ସଂସ୍କାର ପାଠ

ମା’ ପେଟରୁ ହିଁ ପିଲାଟିଏ ଶିଖିଥାଏ
ପ୍ରଥମ ପାଠ। ଜନ୍ମ ହେଲାମାତ୍ରେ ପରିବାର
ପାଲଟେ ତା’ର ପ୍ରଥମ ପାଠଶାଳା। ମା, ବାପା,ଭଉଣୀ ଭାଇଙ୍କଠାରୁ ଆରମ୍ଭ ହୋଇଥିବା ଏ ସଂସ୍କାର ଜୀବନର ଶେଷ ଯାଏ ଚାଲିଥାଏ। ଜୀବନର ନୀତି ନୈତିକତା ପାଇଁ ନୈତିକ ଶିକ୍ଷା ବି ବେଶ୍‌ ଜରୁରୀ। ଆରମ୍ଭରୁ ଗପ,
ଗୀତ ଆଉ କାହାଣୀ ମାଧ୍ୟମରେ
ଦିଆଯାଉଥିବା ଶିକ୍ଷା ଏବେ
ପାଠ୍ୟକ୍ରମରେ ସାମିଲ
ହେଲାଣି…

ସିଲାବସ ପାଠ ପଢ଼ିବା ଆଗରୁ ପିଲାଙ୍କୁ ପରିବାରରୁ ମିଳେ ନୈତିକତାର ପାଠ। ନୈତିକ ଗୁଣ ହିଁ ସେମାନଙ୍କର ଚରିତ୍ର ଆଉ ସଂସ୍କାରର ପରିଚୟ ଦେଇଥାଏ। ଆଉ ପିଲାଙ୍କୁ ନୈତିକତାର ଶିକ୍ଷା ଦେବା କ୍ଷେତ୍ରରେ ମା’ମାନଙ୍କର ହିଁ ଭୂମିକା ସବୁଠୁ ଅଧିକ।
ଗପ,ଗୀତରେ ଶିକ୍ଷା: ମାଆମାନେ ପିଲାମାନଙ୍କୁ ସବୁଦିନେ ଶୋଇବାବେଳେ ବିଭିନ୍ନ ପ୍ରକାରର ଗପ କହିବା ସହିତ ଗୀତ ବି ଶୁଣାନ୍ତି। ଆଉ ଏଇ ଗପ ଓ ଗୀତ ମାଧ୍ୟମରେ ହିଁ ସେମାନଙ୍କୁ ବିଭିନ୍ନ ପ୍ରକାର ନୀତିଶିକ୍ଷା ଦେଇଥାନ୍ତି। ଗପ କି ଗୀତ ଶୁଣିବା ପାଇଁ ସାଧାରଣତଃ ପିଲାମାନେ ଭଲପାନ୍ତି। ଏହି ମାଧ୍ୟମ ହିଁ ସେମାନଙ୍କ ଉପରେ ବେଶି ପ୍ରଭାବ ପକାଇଥାଏ। ମାଆମାନଙ୍କ ବ୍ୟତୀତ ଜେଜେ କିମ୍ବା ଜେଜମାମାନେ ମଧ୍ୟ ସୁନ୍ଦର କାହାଣୀ ଓ କଥା ମାଧ୍ୟମରେ ଜୀବନର ନୈତିକ ଶିକ୍ଷା ଦେଇଥାନ୍ତି।
ପରିବାର ସହ: ପରିବାରରେ ସମସ୍ତଙ୍କ ସହିତ ଏକାଠି ରହିବା ମଧ୍ୟ ଏକ ନୈତିକ ଶିକ୍ଷାର ମାଧ୍ୟମ। କାହିଁକିନା ଯୌଥ ପରିବାରରେ ସମସ୍ତଙ୍କ ସହିତ ରହିବା ସମୟରେ କାହା ପ୍ରତି କିଭଳି ବ୍ୟବହାର କରିବାକୁ ହୁଏ ସେନେଇ ଶିକ୍ଷା ମିଳିଥାଏ। ପିଲାଙ୍କୁ ଶିଷ୍ଟାଚାର ଶିକ୍ଷା, ନମ୍ର ବ୍ୟବହାର ଆଉ ସହିଷ୍ଣୁତା ଆଦି ଗୁଣ ମଧ୍ୟ ଶିକ୍ଷା ମିଳିଥାଏ।
