶ ଦେଇଥିଲା ଯେ ଖେଳାଳିଙ୍କ ପତ୍ନୀ ସେମାନଙ୍କଠାରୁ ଅଲଗା ହେବା ଉଚିତ୍‌। ୧୯୯୮ ଡିସେମ୍ବରରେ ବିବାହ କରିଥିଲି। ମୋ ପତ୍ନୀ ଲଣ୍ଡନରେ ରହୁଥିଲେ ଏବଂ ମୁଁ ଦିନରେ ଅଭ୍ୟାସ କରୁଥିଲି ଏବଂ ସାରେ ମୋ ପତ୍ନୀଙ୍କ ସହ ସମୟ କଟାଉଥିଲି। କିନ୍ତୁ ହଠାତ୍‌ ପିସିବି ପରିବାରକୁ ପଠାଇବାକୁ ନିର୍ଦ୍ଦେଶ ଦେଲା ଏବଂ ମୁଁ ସ୍ଥିର କଲି ଯେ ମୁଁ ଏହି ନିୟମ ପାଳନ କରିବି ନାହିଁ।

ସାକଲିନ୍‌ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ପିସିବି ଅଧିକାରୀ ଏବଂ ଖେଳାଳିଙ୍କ ଠାରୁ ଲୁଚାଇ ରଖିଥିଲେ। ଯେତେବେଳେ କେହି ତାଙ୍କ କୋଠରୀକୁ ଆସୁଥିଲେ। ସେ ନିଜ ପତ୍ନୀଙ୍କୁ ଆଲମାରୀରେ ଲୁଚାଇ ରଖୁଥିଲେ। ସାକଲେନ କହିଛନ୍ତି, ଟିମ ମ୍ୟାନେଜର ଏବଂ କୋଚ ଆମ କୋଠରୀକୁ ଯାଞ୍ଚ ପାଇଁ ଆସୁଥିଲେ। ଖେଳାଳିମାନେ ମଧ୍ୟ ଆସୁଥିଲେ। ଦିନେ ମୋ ରୁମର କବାଟ ବାଜିଲା ଏବଂ ମୁଁ ପତ୍ନୀଙ୍କୁ ଆଲମାରୀରେ ଲୁଚାଇ ଦେଲି। ଏହା ପରେ ମହମ୍ମଦ ୟୁସୁଫ ଏବଂ ଅଜହର ମେହମୁଦ ମୋ ରୁମକୁ ଆସିଲେ ଏବଂ ମୁଁ ମୋ ପତ୍ନୀଙ୍କୁ ପୁଣି ଆଲମିରା ଭିତରେ ଲୁଚିବାକୁ କହିଲି। କିନ୍ତୁ ସେ କୌଣସିମତେ ଜାଣି ପାରିଲେ। ତା’ପରେ ମୋତେ ତାଙ୍କୁ ସତ କହିବାକୁ ପଡିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri