Posted inଜାତୀୟ

ଧର୍ମ-ସମାଜ ଉପରେ ନିର୍ମିତ ଫିଲ୍ମର ସେନସର କରିବ ସନ୍ଥଙ୍କ ଧର୍ମ ସେନସର ବୋର୍ଡ !…

ନୂଆଦିଲ୍ଲୀ,୩।୧ : ବର୍ତ୍ତମାନ ଦେଶର ଧର୍ମ ଏବଂ ହିନ୍ଦୁ ଧର୍ମ ବିଶେଷଜ୍ଞମାନେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ହିନ୍ଦୁ ଧର୍ମର ଅପମାନ ସହ ଜଡିତ ବିଷୟବସ୍ତୁ ସମୀକ୍ଷା କରିବେ। ଏଥିପାଇଁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏକ ଧର୍ମ ସେନ୍ସର ବୋର୍ଡ ଗଠନ କରିବାକୁ ଯାଉଛନ୍ତି, ଯାହା ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବ। ଏହି ବୋର୍ଡ କେବଳ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପୃଷ୍ଠପୋଷକତାରେ କାର୍ଯ୍ୟ କରିବ ।

ମଙ୍ଗଳବାର  ଭାରତୀୟ ସମ୍ବିଧାନ କ୍ଲବରେ ଗଣମାଧ୍ୟମକୁ ସମ୍ବୋଧିତ କରି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ ଧର୍ମ ଶୋଧନ ସେବାଳୟ (ଧର୍ମ ସେନ୍ସର ବୋର୍ଡ) ଗଠନ କରାଯାଇଛି। ଏଥିରେ ୧୧ ଜଣ ସଦସ୍ୟ ଅଛନ୍ତି। ଧର୍ମ ସେନ୍ସର ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ-ଏନସିଆରରେ ହେବ। ଖୁବ ଶୀଘ୍ର ଏହାର କାର୍ଯ୍ୟାଳୟ ସବୁ ରାଜ୍ୟ ଏବଂ ଜିଲାରେ ଆରମ୍ଭ ହେବ। ଜାନୁଆରୀ ୧୫ରେ ଦିଲ୍ଲୀ କାର୍ଯ୍ୟାଳୟ ଆରମ୍ଭ ହେବ। ପ୍ରୟାଗରାଜ ଠାରେ ଅନୁଷ୍ଠିତ ହେବାକୁ ଥିବା ମାଘମେଳାରେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଧର୍ମ ସେନ୍ସର ବୋର୍ଡ ଦ୍ୱାରା ଏକ ବିସ୍ତୃତ ଗାଇଡ ଲାଇନ ଜାରି କରାଯିବ।

ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ ଅନ୍ୟ ଧର୍ମ ବିଷୟରେ ଉଲ୍ଲେଖ କରିବାର ଅଭ୍ୟାସ ଚଳଚ୍ଚିତ୍ରରେ ଚାଲିଛି। ଯେଉଁଠାରେ ହିନ୍ଦୁ ଧର୍ମ ସମ୍ପର୍କରେ ଦେଖାଇବାର ଅଭାବ ରହିଛି। ଏହାର ଭଲ ପ୍ରଦର୍ଶନ କରାଯିବ ଏବଂ ବର୍ତ୍ତମାନ ଏଭଳି ଧାରାକୁ ସମାପ୍ତ କରିବାକୁ ପଡିବ। ବଲିଉଡ, ଟିଭି ସିରିଏଲ ସମେତ ଓଟିଟି ପ୍ଲାଟଫର୍ମରେ ନିର୍ମିତ ଚଳଚ୍ଚିତ୍ର ଏବଂ ସିରିଏଲରେ ହିନ୍ଦୁ ଦେବୀଦେବତାମାନେ କ୍ରମାଗତ ଭାବରେ ଅପମାନିତ ହେଉଛନ୍ତି। ଏହାକୁ ରୋକିବା ପାଇଁ ଆମେ ଏକ ଧର୍ମ ସେନ୍ସର ବୋର୍ଡ ସ୍ଥାପନ କରିବାକୁ ଯାଉଛୁ। ଏହି ସେନ୍ସର ବୋର୍ଡର ୧୧ ଜଣ ସଦସ୍ୟ ବୋର୍ଡରେ ସୁପ୍ରିମକୋର୍ଟର ଆଇନଜୀବୀ, ଧର୍ମଚାର୍ଯ୍ୟ, ଗଣମାଧ୍ୟମ ପ୍ରତିନିଧୀ, ସାହିତି୍ୟକ, ଐତିହାସିକ, ଚଳଚ୍ଚିତ୍ର ଅଭିନେତ୍ରୀ, ଉତ୍ତରପ୍ରଦେଶ ଫିଲ୍ମ ସେନ୍ସର ବୋର୍ଡର ଉପାଧ୍ୟକ୍ଷଙ୍କ ସମେତ ସାମାଜିକ କର୍ମୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ହିନ୍ଦୁ ଧର୍ମର ସୁରକ୍ଷା ସମ୍ପର୍କରେ ବୋର୍ଡର ସମସ୍ତ ସଦସ୍ୟ ପରାମର୍ଶ ଦେବେ।