ସମାଜ ସଂସ୍କାର: ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବ୍ୟକ୍ତିଙ୍କୁ ସମାଜର ସବୁ ସ୍ଥାନରେ ଆଦର ମିଳିଥାଏ। ଉତ୍ତମ ଚରିତ୍ରର ବ୍ୟକ୍ତିଙ୍କ ବ୍ୟବହାରରେ ସମସ୍ତେ ଖୁସି ହୋଇଥାନ୍ତି। ଖାଲି ସେତିକି ନୁହେଁ ପ୍ରତ୍ୟେକ ସ୍ଥାନରେ ସେ ତା’ ମହତ ଗୁଣ ଆଚରଣରେ ସମାଜ ପାଇଁ ମଧ୍ୟ ଉଦାହରଣ ସାଜିପାରନ୍ତି।
ଏମାନେ ଯାହା କରନ୍ତି
ନୈତିକ ଶିକ୍ଷା ନିହାତି ଜରୁରୀ:
ମୋ ମତରେ ପିଲା ଭଲ ପାଠ ପଢୁ କି ନ ପଢୁ କିନ୍ତୁ ଆଗ ଭଲ ମଣିଷଟେ ହେବା ଦରକାର। ସମସ୍ତଙ୍କୁ ଭଲ ବ୍ୟବହାର କରିବା, ସତ୍ୟ ଆଚରଣ, ସାଧୁତା, ପରିଶ୍ରମ ଆଦି ବିଭିନ୍ନ ଗୁଣ ପିଲାମାନେ ଛୋଟବେଳରୁ ପରିବାରରୁ ହିଁ ଶିକ୍ଷା କରିଥାନ୍ତି। ମୁଁ ସବୁବେଳେ ମୋ ପିଲାଙ୍କୁ ଏସବୁ ନୀତି ଶିକ୍ଷା ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଏ। ତା ଛଡା ଘରେ ଅନ୍ୟମାନେ ବି ପିଲାଙ୍କୁ ନୀତିଶିକ୍ଷା ଦେଇ ଚରିତ୍ରବାନ୍‌ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥାନ୍ତି।
-ମୀନାଲିନ୍‌ ଗରାବଡୁ
ଗୃହିଣୀ, ଜୟରାମ ସିଂହ କମ୍ପ୍ଲେକ୍ସ, କାଡୁଗୋଡି, ବେଙ୍ଗାଲୁରୁ
ସମସ୍ତେ ପ୍ରଶଂସା କରନ୍ତି
ମୋ ପୁଅ ଏବେ ପାଠ ପଢି ଇଞ୍ଜିନିୟର ଚାକିରି କଲାଣି ଆଉ ଝିଅ ଏବେ ଲ ପଢୁଛି। ଭଲ ପାଠ ସାଙ୍ଗକୁ ସେମାନଙ୍କର ଉତ୍ତମ ଚରିତ୍ର ଗଠନ ନିମନ୍ତେ ମୁଁ ଢେର୍‌ ପ୍ରୟାସ କରିଛି। ଅବଶ୍ୟ ସାହିପଡ଼ିଶାଠାରୁ ଆରମ୍ଭକରି ବନ୍ଧୁବାନ୍ଧବ ସମସ୍ତେ ସେମାନଙ୍କ ଆଚରଣରେ ଖୁବ୍‌ ଖୁସି। ସମସ୍ତେ ସେଥିପାଇଁ ଆମର ଲାଳନପାଳନକୁ ବେଶ୍‌ ପ୍ରଶଂସା କରନ୍ତି। ଆଉ ପିଲାଙ୍କର ଏଭଳି ଗୁଣ ପାଇଁ ପ୍ରଶଂସା ଶୁଣି ଆମେ ବେଶ୍‌ ଗର୍ବିତ।
-ଆରତୀ ପାଣି
ଗୃହିଣୀ, ବାସନ୍ତି କଲୋନୀ, ଉଦିତ ନଗର, ରାଉରକେଲା
ସର୍ବପ୍ରଥମେ ନୈତିକତା
ପିଲାଙ୍କୁ ପାଠ ସାଙ୍ଗକୁ ସଂସ୍କାରୀ କରି ଗଢ଼ିବା ନିହାତି ଜରୁରୀ। ନୈତିକତା ନ ଥିଲେ ପିଲାମାନେ ଯେତେ ଭଲ ପାଠ ପଢ଼ି ଯେତେ ଅଧିକ ଅର୍ଥ ରୋଜଗାର କଲେ ତା’ର କିଛି ମୂଲ୍ୟ ନ ଥାଏ। ଅମୃତରେ ଭରାଥିବା ପାତ୍ରରେ ଟୋପାଏ ବିଷ ଯେମିତି ସବୁ କିଛି ନଷ୍ଟ କରିଦିଏ ସେମିତି ନୈତିକ ଗୁଣର ଅଭାବରେ ଜଣେ ବ୍ୟକ୍ତି ସବୁ ସ୍ଥାନରେ ନିନ୍ଦାର ପାତ୍ର ହୋଇଥାନ୍ତି। ଏଥିପାଇଁ ମୁଁ ପିଲାଙ୍କୁ ଯଥାସମ୍ଭବ ନୈତିକ ଶିକ୍ଷା ଦେବାକୁ ଚେଷ୍ଟା କରିଥାଏ।
-ପ୍ରତିଭା ଦାସ ମହାପାତ୍ର
ଶିକ୍ଷୟିତ୍ରୀ, ସତ୍ୟବିହାର, ରସୁଲଗଡ଼, ଭୁବନେଶ୍ୱର
ଆଚରଣରେ ପ୍ରଭାବ
ମୁଁ ମୋର ଦୁଇ ପିଲାଙ୍କୁ ନୈତିକ ଶିକ୍ଷା ଦେବାକୁ ସବୁ ସମୟରେ ଚେଷ୍ଟା କରିଥାଏ। ଏଥିପାଇଁ ମୁଁ ତାକୁ ପ୍ରତିଥର ସ୍କୁଲ ଛୁଟି ସମୟରେ ଗାଁରେ ସମସ୍ତଙ୍କ ସହ ରହିବା ପାଇଁ ପଠାଇଥାଏ। ଘରେ ଥିଲେ ପ୍ରତିଦିନ ପ୍ରାର୍ଥନା କରିବାକୁ କୁହେ। ଏହା ସହିତ ମୋତେ ଘରର ବିଭିନ୍ନ କାମରେ ସାହାଯ୍ୟ କରିବାକୁ ଶିଖାଏ। ଖାଲି ସେତିକି ନୁହେଁ ମୁଁ କିଭଳି ବଡ଼ମାନଙ୍କୁ ସମ୍ମାନ ଦେବା ସହ ଭଲ ବ୍ୟବହାର କରୁଛି ତା’ ମଧ୍ୟ ତାକୁ ଉଦାହରଣ ଦିଏ। ଖାଲି ସେତିକି ନୁହେଁ ପିଲାଙ୍କୁ ସଂସ୍କାରୀ କରିବା ପାଇଁ ମୁଁ ସେମାନଙ୍କୁ ଭୁବନେଶ୍ୱରରେ ରହୁଥିଲେ ବି ସରସ୍ବତୀ ଶିଶୁମନ୍ଦିରରେ ପାଠ ପଢାଉଛି।
-ପ୍ରଭାସିନୀ ବେହେରା
ଗୃହିଣୀ, କଳିଙ୍ଗ ନଗର, ପାତ୍ରପଡ଼ା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri