ସମ୍ମୁଖ ଯୋଦ୍ଧାଙ୍କୁ ସଞ୍ଜୀବନୀ

ଢେଙ୍କାନାଳ ଅଫିସ, ୭।୨:  ବିଦାୟୀ ବର୍ଷ ଥିଲା କରୋନାର। ଭୂତାଣୁ ଜାଲରେ ଛନ୍ଦି ହୋଇପଡ଼ିଥିବା ବିଶ୍ୱବାସୀ ଦେଖିଥିଲେ କୋଭିଡ୍‌-୧୯ର ଭୟାବହତା। ଶଟ୍‌ଡାଉନ୍‌ ଏବଂ ଲକ୍‌ଡାଉନ୍‌ କାରଣରୁ ଗୃହବନ୍ଦୀ ଜୀବନ କଷଣ ଦେଇଥିବାବେଳେ ରସାତଳକୁ ଚାଲିଯାଇଥିଲା ଅର୍ଥନୀତି। ନୂତନ ବର୍ଷରେ ଭାକ୍ସିନ ସାଜିଛି ସଞ୍ଜୀବନୀ। ଆହୁରି ଅଧିକ ଜୋରଦାର ହୋଇଛି କରୋନା ବିରୋଧୀ ଲଢ଼େଇ। ଜାନୁୟାରୀ ୧୬ରୁ ସାରା ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ। ଏହା ୧୦ ତାରିଖ ଯାଏ ଚାଲିବ। ଜୀବନକୁ ବାଜି ଲଗାଇ କୋଭିଡ୍‌-୧୯ ଲଢ଼େଇରେ ସାମିଲ ହୋଇଥିବା ସମ୍ମୁଖ ଯୋଦ୍ଧା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଭାକ୍ସିନ ଦିଆଯାଉଛି। ଏବେ ଏଥିରେ ସାମିଲ ହୋଇଛନ୍ତି ପୋଲିସ ଏବଂ ପ୍ରଶାସକ। ଏହା ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରାଇବା ଲାଗି ମନୋବଳ ବଢ଼ାଇବାରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସରକାର କହିଛନ୍ତି।
ଢେଙ୍କାନାଳ ଜିଲାରେ ଆଗଧାଡ଼ିର ୪୦୫ କର୍ମଚାରୀ ଶନିବାର ଟିକା ନେଇଛନ୍ତି। ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ପୂର୍ବାହ୍ନ ୧୦ଟାରେ ଟିକା ନେଇ ଏହାର ଶୁଭାରମ୍ଭ କରିଥିଲେ। ଏଠାରେ ମୋଟ ୬୯ଜଣ ଟିକା ନେଇଥିଲେ। ପୋଲିସ ବାରାକ୍‌ ହସ୍ପିଟାଲରେ ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ଗଣେଶ୍ୱର ପ୍ରଧାନ, ରିଜର୍ଭ ଇନ୍ସପେକ୍ଟର କବି ରଞ୍ଜନ ସେଠୀଙ୍କ ସମେତ ୧୭୧ ଜଣ କର୍ମଚାରୀ ଭାକ୍ସିନ ନେଇଥିଲେ। ଏହ କ୍ରମରେ କାମାକ୍ଷାନଗରରେ ୮୬ ଏବଂ ହିନ୍ଦୋଳରେ ୭୯ଜଣ ଟିକା ନେଇଥିବା ଜଣାପଡ଼ିଛି।
ଭାରତୀୟ କରୋନା ପ୍ରତିରୋଧୀ ଟିକା ସୁରକ୍ଷିତ ଏବଂ ଫଳପ୍ରଦ। କରୋନା ବିରୋଧୀ ଲଢ଼େଇ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ। ନିଜକୁ ସୁରକ୍ଷିତ ରଖିବା ପାଇଁ ପଞ୍ଜୀକୃତ ଅଧିକାରୀ ଓ କର୍ମଚାରୀମାନେ ଟିକା ନେବା ଜରୁରୀ ବୋଲି ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର କହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀତାଂଶୁ ଶେଖର ଦାସ, ଡେପୁଟି କଲେକ୍ଟର ଭଜନାନନ୍ଦ ସାହୁ, ତହସିଲଦାର ଲକ୍ଷ୍ମୀଧର ରାଉତ, ଆପତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ହିନ୍ଦୋଳ ତହସିଲଦାର ସୁଶାନ୍ତ ମିଶ୍ରଙ୍କ ସମେତ ଜିଲା କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ରାଜସ୍ବ ବିଭାଗର ସମସ୍ତ କର୍ମଚାରୀମାନେ ଟିକା ନେଇଛନ୍ତି। ଏଡିଏମ୍‌ଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ବରିଷ୍ଠ ଭେଷଜ ଚିକିତ୍ସକ ଡା. ରାଜକିଶୋର ସେଠୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ଭୟଭୀତ ହୁଅନାହିଁ
ଟିକା ନେବା ପରେ ଯନ୍ତ୍ରଣା ହେଉନାହିଁ। ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ। ସ୍ବାଭାବିକ ଭାବେ ଅଫିସ କାମ କରି ହେଉଛି। ଭୟଭୀତ ନ ହୋଇ ସମସ୍ତେ ଯେପରି ଟିକାନେବେ ସେଥିଲାଗି ସଚେତନ କରାଯାଉଛି।
-ଭୂମେଶ ଚନ୍ଦ୍ର ବେହେରା, ଜିଲାପାଳ

କୋଭିଡ୍‌ ଭୟ ଦୂର ହୋଇଛି
ଭାକ୍ସିନ ନେବା ପରେ ଭଲ ଲାଗୁଛି। ୩୦ ମିନିଟ୍‌ ବସିବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କୋଭିଡ୍‌ ଭୟ ମନରୁ ଦୂର ହୋଇଛି। ଭୟଭୀତ ନ ହୋଇ ସମସ୍ତେ ଟିକା ନେବା ଉଚିତ ା
-ନରୋତ୍ତମ ବେହେରା, ପିଡି ଡିଆର୍‌ଡିଏ

ସଚେତନ ହେବା ସମୟ ଆସିଛି
ପ୍ରତିଷେଧକ ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ସାମାନ୍ୟତମ କଷ୍ଟ ଅନୁଭବ ହେଉନି। ସମସ୍ତେ ସଚେତନ ହୋଇ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବା ଆବଶ୍ୟକ।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ

 

୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌
ଟିକା ନେବାର ଅଧଘଣ୍ଟା ଧରି ବସିବା ପରେ ବି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏଥିରେ ଭୟଭୀତ ହେବାରେ କୌଣସି କାରଣ ନାହିଁ। ୨୮ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବୁ।
-ଲକ୍ଷ୍ମୀଧର ରାଉତ, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?