ସେ କହିଛନ୍ତି, ଏହି ବୋର୍ଡ ଚଳଚ୍ଚିତ୍ର, ଟିଭି ଏବଂ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ଧାର୍ମିକ ଚରିତ୍ର, ସେମାନଙ୍କର ସଂଳାପ, ରଙ୍ଗ, ତିଲକ ସ୍କ୍ରିପ୍ଟ ସମୀକ୍ଷା କରିବ। ଯଦି କୌଣସି ଚଳଚ୍ଚିତ୍ରରେ ହିନ୍ଦୁ ଧର୍ମ, ବେଦ ଏବଂ ପୁରାଣର ଜିନିଷଗୁଡିକ ବିକୃତ ଢଙ୍ଗରେ ଦେଖାଯାଏ, ତେବେ ବୋର୍ଡ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହା ବ୍ୟତୀତ ଏହି ବୋର୍ଡ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଥିବା ପାଠ୍ୟକ୍ରମ, ନାଟକ ଏବଂ ବିଭିନ୍ନ ଧାର୍ମିକ ଅଭିନୟର ମଞ୍ଚସ୍ଥର ସମୀକ୍ଷା ମଧ୍ୟ କରିବ। ଧାର୍ମିକ ସେନ୍ସର ବୋର୍ଡ ଧ୍‌ସନ୍ଥ ସମାଜ, ଧାର୍ମିକ ଅନୁଷ୍ଠାନ, ଦେଶର ଧାର୍ମିକ ପୁସ୍ତକ ଉପରେ ଦିଆଯାଇଥିବା ବିବୃତ୍ତି ଏବଂ ଭାଷଣ ଉପରେ ନଜର ରଖିବ ଏବଂ ଏହାର ସମୀକ୍ଷା କରିବ।

ବୋର୍ଡ ଗଠନ ପରେ ଏହାର ସୂଚନା ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ଦିଆଯିବ ବୋଲି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି। ଯାହାଦ୍ୱାରା ସେହି ଲୋକମାନେ କୌଣସି ଧର୍ମ-ଇତିହାସ ସମ୍ବନ୍ଧୀୟ ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ଆମ ସହିତ ଯୋଗାଯୋଗ କରିବେ। ଆମେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଧର୍ମ-ସମାଜ ଏବଂ ଇତିହାସ ସହ ଜଡିତ ସମସ୍ତ ତଥ୍ୟ ଏବଂ ସୂଚନା ପ୍ରଦାନ କରିବୁ। ଯାହା ଆଧାରରେ ସେମାନେ ଫିଲ୍ମ ପ୍ରସ୍ତୁତ କରିପାରିବେ। ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଧାର୍ମିକ ଚରିତ୍ର ଏବଂ ସେମାନଙ୍କ ପୋଷାକ ବିଷୟରେ ବିସ୍ତୃତ ସୂଚନା ମଧ୍ୟ ପ୍ରଦାନ କରାଯିବ। ଚଳଚ୍ଚିତ୍ର ନିର୍ମାତା ଯେଉଁମାନେ ଆମଠାରୁ ସାହାଯ୍ୟ ନେବେ କିମ୍ବା ଆମର ଧାର୍ମିକ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ଚଳଚ୍ଚିତ୍ର ନିର୍ମାଣ କରିବେ, ତାଙ୍କୁ ଧାର୍ମିକ ସେନ୍ସର ବୋର୍ଡ ପକ୍ଷରୁ ଏକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ।

ସେ କହିଛନ୍ତି, ଏହା ବ୍ୟତୀତ ଯଦି କୌଣସି ସମାଜ କିମ୍ବା ସଂଗଠନ ଫିଲ୍ମ ଉପରେ ଯଦି ବିବାଦ ସୃଷ୍ଟି କରନ୍ତି, ତେବେ ସେନ୍ସର ବୋର୍ଡ ଚଳଚ୍ଚିତ୍ର ନିର୍ମାତାଙ୍କୁ ସୁରକ୍ଷା ଯୋଗାଇବ। ସେଠାରେ ସେ ତାଙ୍କ ଅଧିକାର ପାଇଁ ଲଢ଼ିବ। କିନ୍ତୁ ଯିଏ ଆମର ସେନ୍ସର ବୋର୍ଡର ନିର୍ଦ୍ଦେଶାବଳୀକୁ ବାଦ ଦେଇ କରି ଧର୍ମ-ସମାଜ ସହ ଜଡିତ କୌଣସି ଭୁଲ ତଥ୍ୟ ସହିତ ଚଳଚ୍ଚିତ୍ର ନିର୍ମାଣ କରିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହା ବ୍ୟତୀତ ଭାରତୀୟ ନିୟମକୁ ଧ୍ୟାନରେ ରଖି ଆମେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବୁ। ବର୍ତ୍ତମାନ ସେନ୍ସର ବୋର୍ଡର ପଞ୍ଜୀକରଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି। ଶୀଘ୍ର ଏହା ସମାପ୍ତ ହେବ। ପ୍ରୟାଗରେ ଆୟୋଜିତ ହେବାକୁ ଥିବା ମାଘମେଳାରେ ସାଧୁ, ଆଚାର୍ଯ୍ୟ ଏବଂ ଧର୍ମ ସେନ୍ସର ବୋର୍ଡର ସଦସ୍ୟମାନେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ପ୍ରଦାନ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri