ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ସପ୍ତଶଯ୍ୟା ଫାଉଣ୍ଡେଶନ ପକ୍ଷରୁ ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବର ତୃତୀୟ ସଂସ୍କରଣ। ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲାର ସଢ଼େଇବେରଣା କଳାକୃତି ଗ୍ରାମଠାରେ ଚାଲିବ। ଏ ନେଇ ଶନିବାର ଭୁବନେଶ୍ୱରସ୍ଥିତ ଆଦିବାସୀ ସଂଗ୍ରହାଳୟଠାରେ ଫାଉଣ୍ଡେଶନ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହି ଉତ୍ସବରେ ଓଡିଶାର ବିଭିନ୍ନ ପ୍ରକାରର ଧାତୁ ଏବଂ ଅଣଧାତୁ କାରିଗରୀ ସାମଗ୍ରୀ ଯଥା – ସାଦେଇବେରେନିର ଢୋକ୍ରା, ନୂଆଗଁାର ଢୋକ୍ରା, କରମୂଳର ଧାତୁ ଅଳଙ୍କାର, ଭୁବନର ବେଲ୍‌ ମେଟାଲ୍‌, କଟକର ଚାନ୍ଦି ତାରକସି, ଢେଙ୍କାନାଳର ବାଉଁଶ, ବଡଯୋଡର ସବାଇ ଘାସ, କେଉଁଝରର ପେପର ମାଚେ, ସୋନପୁରର ଟେରାକୋଟା ଏବଂ ଭୁବନେଶ୍ୱରର ଆପିଲିକ୍‌ ଆଦିକୁ ଅନ୍ତର୍ଭୁକ୍ତ କରାଯିବ। ଡିଜାଇନର ତଥା ଗବେଷକ ସିଦ୍ଧାର୍ଥ ମହାନ୍ତିଙ୍କ ଦ୍ୱାରା ଚଳିତ ବର୍ଷର ମହୋତ୍ସବ ପରିଚାଳିତ ହେଉଛି। ଏହି ଖବରଦାତା ସମ୍ମିଳନୀରେ ଆଶିଷ ଧୀର, ଜାଗ୍ରୁତି ଦାସ, ଶାକ୍ସି ପ୍ରମୁଖ ଉପସ୍ଥିତ ଥିଲେ।