Posted inଜାତୀୟ

ଧର୍ମ-ସମାଜ ଉପରେ ନିର୍ମିତ ଫିଲ୍ମର ସେନସର କରିବ ସନ୍ଥଙ୍କ ଧର୍ମ ସେନସର ବୋର୍ଡ !…

ନୂଆଦିଲ୍ଲୀ,୩।୧ : ବର୍ତ୍ତମାନ ଦେଶର ଧର୍ମ ଏବଂ ହିନ୍ଦୁ ଧର୍ମ ବିଶେଷଜ୍ଞମାନେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ହିନ୍ଦୁ ଧର୍ମର ଅପମାନ ସହ ଜଡିତ ବିଷୟବସ୍ତୁ ସମୀକ୍ଷା କରିବେ। ଏଥିପାଇଁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏକ ଧର୍ମ ସେନ୍ସର ବୋର୍ଡ ଗଠନ କରିବାକୁ ଯାଉଛନ୍ତି, ଯାହା ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବ। ଏହି ବୋର୍ଡ କେବଳ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପୃଷ୍ଠପୋଷକତାରେ କାର୍ଯ୍ୟ କରିବ ।

ମଙ୍ଗଳବାର  ଭାରତୀୟ ସମ୍ବିଧାନ କ୍ଲବରେ ଗଣମାଧ୍ୟମକୁ ସମ୍ବୋଧିତ କରି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ ଧର୍ମ ଶୋଧନ ସେବାଳୟ (ଧର୍ମ ସେନ୍ସର ବୋର୍ଡ) ଗଠନ କରାଯାଇଛି। ଏଥିରେ ୧୧ ଜଣ ସଦସ୍ୟ ଅଛନ୍ତି। ଧର୍ମ ସେନ୍ସର ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ-ଏନସିଆରରେ ହେବ। ଖୁବ ଶୀଘ୍ର ଏହାର କାର୍ଯ୍ୟାଳୟ ସବୁ ରାଜ୍ୟ ଏବଂ ଜିଲାରେ ଆରମ୍ଭ ହେବ। ଜାନୁଆରୀ ୧୫ରେ ଦିଲ୍ଲୀ କାର୍ଯ୍ୟାଳୟ ଆରମ୍ଭ ହେବ। ପ୍ରୟାଗରାଜ ଠାରେ ଅନୁଷ୍ଠିତ ହେବାକୁ ଥିବା ମାଘମେଳାରେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଧର୍ମ ସେନ୍ସର ବୋର୍ଡ ଦ୍ୱାରା ଏକ ବିସ୍ତୃତ ଗାଇଡ ଲାଇନ ଜାରି କରାଯିବ।

ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ ଅନ୍ୟ ଧର୍ମ ବିଷୟରେ ଉଲ୍ଲେଖ କରିବାର ଅଭ୍ୟାସ ଚଳଚ୍ଚିତ୍ରରେ ଚାଲିଛି। ଯେଉଁଠାରେ ହିନ୍ଦୁ ଧର୍ମ ସମ୍ପର୍କରେ ଦେଖାଇବାର ଅଭାବ ରହିଛି। ଏହାର ଭଲ ପ୍ରଦର୍ଶନ କରାଯିବ ଏବଂ ବର୍ତ୍ତମାନ ଏଭଳି ଧାରାକୁ ସମାପ୍ତ କରିବାକୁ ପଡିବ। ବଲିଉଡ, ଟିଭି ସିରିଏଲ ସମେତ ଓଟିଟି ପ୍ଲାଟଫର୍ମରେ ନିର୍ମିତ ଚଳଚ୍ଚିତ୍ର ଏବଂ ସିରିଏଲରେ ହିନ୍ଦୁ ଦେବୀଦେବତାମାନେ କ୍ରମାଗତ ଭାବରେ ଅପମାନିତ ହେଉଛନ୍ତି। ଏହାକୁ ରୋକିବା ପାଇଁ ଆମେ ଏକ ଧର୍ମ ସେନ୍ସର ବୋର୍ଡ ସ୍ଥାପନ କରିବାକୁ ଯାଉଛୁ। ଏହି ସେନ୍ସର ବୋର୍ଡର ୧୧ ଜଣ ସଦସ୍ୟ ବୋର୍ଡରେ ସୁପ୍ରିମକୋର୍ଟର ଆଇନଜୀବୀ, ଧର୍ମଚାର୍ଯ୍ୟ, ଗଣମାଧ୍ୟମ ପ୍ରତିନିଧୀ, ସାହିତି୍ୟକ, ଐତିହାସିକ, ଚଳଚ୍ଚିତ୍ର ଅଭିନେତ୍ରୀ, ଉତ୍ତରପ୍ରଦେଶ ଫିଲ୍ମ ସେନ୍ସର ବୋର୍ଡର ଉପାଧ୍ୟକ୍ଷଙ୍କ ସମେତ ସାମାଜିକ କର୍ମୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ହିନ୍ଦୁ ଧର୍ମର ସୁରକ୍ଷା ସମ୍ପର୍କରେ ବୋର୍ଡର ସମସ୍ତ ସଦସ୍ୟ ପରାମର୍ଶ ଦେବେ।

ସେ କହିଛନ୍ତି, ଏହି ବୋର୍ଡ ଚଳଚ୍ଚିତ୍ର, ଟିଭି ଏବଂ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ଧାର୍ମିକ ଚରିତ୍ର, ସେମାନଙ୍କର ସଂଳାପ, ରଙ୍ଗ, ତିଲକ ସ୍କ୍ରିପ୍ଟ ସମୀକ୍ଷା କରିବ। ଯଦି କୌଣସି ଚଳଚ୍ଚିତ୍ରରେ ହିନ୍ଦୁ ଧର୍ମ, ବେଦ ଏବଂ ପୁରାଣର ଜିନିଷଗୁଡିକ ବିକୃତ ଢଙ୍ଗରେ ଦେଖାଯାଏ, ତେବେ ବୋର୍ଡ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହା ବ୍ୟତୀତ ଏହି ବୋର୍ଡ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଥିବା ପାଠ୍ୟକ୍ରମ, ନାଟକ ଏବଂ ବିଭିନ୍ନ ଧାର୍ମିକ ଅଭିନୟର ମଞ୍ଚସ୍ଥର ସମୀକ୍ଷା ମଧ୍ୟ କରିବ। ଧାର୍ମିକ ସେନ୍ସର ବୋର୍ଡ ଧ୍‌ସନ୍ଥ ସମାଜ, ଧାର୍ମିକ ଅନୁଷ୍ଠାନ, ଦେଶର ଧାର୍ମିକ ପୁସ୍ତକ ଉପରେ ଦିଆଯାଇଥିବା ବିବୃତ୍ତି ଏବଂ ଭାଷଣ ଉପରେ ନଜର ରଖିବ ଏବଂ ଏହାର ସମୀକ୍ଷା କରିବ।

ବୋର୍ଡ ଗଠନ ପରେ ଏହାର ସୂଚନା ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ଦିଆଯିବ ବୋଲି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି। ଯାହାଦ୍ୱାରା ସେହି ଲୋକମାନେ କୌଣସି ଧର୍ମ-ଇତିହାସ ସମ୍ବନ୍ଧୀୟ ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ଆମ ସହିତ ଯୋଗାଯୋଗ କରିବେ। ଆମେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଧର୍ମ-ସମାଜ ଏବଂ ଇତିହାସ ସହ ଜଡିତ ସମସ୍ତ ତଥ୍ୟ ଏବଂ ସୂଚନା ପ୍ରଦାନ କରିବୁ। ଯାହା ଆଧାରରେ ସେମାନେ ଫିଲ୍ମ ପ୍ରସ୍ତୁତ କରିପାରିବେ। ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଧାର୍ମିକ ଚରିତ୍ର ଏବଂ ସେମାନଙ୍କ ପୋଷାକ ବିଷୟରେ ବିସ୍ତୃତ ସୂଚନା ମଧ୍ୟ ପ୍ରଦାନ କରାଯିବ। ଚଳଚ୍ଚିତ୍ର ନିର୍ମାତା ଯେଉଁମାନେ ଆମଠାରୁ ସାହାଯ୍ୟ ନେବେ କିମ୍ବା ଆମର ଧାର୍ମିକ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ଚଳଚ୍ଚିତ୍ର ନିର୍ମାଣ କରିବେ, ତାଙ୍କୁ ଧାର୍ମିକ ସେନ୍ସର ବୋର୍ଡ ପକ୍ଷରୁ ଏକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ।

ସେ କହିଛନ୍ତି, ଏହା ବ୍ୟତୀତ ଯଦି କୌଣସି ସମାଜ କିମ୍ବା ସଂଗଠନ ଫିଲ୍ମ ଉପରେ ଯଦି ବିବାଦ ସୃଷ୍ଟି କରନ୍ତି, ତେବେ ସେନ୍ସର ବୋର୍ଡ ଚଳଚ୍ଚିତ୍ର ନିର୍ମାତାଙ୍କୁ ସୁରକ୍ଷା ଯୋଗାଇବ। ସେଠାରେ ସେ ତାଙ୍କ ଅଧିକାର ପାଇଁ ଲଢ଼ିବ। କିନ୍ତୁ ଯିଏ ଆମର ସେନ୍ସର ବୋର୍ଡର ନିର୍ଦ୍ଦେଶାବଳୀକୁ ବାଦ ଦେଇ କରି ଧର୍ମ-ସମାଜ ସହ ଜଡିତ କୌଣସି ଭୁଲ ତଥ୍ୟ ସହିତ ଚଳଚ୍ଚିତ୍ର ନିର୍ମାଣ କରିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହା ବ୍ୟତୀତ ଭାରତୀୟ ନିୟମକୁ ଧ୍ୟାନରେ ରଖି ଆମେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବୁ। ବର୍ତ୍ତମାନ ସେନ୍ସର ବୋର୍ଡର ପଞ୍ଜୀକରଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି। ଶୀଘ୍ର ଏହା ସମାପ୍ତ ହେବ। ପ୍ରୟାଗରେ ଆୟୋଜିତ ହେବାକୁ ଥିବା ମାଘମେଳାରେ ସାଧୁ, ଆଚାର୍ଯ୍ୟ ଏବଂ ଧର୍ମ ସେନ୍ସର ବୋର୍ଡର ସଦସ୍ୟମାନେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ପ୍ରଦାନ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri